ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ବିଶ୍ୱର ପ୍ରମୁଖ ସାଂସ୍କୃତିକ କେନ୍ଦ୍ର ମଧ୍ୟରେ ସାମିଲ ହୋଇଛି 'ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର'

ନୂଆଦିଲ୍ଲୀ,୨୬/୦୯: ପ୍ରତିଷ୍ଠିତ ଅନ୍ତର୍ଜାତୀୟ ଜାପାନୀ ପତ୍ରିକା ‘ମ୍ୟାଡାମ୍‌ ଫିଗାରୋ’ ମୁମ୍ବାଇର ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’ (NMACC) କୁ ବିଶ୍ୱର ସର୍ବୋତ୍ତମ ସାଂସ୍କୃତିକ କେନ୍ଦ୍ର ତାଲିକାରେ ଅନ୍ତର୍ଭୁକ୍ତ କରିଛି । ପ୍ରଥମ ଥର ପାଇଁ ଏକ ଭାରତୀୟ ସାଂସ୍କୃତିକ କେନ୍ଦ୍ର ଆନ୍ତର୍ଜାତୀୟ ସ୍ତରରେ ନିଜର ଉପସ୍ଥିତି ଜାହିର କରିଛି । ଦେଶର ବୃହତ୍ତମ କଳାକେନ୍ଦ୍ର ମଧ୍ୟରୁ ଅନ୍ୟତମ ଏହି କେନ୍ଦ୍ର ଭାରତୀୟ ସଂସ୍କୃତିକୁ ଦୃଷ୍ଟିରେ ରଖି ପଦ୍ମ ଫୁଲ ଆକାରରେ ଡିଜାଇନ୍‌ କରାଯାଇଛି । ଏନଏମଏସିସି ମୁମ୍ବାଇ ସହରର ବାନ୍ଦ୍ରା କୁର୍ଲାରେ ଅବସ୍ଥିତ ।

ମ୍ୟାଡାମ୍‌ ଫିଗାରୋ ପତ୍ରିକା ଲେଖିଛି ଯେ “ଏନଏମଏସିସି ୨୦୨୩ ମସିହାରେ ନୀତା ମୁକେଶ ଅମ୍ବାନୀଙ୍କ ଦ୍ୱାରା ବିଶ୍ୱର କଳାକୁ ଭାରତକୁ ଆଣିବା ଏବଂ ଭାରତର କଳାକୁ ବିଶ୍ୱ ମଞ୍ଚକୁ ନେବାର ମହତ ଉଦ୍ଦେଶ୍ୟ ନେଇ ପ୍ରତିଷ୍ଠିତ ହୋଇଥିଲା । ଏହାର ଅନେକ ପ୍ରେକ୍ଷାଳୟ ଏବଂ ଆର୍ଟହାଉସରେ ଭାରତୀୟ କଳାକାର ମାନଙ୍କ ପ୍ରଦର୍ଶନୀ ଠାରୁ ଆରମ୍ଭ କରି ଶାସ୍ତ୍ରୀୟ ଗାୟନ-ବାଦନ-ନୃତ୍ୟ, ବ୍ରଡୱେ ମ୍ୟୁଜିକାଲ୍‌ ଏବଂ ଥିଏଟର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେଉଛି । ଏହି କଳା କେନ୍ଦ୍ର ଭାରତର କଳା ପରିଦୃଶ୍ୟକୁ ପରିବର୍ତ୍ତନ କରୁଛି । 

ଏନଏମଏସିସି ବ୍ୟତୀତ, ଏହି ତାଲିକାରେ ନ୍ୟୁୟର୍କର ରିଚାର୍ଡ ଗିଲ୍ଡର୍‌ ସେଣ୍ଟର, ଲସ୍‌ ଆଞ୍ଜେଲସର ଇନଟିଉଟ୍‌ ଡୋମ୍‌, ଆମଷ୍ଟରଡାମର ଡେଡ୍‌ ଏଣ୍ଡ ଗ୍ୟାଲେରୀ, ହଂକଂର ସୋଥବାୟସ ମେସନ୍‌, ବ୍ୟାଙ୍କକର ବ୍ୟାଙ୍କକ୍‌ ଆର୍ଟ ବିନାଲେ ଏବଂ ଜର୍ମାନୀର ଡାର୍କ ମ୍ୟାଟର ସାମିଲ ରହିଛି ।

ଉଲ୍ଲେଖଯୋଗ୍ୟ ଯେ ଭାରତର ଆର୍ଥିକ ରାଜଧାନୀ ମୁମ୍ବାଇର ବାନ୍ଦ୍ରା କୁର୍ଲାରେ ଅବସ୍ଥିତ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର ହେଉଛି ଭାରତୀୟ କଳା କ୍ଷେତ୍ରରେ ଏହିଭଳି ପ୍ରଥମ ସାଂସ୍କୃତିକ କେନ୍ଦ୍ର। ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷ ନୀତା ଅମ୍ବାନୀଙ୍କ ଦ୍ୱାରା ପରିକଳ୍ପିତ ଏହି କେନ୍ଦ୍ରର ଉଦ୍ଦେଶ୍ୟ ଭାରତର ସମୃଦ୍ଧ କଳା, ସଂସ୍କୃତି ଏବଂ ଐତିହ୍ୟ ପରମ୍ପରାକୁ ସଂରକ୍ଷିତ ତଥା ପ୍ରୋତ୍ସାହିତ କରିବା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.