ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

Quant ମ୍ୟୁଚୁଆଲ୍‌ ଫଣ୍ଡ କାର୍ଯ୍ୟାଳୟରେ ସେବି ଟିମ୍‌ର ଚଢ଼ାଉ, ଚିନ୍ତାରେ ନିବେଶକ !

Image Courtesy: business-standard

ନୂଆଦିଲ୍ଲୀ: କ୍ବାଣ୍ଟ ମ୍ୟୁଚୁଆଲ୍‌ ଫଣ୍ଡ (Quant Mutual Fund) ଦେଶର ବଡ଼ ମ୍ୟୁଚୁଆଲ ଫଣ୍ଡ ହାଉସ୍‌ ମଧ୍ୟରୁ ଅନ୍ୟତମ । ବର୍ତ୍ତମାନ ସମୟରେ ମିଳିଥିବା ଖବର ଅନୁସାରେ, ସେବାରେ ଅନିୟମିତତା ଅଭିଯୋଗରେ କ୍ବାଣ୍ଟ ମ୍ୟୁଚୁଆଲ୍‌ ଫଣ୍ଡ ବିରୋଧରେ ଯାଞ୍ଚ ଆରମ୍ଭ କରିଛି ସେବି (SEBI) । ସେବି ଟିମ୍‌ ହାଇଦ୍ରାବାଦ ଏବଂ ମୁମ୍ବାଇର କ୍ବାଣ୍ଟର କାର୍ଯ୍ୟାଳୟରେ ଚଢ଼ାଉ କରିଛି ।  କ୍ବାଣ୍ଟ ମ୍ୟୁଚୁଆଲ୍‌ ଫଣ୍ଡ ପକ୍ଷରୁ କୁହାଯାଇଛି ଯେ, ସେବି ପକ୍ଷରୁ କାର୍ଯ୍ୟାଳୟରେ ଯାଞ୍ଚ କରାଯାଉଛି ଏବଂ ଆମେ ପୂର୍ଣ୍ଣ ସହଯୋଗ କରୁଛୁ । ଫ୍ରଣ୍ଟ-ରନିଂ ଗତିବିଧିକୁ ନେଇ ସେବି କ୍ବାଣ୍ଟ ମ୍ୟୁଚୁଆଲ୍‌ ଫଣ୍ଡ କାର୍ଯ୍ୟାଳୟରେ ଚଢ଼ାଉ କରିଛି ବୋଲି ଖବର ଆସିବା ପରେ ସଂସ୍ଥା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ।

ଫ୍ରଣ୍ଟ ରନିଂ ଶେୟାର ବଜାର ସହ ଜଡ଼ିତ ଏକ ପ୍ରକାର ହେରଫେର । ଏଥିରେ କମ୍ପାନି ନିଜର ଗ୍ରାହକଙ୍କୁ ସୂଚନା ନଦେଇ ବ୍ରୋକର କିମ୍ବା ବିଶ୍ଲେଷକଙ୍କ ପାଖରୁ ମିଳିଥିବା ସୂଚନା ଆଧାରରେ କାରବାର କରିଥାଏ । ଫ୍ରଣ୍ଟ ରନିଂ ଟ୍ରେଡିଂର ପ୍ରଭାବ ନିବେଶକଙ୍କ ଉପରେ ମଧ୍ୟ ପଡ଼ିଥାଏ । କ୍ବାଣ୍ଟ ମ୍ୟୁଚୁଆଲ୍‌ ଫଣ୍ଡ ବେଆଇନ୍‌ ଭାବରେ ଟ୍ରେଡିଂ କରୁଥିବା ନେଇ ସେବିକୁ ସୂଚନା ମିଳିଥିଲା । ସେବି ତଦନ୍ତ ଆରମ୍ଭ କରିଥିବାରୁ ନିବେଶକଙ୍କ ମହଲରେ ଆଶଙ୍କା ବୃଦ୍ଧି ପାଇଛି । 

ନିବେଶକଙ୍କୁ କ୍ବାଣ୍ଟ ମ୍ୟୁଚୁଆଲ୍‌ ଫଣ୍ଡ ପକ୍ଷରୁ ଆଶ୍ବସନା ଦିଆଯାଇଛି । ସେବିକୁ ଆମେ ପୂର୍ଣ୍ଣ ସହାୟତା କରୁଛୁ । ତେଣୁ ଭୟ କରିବାର କିଛି କାରଣ ନାହିଁ ବୋଲି କମ୍ପାନି କହିଛି । ତେବେ କ୍ବାଣ୍ଟ ମ୍ୟୁଚୁଆଲ୍‌ ଫଣ୍ଡରେ ପ୍ରାୟ ୯୩ ହଜାର କୋଟି ଟଙ୍କା ଲଗାଇଛନ୍ତି ନିବେଶକ । ଭାରତରେ କ୍ବାଣ୍ଟ ମ୍ୟୁଚୁଆଲ ଫଣ୍ଡର ଲୋକପ୍ରିୟତା ଦ୍ରୁତ ହାରରେ ବୃଦ୍ଧି ପାଇଛି । ୨୦୨୦ରେ କମ୍ପାନିର ଆସେଟ୍‌ ଅଣ୍ଡର ମ୍ୟାନେଜମେଣ୍ଟ (ଏୟୁଏମ) ୨୫୮ କୋଟି ଟଙ୍କା ଥିଲା । ହେଲେ ୨୦୨୪ରେ କମ୍ପାନିର ଏୟୁଏମ ୯୩ ହଜାର କୋଟି ହୋଇଛି । ସେହିଭଳି କମ୍ପାନି ପାଖରେ ୮୦ ଲକ୍ଷ ନିବେଶକ ରହିଛନ୍ତି । 

 

  • bank
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.