ପ୍ରମୂଖ ଖବର
  • ଭୁବନେଶ୍ଵର : ପ୍ରକାଶ ପାଇଲା OSSTET ପରୀକ୍ଷା ଫଳ, ୱେବସାଇଟରୁ ମିଳିବ ଡିଜିଟାଲ ସାର୍ଟିଫିକେଟ
  • ||
  • ଭୁବନେଶ୍ଵର : ବାଚସ୍ପତି ପ୍ରାର୍ଥୀ ହେଲେ ସୁରମା ପାଢୀ, ଭରିଲେ ନାମାଙ୍କନ ପତ୍ର
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ, ବିବାଦ ଯୋଗୁଁ ଅଟକିଛି ନୀତିକାନ୍ତି
  • ||
  • ଭୁବନେଶ୍ଵର : ବୁଧବାର ରାଜ୍ୟରେ ଛେଚିବ ବର୍ଷା, ୨୦ ସୁଦ୍ଧା ଅଧା ଓଡ଼ିଶା ଛୁଇଁବ ମୌସୁମୀ
  • ||
  • ଡ୍ରେନ୍‌ରେ ପଡ଼ି ନାବାଳକଙ୍କ ମୃତ୍ୟୁ ଘଟଣା : ମୁକୁଳା ଡ୍ରେନ୍‌ର ସମୀକ୍ଷା କଲେ ନଗର ଉନ୍ନୟନ ମନ୍ତ୍ରୀ, ୭ ଦିନ ଭିତରେ ନିଆଯିବ କାର୍ଯ୍ୟାନୁଷ୍ଠାନ
  • ||

ଆମେରିକୀୟ ଅର୍ଥନୀତିଜ୍ଞଙ୍କ ସତର୍କବାଣୀ, ବର୍ତ୍ତମାନର ବବଲ୍‌ ଆଗକୁ ଆଣିବ ଭୟଙ୍କର ସ୍ଥିତି

ନୂଆଦିଲ୍ଲୀ, ୧୩/୦୬: ସମ୍ପ୍ରତି ପୁଞ୍ଜି ବଜାରରେ ରହିଛି ଉତ୍ସାହ । ଦିନକୁ ଦିନ ନୂଆ ରେକର୍ଡ କରୁଛି ବଜାର । ନିବେଶକ ଚଳଚଞ୍ଚଳ । ବଜାର ମାର୍କେଟ୍‌ କ୍ୟାପ୍‌ ବଢ଼ିଚାଲିଛି । ଆସେଟ୍‌ ଦର ବଡ଼ ଆକାରରେ ବୃଦ୍ଧି ପାଉଛି । ତେବେ ଷ୍ଟକ୍‌ ବଜାରରେ ତିଆରି ହେଉଥିବା ଏହି  ବବଲ୍‌ କେତେବେଳେ ଯେ ଫାଟିବ ତାହା କହିହେବ ନାହିଁ । ଜଣେ ଆମେରିକୀୟ  ଅର୍ଥନୀତିଜ୍ଞଙ୍କ ସତର୍କବାଣୀ ଏବେ ସମଗ୍ର  ବିଶ୍ୱ ପାଇଁ ଚିନ୍ତା ଆଣିଛି ।  

ଆମେରିକୀୟ ଅର୍ଥନୀତିଜ୍ଞ ତଥା  ବେଷ୍ଟ୍‌ ସେଲିଂ ଅଥର୍‌ ହ୍ୟାରି ଡେଣ୍ଟ  ଚେତାବନି ଦେଇଛନ୍ତି ଯେ, ୨୦୨୫ରେ  ଆମେରିକୀୟ ସେୟାର ବଜାର ଭୁଶୁଡ଼ିବ ।  ଏହାର ପ୍ରକୋପ ୨୦୦୮ର ଆର୍ଥିକ  ମାନ୍ଦାବସ୍ଥାଠାରୁ ବି ବିଶାଳ ହେବ ।  ଅର୍ଥାତ୍‌ ୨୦୦୮ ତୁଳନାରେ ବଜାରରେ ବିରାଟ ହ୍ରାସ ଘଟିବ । ଫକ୍ସ ନ୍ୟୁଜ୍‌ର  ଏକ ରିପୋର୍ଟରେ ଉପରୋକ୍ତ ସୂଚନା  ଦିଆଯାଇଛି । ସାଧାରଣତଃ ସେୟାର  ବଜାରରେ ଜଡ଼ିତ ଲୋକମାନେ ଅନ୍ତରାଷ୍ଟ୍ରୀୟ ଘଟଣାକ୍ରମ ଉପରେ  ନଜର ରଖିଥାନ୍ତି । କଥାରେ ଅଛି, ଯଦି ଆମେରିକାକୁ ଛିଙ୍କ ଆସେ, ତେବେ ସମଗ୍ର ବିଶ୍ୱକୁ ଥଣ୍ଡା ହୋଇଯାଏ । ସେହିଭଳି  ଭାବେ ଯଦି ଆଗକୁ ଆମେରିକାରେ ବଡ଼  ଧରଣର ଆର୍ଥିକ ସଂକଟ ଦେଖାଦିଏ,  ତେବେ ଏହା ପ୍ରଭାବରେ ସମଗ୍ର ବିଶ୍ୱ  ବଜାରରେ ଭୁସ୍ଫଳନ ଦେଖିବାକୁ ମିଳିବ ।  

ହ୍ୟାରି ଡେଣ୍ଟ ସମଗ୍ର ବିଶ୍ୱର  ଅର୍ଥନୀତିଗୁଡ଼ିକୁ ସର୍ଭେ କରି ସ୍ୱତନ୍ତ୍ର  ମେଥଡ୍‌ ବାହାର କରିଥାନ୍ତି । ଭବିଷ୍ୟତରେ  ବିତ୍ତୀୟ ବ୍ୟବସ୍ଥାରେ କ’ଣ ହେବ, ଉକ୍ତ  ଅନୁମାନ ଲଗାଇବା ପାଇଁ ସେ ନିଜ  ବିଶ୍ଳେଷଣକୁ ବ୍ୟବହାର କରିଥାନ୍ତି । ଫକ୍ସ ନ୍ୟୁଜ୍‌କୁ ଦେଇଥିବା ସାକ୍ଷାତ୍‌କାରରେ  ଡେଣ୍ଟ୍‌ କହିଛନ୍ତି ଯେ, ବର୍ତ୍ତମାନ ବଜାରରେ  ଦେଖାଦେଇଥିବା ବବଲ୍‌ ସମ୍ପୂର୍ଣ୍ଣ ରୂପେ  କାଳ୍ପନିକ । ସେୟାର ବଜାରରେ  ଏହି ବବଲ୍‌ ୧୪ ବର୍ଷ ହେବ ତିଆରି  ହେଉଛି । ବିଶ୍ୱବ୍ୟାପୀ ସରକାର ନିଜ  ନିଜ ଅର୍ଥବ୍ୟବସ୍ଥାକୁ ଚଳାଇବା ପାଇଁ  ସହାୟତା ପ୍ୟାକେଜ୍‌ ଜାରି କରୁଛନ୍ତି,  ଯେଉଁ କାରଣରୁ ସେୟାର ବଜାରରେ  ବବଲ୍‌ ତିଆରି ହେଉଛି । ଏହା ଆଗକୁ  ଫାଟିବାକୁ ଯାଉଥିବା ସେ କହିଛନ୍ତି । 

ଆମେରିକୀୟ ଅର୍ଥନୀତିଜ୍ଞ କହିଛନ୍ତି  ଯେ, ସେୟାର ବଜାରର କୌଣସି ବବଲ୍‌  ୫ରୁ ୬ ବର୍ଷ ପର୍ଯ୍ୟନ୍ତ ଚିହ୍ନଟ ହୋଇ  ନ ଥାଏ । ଥରେ ସବୁ କିଛି ଭୁଷୁଡ଼ିବା ଆରମ୍ଭ କଲା ପରେ ହିଁ ଏହାର ଅନୁମାନ  ଲଗାଯାଇପାରେ । ହ୍ୟାରି ଡେଣ୍ଟ କହିଛନ୍ତି ଯେ, ଏଥର  ଏହି ବବଲ ଅଧିକ ଲମ୍ବା ହେଲାଣି। ତେଣୁ ଅନୁମାନ କରାଯାଇପାରୁଛି ଯେ, ଏଥର  ସେୟାର ବଜାରରେ ହ୍ରାସ ୨୦୦୮-୦୯  ତୁଳନାରେ ବିଶାଳ ହେବ ।  

ଅର୍ଥନୀତିଜ୍ଞଙ୍କ ଅନୁସାରେ, ମୁଦ୍ରାନୀତିକୁ କୋହଳ କରିବା ପାଇଁ ତଥା ଦୁର୍ବଳ ଅର୍ଥବ୍ୟବସ୍ଥାକୁ ବଳ ଦେବା ପାଇଁ  ବିଶ୍ୱ ବ୍ୟାପୀ ସରକାରମାନେ ଅର୍ଥନୀତିରେ  ବଡ଼ ଆକାରରେ ପୁଞ୍ଜି ବ୍ୟୟ କରୁଛନ୍ତି । ୨୦୦୮ରେ ଯେଉଁ ଆର୍ଥିକ ମାନ୍ଦାବସ୍ଥା ହୋଇଥିଲା,ତାହାରକାରଣ ଥିଲା ସମ୍ପତ୍ତି ଦର ବୃଦ୍ଧି । କିନ୍ତୁ ଏଥର କାରଣ  ହେବ ‘ବବଲ୍‌ ଅଫ୍‌ ଅଲ୍‌ ବବଲ୍ସ’। କରୋନା ସଂକଟ ଯୋଗୁ ବିଶ୍ୱବ୍ୟାପୀ ଅର୍ଥବ୍ୟବସ୍ଥାଗୁଡ଼ିକରେ ପତନ ଘଟିଥିଲା ଏବଂ ଆମେରିକା ସମେତ ବିଶ୍ୱବ୍ୟାପୀ ସରକାର ବଡ଼ ବଡ଼ ଆର୍ଥିକ ପ୍ୟାକେଜ୍‌  ଘୋଷଣା କରିଥିଲେ । ବିଶ୍ୱର ଅନେକ  ଦେଶର ଅର୍ଥବ୍ୟବସ୍ଥାରେ ସୁଧ ହାର  ସର୍ବକାଳୀନ ନିମ୍ନ ସ୍ତରରେ ରଖାଯାଇଥିଲା ।  ଫଳରେ ଏ ସଂକଟ ଅଧିକ ବଢ଼ିଯାଇଛି ।  

ଆମେରିକାର ପ୍ରସିଦ୍ଧ ଅର୍ଥନୀତିଜ୍ଞ  କହିଛନ୍ତି ଯେ, ଏସ୍‌ ଆଣ୍ଡ୍‌ ପି ପୁଣି  ୮୦% ପର୍ଯ୍ୟନ୍ତ କ୍ରାଶ୍‌ ହୋଇପାରେ ।  ସେହିଭଳି ନାସ୍‌ଡାକ୍‌ ୯୦%ରୁ ଅଧିକ  ଖସିପାରେ । ବର୍ଷ ୨୦୨୫ରେ ସେୟାର  ବଜାର ଭୁସୁଡ଼ିବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.