ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଦରଦାମ, ରୋଜଗାରକୁ ନେଇ ଚିନ୍ତାରେ ଲୋକେ: ଚାହିଦା ତ୍ୱରାନ୍ୱିତ କରିବାକୁ ସରକାରଙ୍କ ଯୋଜନା, କମିପାରେ ବ୍ୟକ୍ତିଗତ ଟିକସ ହାର

ନୂଆଦିଲ୍ଲୀ,୧୮/୦୬: କେତେକ ବର୍ଗରେ ହ୍ରାସ ହୋଇପାରେ ବ୍ୟକ୍ତିଗତ ଆୟକର । ଏହା ଦ୍ୱାରା ଏସିଆର ତୃତୀୟ ବୃହତ୍ତ ଅର୍ଥନୀତିରେ ଚାହିଦା ବୃଦ୍ଧି କରିବା କରିବାରେ ସହାୟକ ହେବ । ସରକାରଙ୍କ ୨ ବରିଷ୍ଠ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ଜୁଲାଇରେ ଘୋଷଣା ହୋଇପାରେ ନୂଆ ଯୋଜନା । ଏନ୍‌ଡିଏ ସରକାରଙ୍କ ତୃତୀୟ ପାଳିରେ ପ୍ରଥମ ବଜେଟ ଜୁଲାଇ ମଧ୍ୟ ଭାଗରେ ଆସିବାରେ ସମ୍ଭାବନା ରହିଛି । 

ଚଳିତ ଥର ବିଜେପିକୁ ସ୍ପଷ୍ଟ ବହୁମତ ମିଳିନି । ନିର୍ବାଚନ ଫଳାଫଳ ଆସିବା ପରେ ହୋଇଥିବା ସର୍ଭେ ମୁତାବକ, ଲୋକମାନେ ଦରଦାମ ବୃଦ୍ଧି, ବେକାରୀ ଏବଂ ଆୟରେ  ହ୍ରାସକୁ ନେଇ ଚିନ୍ତିତ ଅଛନ୍ତି । ଆର୍ଥିକ ବର୍ଷ  ୨୦୨୩-୨୪ ଅବଧିରେ ଦେଶର ଅର୍ଥନୀତି  ୮.୨% ହାରରେ ବଢ଼ିଛି । ତେବେ ଚାହିଦା ଅଭିବୃଦ୍ଧି ହାର ଏହାର ଅଧା ରହିଛି । ମେଣ୍ଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି କହିଥିଲେ ଯେ, ତାଙ୍କ ସରକାର  ମଧ୍ୟବିତ୍ତଙ୍କ ସଞ୍ଚୟ ଏବଂ ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଦିଗରେ  ଯଥାସାଧ୍ୟ ଉଦ୍ୟମ କରିବ । 

ବ୍ୟକ୍ତିଗତ ଆୟକର ହ୍ରାସ ହେଲେ ଏହା ଦ୍ୱାରା ଅର୍ଥନୀତିରେ ଚାହିଦା ବୃଦ୍ଧି  ହେବ । ଯାହା ଦେଶ ପାଇଁ ଶୁଭଙ୍କର ହେବ ।  ମଧ୍ୟବିତ୍ତ ମଧ୍ୟ ସଞ୍ଚୟ କରିବାକୁ ସକ୍ଷମ  ହେବେ ବୋଲି ଅଧିକାରୀ ଜଣକ କହିଛନ୍ତି ।  ଏହି ପ୍ରସଙ୍ଗରେ ଇମେଲ ଯୋଗେ ଅର୍ଥ  ମନ୍ତ୍ରଣାଳୟର ମତାମତ ଲୋଡା ଯାଇଥିଲେ  ମଧ୍ୟ ଏହା ମିଳିପାରିନାହିଁ । ଅଧିକାରୀ  ଜଣକ କହିଛନ୍ତି, ୧.୫ ନିୟୁତରୁ ଅଧିକ  ଆୟ କରୁଥିବା ବ୍ୟକ୍ତି ବିଶେଷଙ୍କ କ୍ଷେତ୍ରରେ  ଆୟକର ରିହାତି ମିଳିପାରେ । 

ତେବେ ନିର୍ଦ୍ଧିଷ୍ଟ ଭାବେ କେତେ  ରିହାତି ମିଳିବ ସେ ସମ୍ପର୍କରେ କିଛି  ଚୂଡାନ୍ତ ହୋଇନାହିଁ । ସେହିଭଳି ୨୦୨୦ରେ  ଆସିଥିବା ଟିକସ ଯୋଜନାରେ କିଛିଟା  ପରିବର୍ତ୍ତନ ହୋଇପାରେ । ୧.୫ ନିୟୁତ  ବା ୧୫ ଲକ୍ଷ ଟଙ୍କା ଯାଏ ଆୟ ଉପରେ  ୫ରୁ ୨୦% ଟିକସ ଲାଗୁ ହେଉଛି । ୧୫  ଲକ୍ଷ ଟଙ୍କାରୁ ଉଦ୍ଧ୍ୱର୍ ଆୟ କ୍ଷେତ୍ରରେ ଟିକସ  ୩୦% ରହିଛି । 

ବ୍ୟକ୍ତିଙ୍କ ଆୟ ୩ ଲକ୍ଷରୁ ୧୫  ଲକ୍ଷକୁ ବୃଦ୍ଧି ହେଲେ ଟିକସ ହାର  ୬ ଗୁଣ ବୃଦ୍ଧି ହେଉଛି । ସେହିଭଳି  ବାର୍ଷିକ ୧୦ ଲକ୍ଷରୁ କମ୍‌ ଆୟକାରୀ ବ୍ୟକ୍ତି  ବିଶେଷଙ୍କ ବ୍ୟକ୍ତିଗତ ଆୟକର ମଧ୍ୟ କମ୍‌  ହୋଇପାରେ । ପୁରୁଣା ଟିକସ ଢ଼ାଞ୍ଚାରେ  ସର୍ବୋଚ୍ଚ ଟିକସ ହାର ୩୦% ରହିଛି । ଯଦି  ବିଭିନ୍ନ ଟିକସ ସୀମା କ୍ଷେତ୍ରରେ ପରିବର୍ତ୍ତନ  ହୁଏ ତାହା କେତେ ସ୍ତରରେ ରହିବ ସେ  ନେଇ ଏବେ ବିଚାର କରୁଛନ୍ତି ସରକାର । 

ଅନ୍ୟ ଜଣେ ଅଧିକାରୀ କହିଛନ୍ତି,  ବ୍ୟକ୍ତିଗତ ଆୟକ୍ଷେତ୍ରରେ ଯଦି କିଛିଟା  ଟିକସ କମେ ତେବେ ଏହି ବର୍ଗଙ୍କ ଖର୍ଚ୍ଚ  ଯୋଗୁ ଅନ୍ୟ ବାଟେ ସରକାର ଟିକସ  ପାଇବେ । ଚଳିତ ଆର୍ôଥକ ବର୍ଷରେ ଦେଶର  ବିତ୍ତୀୟ ନିଅଣ୍ଟକୁ ଜିଡିପିର ୫.୧% ସ୍ତରରେ  ରଖିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଟିକସ  ସଂଗ୍ରହ ଦୃଢ଼ ଥିବା ବେଳେ ଏହା ଅର୍ଥନୀତି  ପାଇଁ ସହାୟକ ହେବ । ସେହିଭଳି କେନ୍ଦ୍ରୀୟ  ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ପ୍ରଦାନ କରିଥିବା ୨  ଲକ୍ଷ କୋଟି ଟଙ୍କାର ଲାଭାଂଶ ସରକାରଙ୍କୁ  ବଜେଟରେ ଖର୍ଚ୍ଚ କରିବାକୁ ସୁଯୋଗ ଦେବ । 

କେବଳ ଟିକସ ହ୍ରାସ ନୁହେଁ ଚଳିତ  ଥର ସରକାର ଲୋକାଭୀମୁଖୀ ଯୋଜନା  ଉପରେ ମଧ୍ୟ ଫୋକସ କରିପାରନ୍ତି ବୋଲି  ବିଶେଷଜ୍ଞ କହିଛନ୍ତି । କାରଣ ନିର୍ବାଚନ  ପରେ ଲୋକଙ୍କୁ ଖୁସ କରିବା ପାଇଁ ସରକାର  ଉଦ୍ୟମ କରିବେ । ପୂର୍ବରୁ ସରକାର ପୁଞ୍ଜି  ଖର୍ଚ୍ଚ ସହ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା  ଭଳି ଦିଗ ଗୁଡିକ ଉପରେ ଧ୍ୟାନ ଦେଇଛନ୍ତି ।  ଏଥର ମଧ୍ୟ ଏହି ଧାରା ଉପରେ ମଧ୍ୟ କାମ କରିପାରନ୍ତି ସରକାର । 

କେନ୍ଦ୍ର ସରକାରଙ୍କ ବଜେଟ ପ୍ରସ୍ତୁତି  ନେଇ ପୂର୍ବର ପ୍ରକ୍ରିୟାଗୁଡିକ ଏବେ କାମ  ହେଉଛି । ଏ ନେଇ ବିଭିନ୍ନ କ୍ଷେତ୍ରର ଅଂଶୀଦାରଙ୍କ ସହ ବିଚାର ବିମର୍ଷ କରିବେ । ତା ପରେ କେଉଁ ଦିଗରେ କଣ କାର୍ଯ୍ୟପନ୍ଥା  ଗ୍ରହଣ କରାଯିବ ସେ ନେଇ ନିଷ୍ପତ୍ତି ହେବ । ଚଳିତ ବର୍ଷ ଜୁଲାଇ ମଧ୍ୟ ଭାଗ ବେଳକୁ  ବଜେଟ ଆସିବାର ସମ୍ଭାବନା ରହିଛି । 

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.