ପ୍ରମୂଖ ଖବର
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ଭାରତ ନୂତନ ବିଶ୍ୱ ବ୍ୟବସ୍ଥାକୁ ଆକାର ଦେଉଛି : ଇଶା ଅମ୍ବାନୀ

ନ୍ୟୁୟର୍କ/ନୂଆଦିଲ୍ଲୀ: ନ୍ୟୁୟର୍କରେ 'ଇଣ୍ଡିଆ ଡେ ଆଟ ୟୁଏନଜିଏ ସପ୍ତାହ' ଅବସରରେ ଗ୍ଲୋବାଲ ସାଉଥର ନେତା ଭାବରେ ଭାରତର ଉଦୀୟମାନ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ଆଲୋଚନାରେ ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଡ଼ଃ ଏସ ଜୟଶଙ୍କର ବିଶ୍ୱ ବିକାଶ ଏଜେଣ୍ଡାରେ ଭାରତର ନେତୃତ୍ୱକୁ ସ୍ପଷ୍ଟ କରିଛନ୍ତି। 'ଟାଇଗରସ ଟେଲ୍‌: ବିକାଶର ଏକ ନୂତନ ଦିଗନ୍ତର ନିର୍ମାଣ' ଶୀର୍ଷକ ଏହି ଆଲୋଚନାରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହିତ ରିଲାଏନ୍ସ ଫାଉଣ୍ଡେସନ୍‌ ନିର୍ଦ୍ଦେଶିକା ଇଶା ଅମ୍ବାନୀ, ଗୁଏନାର ବୈଦେଶିକ ମନ୍ତ୍ରୀ ହ୍ୟୁଗ ହିଲଟନ୍‌ ଟଡ୍‌, ଡିପି ୱାର୍ଲ୍ଡ ର ଗ୍ରୁପ୍‌ ଚେୟାରମ୍ୟାନ୍‌ ସୁଲତାନ୍‌ ଅହମ୍ମଦ ବିନ୍‌ ସୁଲେୟମ ଏବଂ ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପି. ହରିଶ ଅଂଶଗ୍ରହଣ କରିଥିଲେ ।

ରିଲାଏନ୍ସ ଫାଉଣ୍ଡେସନ, ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ (ଓଆରଏଫ) ଏବଂ ଭାରତରେ ମିଳିତ ଜାତିସଂଘ କାର୍ଯ୍ୟଳୟ ସହଭାଗିତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ରିଲାଏନ୍ସ ଫାଉଣ୍ଡେସନର ନିର୍ଦ୍ଦେଶିକା ଇଶା ଅମ୍ବାନୀ କହିଛନ୍ତି ଯେ “ବିଶ୍ୱର ନେତା ମାନେ ସମାନ ବିକାଶ ଉପରେ ଚର୍ଚ୍ଚା କରିବା ପାଇଁ ନ୍ୟୁୟର୍କରେ ଏକାଠି ହୋଇଛନ୍ତି। ଏଥିରୁ ଏହା ସ୍ପଷ୍ଟ ଯେ ଆମ ଦୁନିଆ ଦ୍ରୁତ ଗତିରେ ବଦଳୁଛି। ବିଶେଷ କରି ଭାରତ ନୂତନ ବିଶ୍ୱ ବ୍ୟବସ୍ଥାକୁ ଆକାର ଦେବା ସହିତ ସଠିକ୍‌ ପଦକ୍ଷେପ ନେଉଛି। କିନ୍ତୁ ଏହି ମୁହୂର୍ତ୍ତଟି କେବଳ ପରିବର୍ତ୍ତନ ବିଷୟରେ ନୁହେଁ, ଏହା ଏକ ଉନ୍ନତତର ଭବିଷ୍ୟତ ନିର୍ମାଣ କରିବା ବିଷୟରେ ରହିଛି। ବିଶେଷକରି ଯୁବପିଢ଼ି ମାନଙ୍କ ବିଷୟରେ। ଆମ ସାମ୍ନାରେ ଅନେକ ଆହ୍ୱାନ ରହିଛି କିନ୍ତୁ ଏକାଠି ମିଳିତ ଭାବରେ କାମ କରି ଆମେ ବାସ୍ତବିକ ପ୍ରଗତି କରିପାରିବା।"

ଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ଼ଃ ଏସ ଜୟଶଙ୍କର କହିଛନ୍ତି କିପରି ଗ୍ଲୋବାଲ ସାଉଥର ନେତୃତ୍ୱ ଏବେ ଏକ ବାସ୍ତବତାରେ ପରିଣତ ହୋଇଛି  । ଜାତିସଂଘରେ ଭାରତର ଭୂମିକାକୁ ଏକ ବିଶାଳ ହୃଦୟ ରହିଥିବା ଦେଶ ଭାବରେ ସ୍ୱୀକାର କରାଯାଇଛି ଏବଂ ଏକ ଏପରି ଦେଶ ଯାହା ଗ୍ଲୋବାଲ ସାଉଥକୁ ପୁଣିଥରେ ବାର୍ତ୍ତାରେ ପୁନଃ ସାମିଲ କରିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ କିପରି ଟେକ୍ନୋଲୋଜିର ଗଣତାନ୍ତ୍ରିକକରଣ କରୁଛୁ ତାହା ଦେଖିବା ମହତ୍ତ୍ୱପୂର୍ଣ୍ଣ ।

ଏହି କାର୍ଯ୍ୟକ୍ରମରେ ରିଲାଏନ୍ସ ଫାଉଣ୍ଡେସନ, ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ (ଓଆରଏଫ) ଏବଂ ଭାରତରେ ମିଳିତ ଜାତିସଂଘ କାର୍ଯ୍ୟଳୟ ଦ୍ୱାରା ମିଳିତ ଭୋ୍ୱ “ଦ ନେକ୍ସଟ ଫ୍ରଣ୍ଟିୟର: ଚେଞ୍ଜିଙ୍ଗ ଦ କନଟୁର୍ସ ଅଫ ଦ ପୋଷ୍ଟ-୨୦୩୦ ଡେଭେଲପମେଣ୍ଟ ଏଜେଣ୍ଡା" ର ବିମୋଚନ କରାଯାଇଥିଲା । ଏଥିରେ ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କ ୨୭ଟି ନିବନ୍ଧର ସଂଗ୍ରହ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.