ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ଚଳିତ ସପ୍ତାହରେ ଆଇପିଓ ଆଣିବେ ୨ କମ୍ପାନି, ନିବେଶକଙ୍କ ପାଇଁ ବଡ଼ ସୁଯୋଗ

ନୂଆଦିଲ୍ଲୀ,୨୫/୦୬: ଚଳିତ ସପ୍ତାହରେ ଆଇପିଓ ଆଣିବେ ୨ କମ୍ପାନି । ଏହି କମ୍ପାନିଗୁଡିକ ହେଲେ ଆଲାଏଡ  ବ୍ଲେଣ୍ଡର୍ସ ଆଣ୍ଡ୍‌ ଡିଷ୍ଟିଲର୍ସ ଏବଂ ବ୍ରଜ  ଆଇରନ ଆଣ୍ଡ୍‌ ଷ୍ଟିଲ  । ଏହି ସବୁ କମ୍ପାନିରେ ନିବେଶ କରିବା ନେଇ ସୁଯୋଗ ରହିଛି । ନ୍ୟୁନତମ ନିବେଶ ୧୪,୮୯୩ ଟଙ୍କା ରହିଛି । ଆଲାଏଡ ବ୍ଲେଣ୍ଡର୍ସ ଆଇପିଓ  ଦ୍ୱାରା ବଜାରରୁ ୧୫୦୦ କୋଟି ଟଙ୍କା  ଉଠାଇବା ଯୋଜନା ରଖିଛି । ଏଥିପାଇଁ  କମ୍ପାନି ୧ ହଜାର କୋଟିର ୩୫ ନିୟୁତ ନୂଆ  ଶେୟାର ଜାରି କରିବ । 

ସେହିଭଳି କମ୍ପାନିର  ନିବେଶକ ଓଏଫ୍‌ଏସ୍‌ ଦ୍ୱାରା ୫୦୦ କୋଟିର  ଶେୟାର ମଧ୍ୟ କିଣିବାର ସୁଯୋଗ ପାଇବେ ।  ରିଟେଲ ନିବେଶକଙ୍କ ପାଇଁ ଏହି ଆଇପିଓ  ୨୫ରୁ ୨୭ ଜୁନ ଯାଏ ଖୋଲାରହିବ । ୨  ଜୁଲାଇରେ ଏହା ଏନ୍‌ଏସ୍‌ଇରେ ସୂଚୀଭୁକ୍ତ  ହେବ । ସେହିଭଳି ବ୍ରଜ୍‌ ଆଇରନ  ଆଣ୍ଡ୍‌ ଷ୍ଟିଲ ବଜାରରୁ ୧୭୧ କୋଟି ଟଙ୍କା  ଉଠାଣ ଯୋଜନା ରଖିଛି । ଏହା ସମ୍ପୂର୍ଣ୍ଣ  ଭାବେ ଫ୍ରେସ୍‌ ଆଇପିଓ  । ଏଥିରେ  କମ୍ପାନି ୮ ନିୟୁତ ଶେୟାର ଜାରି କରିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.