ପ୍ରମୂଖ ଖବର
  • ପୁରୀ : ଏଥର ମିଳିବନି ମହାପ୍ରଭୁଙ୍କ ନବଯୌବନ ଦର୍ଶନ, ୧୦ରେ ମିଳିବ ଆଡ଼ପ ଅବଢ଼ା
  • ||
  • ଭୁବନେଶ୍ଵର : କେନ୍ଦ୍ରୀୟ ପୂର୍ବ ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା
  • ||
  • ଭୁବନେଶ୍ଵର : ସ୍କୁଲରେ ପଢ଼ାଇବେ ଅତିଥି ଶିକ୍ଷକ, ନିଯୁକ୍ତ ହେବେ ୪୫୮୦ ଅବସରପ୍ରାପ୍ତ ଶିକ୍ଷକ
  • ||

ଦୁଇ ମାସରେ ଦୌଡ଼ିବ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌, ଜାରସୋରରେ ଆଗେଇ ଚାଲିଛି ନିର୍ମାଣ କାମ

ନୂଆଦିଲ୍ଲୀ,୧୭/୦୬: ଖୁବଶୀଘ୍ର  ଆସୁଛି ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ । ଦୁଇ ମାସ ଭିତରେ ଟ୍ରାକରେ ଦୌଡ଼ିବ ଦେଶର ଏହି ବହୁ ପ୍ରତୀକ୍ଷିତ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍‌ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ  ବୈଷ୍ଣବ । ଏବେ ଏହାର ନିର୍ମାଣ କାମ ଜାରସୋରରେ ଆଗେଇ ଚାଲିଛି । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ବୈଷୟିକ  କାମ । ବାଙ୍ଗାଲାରରେ ଥିବା ବିଇଏମ୍‌ଏଲ୍‌  ଲିମିଟେଡର ରେଳ ୟୁନିଟରେ ଏହାର  ନିର୍ମାଣ ଚାଲିଛି ।  ଏହି ଟ୍ରେନରେ ଯାତ୍ରୀ ଆରାମଦାୟକ  ଯାତ୍ରା ସହ ପାଇବେ ବିଶ୍ୱସ୍ତରୀୟ ସୁବିଧା । ଏଥରେ ରହିବ ମୋଟ ୧୬ଟି କୋଚ୍‌ ।  

ସେହିଭଳି ୪ଟି ବଗିର ଗୋଟିଏ ୟୁନିଟ୍‌  ରହିବ । ଏହି ଟ୍ରେନରେ ଅତ୍ୟାଧୁନିକ  ନିୟନ୍ତ୍ରଣ ସହିତ ସେନ୍‌ସର ଭିତ୍ତିକ  ଲାଇଟିଂ, କ୍ୟାମେରା, ବାୟୋ ଭ୍ୟାକ୍ୟୁମ୍‌  ଟଏଲେଟ୍‌ ଓ ଅନ୍ୟାନ୍ୟ ଅତ୍ୟାଧୁନିକ  ସୁବିଧା ରହିବ । ଏହାର ବଡି ଷ୍ଟ୍ରକ୍‌ଚର୍‌  ହାଇଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନଲେସ୍‌  ଷ୍ଟିଲରେ ନିର୍ମିତ ହୋଇଛି । ଯେଉଁଥିରେ  ରହିଛି କ୍ରାସ୍‌ ବଫର୍‌ ଉପାଦାନ । ଏବେ  ଦେଶରେ ବନ୍ଦେ ଭାରତର ଚେୟାର କାର୍‌  ଟ୍ରେନ୍‌ ଚଳାଚଳା କରୁଛି  । ଟ୍ରେନଟି ଘଣ୍ଟା  ପ୍ରତି ୧୩୦ କିମି ବେଗରେ ଗଡିବ।

ବନ୍ଦେ ଭାରତ କନସେପ୍ଟରେ ମେଟ୍ରୋ ଟ୍ରେନ୍‌ 

ସେହିଭଳି ଆଗକୁ ବନ୍ଦେ ଭାରତ  ମେଟ୍ରୋ ଟ୍ରେନ ଆସୁଛି । ଏହା ଦ୍ୱାରା  ବର୍ତ୍ତମାନ ପରିଚାଳିତ ଇଏମ୍‌ୟୁ ଟ୍ରେନ  ଗୁଡିକୁ ବାଦ ଦିଆଯିବା ଯୋଜନା  ରଖାଯାଇଛି । ଏହା ଦ୍ୱାରା ଯାତ୍ରୀ  ଶୀଘ୍ର ଏବଂ ଆରାମ ଦାୟକ ଯାତ୍ରା  କରିପାରିବେ । ଏହି ଟ୍ରେନଗୁଡିକ  ଘଣ୍ଟା ପ୍ରତି ୧୩୦ କିମି ବେଗରେ ଗଡି  ପାରିବ । ପ୍ରତି କୋଚ୍‌ ପିଛା ୧୦୦ ଯାତ୍ରୀ  ଏଥିରେ ଯାତ୍ରା କରିପାରିବେ ।

  • PrameyaOdia
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.