ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ଆକର୍ଷିତ କରୁଛି ପୂର୍ବତଟ ରେଳପଥ: ଯୋଡ଼ୁଛି ଓଡ଼ିଶା-ଆନ୍ଧ୍ରର ପର୍ଯ୍ୟଟନସ୍ଥଳୀ, ଚାଲୁଛି ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର,୨୭/୦୯: ଓଡ଼ିଶାର ବିଭିନ୍ନ  ପର୍ଯ୍ୟଟନସ୍ଥଳୀକୁ କିଭଳି ଅଧିକରୁ ଅଧିକ ପର୍ଯ୍ୟଟକ  ଆସିପାରିବେ ସେ ନେଇ ଉଦ୍ୟମ ଜାରି ରଖିଛି ପୂର୍ବତଟ  ରେଳପଥ । ଗୋଟିଏ ପରେ ଗୋଟିଏ ନୂଆ ଟ୍ରେନ୍‌ ଚଲାଇବା  ସହ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଖଞ୍ଜି ଦେଇଛି । ତେବେ  ପୂର୍ବତଟ ରେଳପଥ ପରିସୀମାରେ ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ  ଆସୁଥିବାରୁ ଏହାର କିଛି ପର୍ଯ୍ୟଟନସ୍ଥଳୀକୁ ସାମିଲ  କରିଛି । ପର୍ଯ୍ୟଟନସ୍ଥଳୀ ଥିବା ବିଭିନ୍ନ ପ୍ରମୁଖ ସହରଗୁଡ଼ିକୁ  ସଂଯୋଗ କରିବା ସହିତ ସାଂସ୍କୃତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ  ସ୍ଥାନଗୁଡିକରେ ମଧ୍ୟ ରେଳ ସେବା ପହଞ୍ଚି  ପାରିଛି । ଏହା ସହିତ ସ୍ୱତନ୍ତ୍ର ପର୍ଯ୍ୟଟନ  ଟ୍ରେନ୍‌ ଚଳାଚଳର ବ୍ୟବସ୍ଥା କରାଯିବା  ସହ ଭିଷ୍ଟାଡୋମ୍‌ (ବିଳାସପୂର୍ଣ୍ଣ)  କୋଚ୍‌ର ବ୍ୟବସ୍ଥା କରାଯାଇଛି ।  

ପୂର୍ବତଟ ରେଳପଥ ଯୋଡ଼ୁଥିବା  ସ୍ଥାନଗୁଡିକ ମଧ୍ୟରେ ଏସିଆର ସବୁଠାରୁ ବଡ଼ ହ୍ରଦ ଚିଲିକା  ମୁଖ୍ୟ ଆକର୍ଷଣ ସାଜିଛି । ଏହି ପର୍ଯ୍ୟଟନସ୍ଥଳୀକୁ ବହୁ ଜାତୀୟ  ଓ ଆନ୍ତର୍ଜାତିକ ପର୍ଯ୍ୟଟକ ଭ୍ରମଣ ପାଇଁ ଆସୁଛନ୍ତି । ବାଲୁଗାଁ  ଓ ଚିଲିକା ଷ୍ଟେସନ ମାଧ୍ୟମରେ ଏହାକୁ ଅନ୍ୟ ସ୍ଥାନଗୁଡିକ  ସହ ସଂଯୋଗ କରାଯାଇଛି । ସେହିପରି ପୁରୀର ସ୍ୱର୍ଣ୍ଣିମ  ବେଳାଭୂମି ଓ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ବର୍ଷ ଯାକ ପର୍ଯ୍ୟଟକ ଆସିବା ସହିତ ରଥଯାତ୍ରା ସମୟରେ ବିଶେଷ ଟ୍ରେନ ସେବା  ଅଧିକ ପର୍ଯ୍ୟଟକଙ୍କୁ ଟାଣିବାରେ ସକ୍ଷମ ହୋଇଛି । ଗଞ୍ଜାମ  ଜିଲ୍ଲାର ଗୋପାଳପୁର ବେଳାଭୂମି ଏବଂ ନୀଳ ସମୁଦ୍ର  ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ ଯାହାକୁ  ପୂର୍ବତଟ ରେଳପଥ ରେଳ ମାର୍ଗରେ  ସଂଯୋଗ କରିପାରିଛି । 

ଜଗତସିଂହପୁର  ଜିଲ୍ଲାର ସିଆଳି ବେଳାଭୂମି ଏକ ସଫା  ସମୁଦ୍ରତଟ ହେବା ସହିତ ଏକ ସୁନ୍ଦର  ଶାନ୍ତ ପର୍ଯ୍ୟଟନସ୍ଥଳରେ ପରିଣତ ହୋଇଥିବାରୁ ଏହି ସ୍ଥାନକୁ ମଧ୍ୟ ରେଳ ଯୋଗାଯୋଗ ହେବା  ଦ୍ୱାରା ପର୍ଯ୍ୟଟନକୁ ପ୍ରୋତ୍ସାହିତ କରୁଛି । ଅନୁରୂପ ଭାବେ  ଭିତରକନିକା ଜାତୀୟ ଉଦ୍ୟାନର ଘଡ଼ିଆଳ କୁମ୍ଭୀରଙ୍କ ପାଇଁ  ଭଦ୍ରକ ଏବଂ କଟକରୁ ପର୍ଯ୍ୟଟକମାନେ ଏଠାକୁ ଆସୁଛନ୍ତି । କେନ୍ଦୁଝର ଜିଲ୍ଲାର ଖଣ୍ଡାଧାର ଜଳପ୍ରପାତ, ଘଟଗାଁ, ଗୋନାସିକା ଓ ସୀତାବିଞ୍ଜିକୁ ମଧ୍ୟ ପୂର୍ବତଟ ରେଳପଥ  ସଂଯୋଗ କରିଛି । ଯାଜପୁରର ବିରଜା ମନ୍ଦିର ଓ ଭଦ୍ରକର ଆରଡିରେ ଥିବା ଆଖଣ୍ଡଳମଣି ଶୈବପୀଠ ସହିତ ଦୀର୍ଘ  ସମୁଦ୍ରତଟ ଓ ଧାମରା ବନ୍ଦରକୁ ରେଳ ସେବା ଯୋଗାଇ  ଦିଆଯାଇଛି । ଢେଙ୍କାନାଳର କପିଳାସ ମନ୍ଦିର, ଅନୁଗୁଳ ଜିଲ୍ଲାର  ସାତକୋଶିଆ ଗଣ୍ଡ ଓ ଦେବଗଡ଼ର ପାହାଡର ସୌନ୍ଦର୍ଯ୍ୟ  ଉପଭୋଗ କରିବାକୁ ରେଳ ଚଳାଚଳର ସୁବିଧା ରହିଛି ।  

ପଶ୍ଚିମ ଓଡିଶାରେ ହୀରାକୁଦ ବନ୍ଧ, ହରିଶଙ୍କର ଓ  ନୃସିଂହନାଥ ମନ୍ଦିର, ସମ୍ୱଲପୁର ଓ ସୋନପୁରର ମନୋରମ  ଦୃଶ୍ୟ ସହିତ ଅନେକ ଆକର୍ଷଣୀୟ ସ୍ଥାନ ଅଛି । ସେହି  ସ୍ଥାନଗୁଡିକୁ ଯିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସମ୍ୱଲପୁର,  ବଲାଙ୍ଗିର, କଳାହାଣ୍ଡି ଓ ଅନ୍ୟାନ୍ୟ ଜିଲ୍ଲାଗୁଡିକରୁ ରେଳ ସୁବିଧା  ରହିଛି । ଏହା ସହିତ ଉତ୍ତର ଆନ୍ଧ୍ରପ୍ରଦେଶର ବିଶାଖାପାଟଣା,  ସୀମାଚଳମ ଓ ବିଜୟନଗରମର ବିଭିନ୍ନ ସ୍ଥାନକୁ ମଧ୍ୟ  ରେଳଯାତ୍ରାର ସୁବିଧା ରହିଛି । କୋରାପୁଟ-ରାୟଗଡ଼ା ଏବଂ  କୋଟ୍ଟାଭାଲାସା-କିରନ୍ଦୁଲ ମାର୍ଗରେ ଥିବା ଘାଟ ସେକ୍ସନରେ  ବହୁତ ସୁନ୍ଦର ଜଳପ୍ରପାତ ଏବଂ ପ୍ରାକୃତିକ ଦୃଶ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.