ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ଏଲନ୍‌ ମସ୍କ ଓ ଜେଫ ବେଜୋସ୍‌ଙ୍କ କ୍ଲବରେ ମାର୍କ ଜୁକରବର୍ଗ, ବନିଲେ ବିଶ୍ବର ତୃତୀୟ ବଡ଼ ଧନୀ ବ୍ୟକ୍ତି

ନୂଆଦିଲ୍ଲୀ: ଏଲନ ମସ୍କ ଏବଂ ଜେଫ୍‌ ବେଜୋସ୍‌ଙ୍କ ପରେ ତୃତୀୟ ବ୍ୟକ୍ତି ଭାବରେ ୨୦୦ ବିଲିୟନ୍‌ କ୍ଲବରେ ସାମିଲ ହୋଇଛନ୍ତି ମେଟାର ସହ-ପ୍ରତିଷ୍ଠାତା ମାର୍କ ଜୁକରବର୍ଗ । Bloomberg's Billionaires Index ଅନୁସାରେ, ଜୁକରବର୍ଗ ୨୦୨ ବିଲିୟନ୍‌ ଡଲାର ସଂପତ୍ତି ସହ ବିଶ୍ବର ଧନୀ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ।  ଟେସଲା ଏବଂ ଟ୍ବିଟର ମୁଖ୍ୟ ଏଲନ ମସ୍କ ୨୭୦ ବିଲିୟନ ଡଲାରର ସମ୍ପତ୍ତି ସହିତ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି  ହୋଇଥିବା ବେଳେ ଆମଜନ ମୁଖ୍ୟ ଜେଫ୍ ବେଜୋସ୍ ୨୧୫ ବିଲିୟନ ଡ଼ଲାର ସମ୍ପତ୍ତି ସହିତ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟକ୍ତି । 

ସେହିପରି ତୃତୀୟ ସ୍ଥାନରେ ମାର୍କ ଜୁକରବର୍ଗ ଅଛନ୍ତି ।  ସେ ପ୍ରଥମ ଥର ପାଇଁ ୨୦୦ ବିଲିୟନ ଡଲାର ସମ୍ପତ୍ତି କ୍ଲବରେ ସାମିଲ ହୋଇଛନ୍ତି । ମାର୍କ ଜୁକରବର୍ଗଙ୍କ ସମ୍ପତ୍ତିରେ ଚଳିତ ବର୍ଷ ପ୍ରାୟ ୭୧ ବିଲିୟନ ଡଲାରର ବୃଦ୍ଧି ଦେଖିବାକୁ ମିଳିଛି । ସେହିଭଳି ଜେଫ୍ ବେଜୋସଙ୍କ ସମ୍ପତ୍ତି ୩୯.୯ ବିଲିୟନ ଡଲାର ଏବଂ ଏଲନ ମସ୍କଙ୍କ ସମ୍ପତ୍ତି ୩୮.୯ ବିଲିୟନ ଡଲାର ବୃଦ୍ଧି ପାଇଛି ।

ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ତୃତୀୟ ସ୍ଥାନରେ ଜୁକରବର୍ଗ ପହଞ୍ଚିଥିବା ବେଳେ ଫ୍ରାନ୍ସର ବର୍ଣ୍ଣାଡ ଆର୍ଣ୍ଣଲ୍ଟ ୧୮୪ ବିଲିୟନ୍ ଡଲାରର ସମ୍ପତ୍ତି ସହ ଚତୁର୍ଥ ସ୍ଥାନକୁ ଖସିଆସିଛନ୍ତି । ଲାରି ଏଲିସନ୍‌ ପଞ୍ଚମ ସ୍ଥାନରେ ଥିବା ବେଳେ ମାଇକ୍ରୋସଫ୍ଟ ମୁଖ୍ୟ ବିଲ୍‌ ଗେଟସ୍‌ ଷଷ୍ଠ ସ୍ଥାନରେ ରହିଛନ୍ତି ।   ସେହିଭଳି ଭାରତର ମହାଧନୀ ମୁକେଶ ଅମ୍ବାନୀ ବିଶ୍ବ ବିଲେନିୟର ତାଲିକାରେ ୧୨ ତମ ସ୍ଥାନରେ ରହିଛନ୍ତି । ତାଙ୍କ ସଂପତ୍ତିର ମୂଲ୍ୟ ୧୧୪ ବିଲିୟନ ଡଲାର ରହିଛି।  ସେହିଭଳି ଭାରତ ଅନ୍ୟତମ ଧନୀ ବ୍ୟବସାୟୀ ଗୌତମ ଆଦାନୀ ୧୦୫ ବିଲିୟନ୍‌ ଡଲାର ସଂପତ୍ତି ସହ ୧୫ ତମ ସ୍ଥାନରେ ରହିଥିବା Bloomberg's Billionaires Index ରୁ ଜଣାପଡ଼ିଛି । 

  • facebook
  • meta
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.