ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ସାମୁଦ୍ରିକ ପର୍ଯ୍ୟଟନ ଭିତ୍ତିଭୂମି ଶୂନ, ବ୍ୟାପକ କଟକଣା ଯୋଗୁ ଆଗଉନି ଜଳକ୍ରୀଡ଼ା

ପୁରୀ,୨୭/୦୯(ରାଜଶ୍ରୀ ସାହୁ): ବିଶାଳ ବେଳାଭୂମି । ପ୍ରଶସ୍ତ ବାଲୁକା ଶଯ୍ୟା । ନଦୀ  ଓ ସମୁଦ୍ରର ମିଳନସ୍ଥଳୀ । ଏସବୁକୁ ନେଇ  ଜଳକ୍ରୀଡ଼ା ମାଧ୍ୟମରେ ପର୍ଯ୍ୟଟକଙ୍କୁ ମନୋରଞ୍ଜନ  ଓ ରୋମାଞ୍ଚ ଯୋଗାଇ ଦେବାକୁ ପୁରୀରେ ପର୍ଯ୍ୟାପ୍ତ  ସୁଯୋଗ ଅଛି । ହେଲେ ଏହି ସୁଯୋଗର ସୁବିନିଯୋଗ ହେଉନି । ପର୍ଯ୍ୟଟକଙ୍କୁ ଆକର୍ଷିତ  କରିବା ପାଇଁ ସମୁଦ୍ରରେ ଭସା ପୋଲ, ଅଣ୍ଡର  ୱାଟର ଆକ୍ୱାରିୟମ୍‌, ମୂଷା ନଦୀରେ ବୋଟିଂ, ମଙ୍ଗଳା ମୁହାଣରେ ପାର୍‌ସେଲିଂ ଭଳି ଅନେକ  ବ୍ୟବସ୍ଥା ହେବ ବୋଲି ଘୋଷଣା ହୋଇଥିଲା ।  କିନ୍ତୁ ପ୍ରୋତ୍ସାହନ ଅଭାବରୁ ଏସବୁ ହୋଇପାରିନି । 

ସମୁଦ୍ରରେ ଭସାପୋଲ ନିର୍ମାଣ କରି ଏହା  ମଧ୍ୟରେ ବାନାନା ବୋଟ୍‌, ଜେଟ୍‌ ସ୍କି, ସର୍ଫିଙ୍ଗ,  ପାରାସେଲିଂ, ୱାଟର୍‌ ସ୍କେଟିଂ, ଡାଇଭିଂ ଆଦି  କ୍ରୀଡ଼ାର ବ୍ୟବସ୍ଥା କରିବାକୁ ୨୦୨୨ରେ ଯୋଜନା  ହୋଇଥିଲା । ଏହାଦ୍ୱାରା ଏକାସାଙ୍ଗରେ ୩୦୦୦  ପର୍ଯ୍ୟଟକ ଜେଟି ମାଧ୍ୟମରେ ଯାଇ ମଝି ସମୁଦ୍ରରେ  ଜଳକ୍ରୀଡ଼ାର ମଜା ନେଇଥାନ୍ତେ । ଲାଇଟ୍‌  ହାଉସ୍‌ଠାରୁ ମଙ୍ଗଳା ମୁହାଣ ମଧ୍ୟରେ ଥିବା ପୁରୀ  ସିପସରୁବାଲି ସମୁଦ୍ରରେ ଏଭଳି ବୃହତ ପ୍ରକଳ୍ପର  ପରିକଳ୍ପନା କରାଯାଇଥିଲା । ଦେଢ଼ରୁ ଦୁଇ ବର୍ଷ  ମଧ୍ୟରେ ଏହି ପରିକଳ୍ପନା ବାସ୍ତବତାର ରୂପ  ନେଇଥାନ୍ତା । ତେବେ ଏହି ପରିକଳ୍ପନା ଆଉ ଆଗକୁ  ବଢ଼ିପାରିନି । ଜିଲ୍ଲା ପ୍ରଶାସନର ଜଳକ୍ରୀଡ଼ା କମିଟି  ଏହି ପ୍ରକଳ୍ପକୁ ଅନୁମୋଦନ ଦେଇ ସାରିଥିଲା । ହେଲେ ଏହା ପରେ ପର୍ଯ୍ୟଟନ ବିଭାଗ ନିଜ ଆଡୁ  ଆଗ୍ରହ ଦେଖାଇଲାନି । ପ୍ରକଳ୍ପର ଦାୟିତ୍ୱ ସଂପୂର୍ଣ୍ଣ  ରୂପେ ଘରୋଇ ସଂସ୍ଥା ଉପରେ ଛାଡ଼ି ଦିଆଗଲା ।  ସମୁଦ୍ରର ଅସ୍ଥିର ଜଳରାଶୀରେ ଜେଟି ପ୍ରସ୍ତୁତ  କରି ଜଳକ୍ରୀଡ଼ା କରିବା ବିପଦପୂର୍ଣ୍ଣ ହୋଇଥିବାରୁ  ପ୍ରଶାସନର ସହଯୋଗ ବିନା ଏହି କାମ  ଆଗେଇପାରିଲାନି । ଏହାଛଡ଼ା ଏଥିପାଇଁ ଏନ୍‌ଓସି  ଆଣିବା କଷ୍ଟକର ହୋଇଥିବାରୁ ପ୍ରକଳ୍ପ କେବଳ  ପରିକଳ୍ପନାରେ ହିଁ ସୀମିତ ରହିଯାଇଥିବା ଏଥିପାଇଁ  ଆଗ୍ରହ ଦେଖାଇଥିବା ସଂସ୍ଥା ପ୍ରକାଶ କରିଛି ।  

ବର୍ତ୍ତମାନ ପୁରୀ ସମୁଦ୍ରରେ ଜଳ କ୍ରୀଡ଼ା  ନାମରେ କେବଳ ଜେଟ୍‌ ସ୍କି ଓ ସ୍ପିଡ୍‌ ବୋଟ୍‌ ଚାଲୁଛି ।  ତାହା ପୁଣି ବର୍ଷକରେ ଅଧା ଦିନ ବନ୍ଦ ରହୁଛି । ପ୍ରଶାସନର କଟକଣା ଖୁବ୍‌ ଅଧିକ ରହିଥିବାରୁ  ଏଠାରେ ଜଳ କ୍ରୀଡ଼ା କଷ୍ଟକର ହେଉଥିବା ଏହାକୁ  ଚଲାଉଥିବା ଚେତରାଜ ମାରିନା ପ୍ରାଇଭେଟ  ଲିମିଟେଡ୍‌ର ମୁଖ୍ୟ ଚେତ୍‌ରାଜ ଦାସ ପ୍ରକାଶ  କରିଛନ୍ତି । ଚେତରାଜ କହିଛନ୍ତି, ଏତେ ବିସ୍ତୃତ  ବେଳାଭୂମି ଥିଲେ ମଧ୍ୟ ଜଳକ୍ରୀଡ଼ା ପାଇଁ ପ୍ରଶାସନ  ପକ୍ଷରୁ ମାତ୍ର ୫ଟି ସ୍ଥାନ ଚିହ୍ନଟ ହୋଇଛି । ଏହି  ୫ଟି ସ୍ଥାନରେ ସ୍ପିଡ୍‌ ବୋଟ୍‌ ଓ ଜେଟ୍‌ ସ୍କି ଚାଲୁଛି ।  ନିର୍ଦ୍ଧିଷ୍ଟ ସ୍ଥାନ ଥିବାରୁ ଅଧିକ ସଂସ୍ଥା ପୁରୀକୁ ଆସି ଜଳକ୍ରୀଡ଼ାରେ ନିବେଶ କରିପାରୁନାହାନ୍ତି । ଏହା  ଛଡ଼ା ଅଧିକାଂଶ ସମୟରେ କଟକଣା ଲାଗୁ  କରାଯାଉଛି । ଯାହାଦ୍ୱାରା ବର୍ଷକରେ ଅଧାଦିନ  ଜଳକ୍ରୀଡ଼ା ବନ୍ଦ ରହୁଛି । ଫଳରେ ଜଳକ୍ରୀଡ଼ାରେ  ନିବେଶ କରୁଥିବା କଂପାନୀ କ୍ଷତି ସହୁଛନ୍ତି । ଏଣୁ  ଅଧିକ ସଂସ୍ଥା ଏଥିପାଇଁ ଆଗ୍ରହ ଦେଖାଉନାହାନ୍ତି ।  ନୂଆ ନୂଆ ୱାଟର ଗେମ୍‌ ଆଣିବାକୁ ମଧ୍ୟ ସଂସ୍ଥା  ଭୟ କରୁଛନ୍ତି । ପର୍ଯ୍ୟଟନ ବିଭାଗ ୱାଟର ସ୍ପୋର୍ଟର  ପ୍ରଚାର ପ୍ରସାର ମଧ୍ୟ କରୁନି । ଯାହା ଫଳରେ  କେଉଁଠାରେ ଜଳକ୍ରୀଡ଼ା ଉପଲବ୍ଧ ରହୁଛି ପର୍ଯ୍ୟଟକ  ଜାଣି ପାରୁନାହାନ୍ତି । ଏଣୁ ଜଳକ୍ରୀଡ଼ା କ୍ଷେତ୍ରରେ ଥିବା  ନିୟମ କୋହଳ ହେଲେ ଜଳକ୍ରୀଡ଼ାର ଅଭିବୃଦ୍ଧି  ହୋଇପାରନ୍ତା ବୋଲି ସେ ପ୍ରକାଶ କରିଛନ୍ତି ।  

କେବଳ ବେଳାଭୂମି ନୁହେଁ ପୁରୀର ମୂଷା  ନଦୀ ଓ ମଙ୍ଗଳା ନଦୀରେ ମଧ୍ୟ ଜଳକ୍ରୀଡ଼ାର  ବିକାଶ ହେବ ବୋଲି ଘୋଷଣା ହୋଇଥିଲା । ମୂଷା ନଦୀ ଥେମ୍‌ସ୍‌ ନଦୀ ଭଳି ଚମକିବ ଏହା ମଧ୍ୟରେ  ବୋଟିଂ କରି ପର୍ଯ୍ୟଟକ ପୁରୀର ବିଭିନ୍ନ ସ୍ଥାନକୁ ଜଳ  ରାସ୍ତାରେ ଦେଖିପାରିବେ ବୋଲି କୁହାଯାଇଥିଲା ।  ଅବଡ଼ା ଯୋଜନାରେ ଏଥିପାଇଁ ବ୍ୟୟ ବରାଦ ମଧ୍ୟ  ହୋଇଥିଲା । ହେଲେ ମୂଷା ନଦୀ ପୁନରୁଦ୍ଧାର  ଅଧାରେ ଅଟକି ଯିବା ସହ ଏହି ଘୋଷଣା ମଧ୍ୟ  ସ୍ୱପ୍ନ ପାଲଟିଛି । ସେହିଭଳି ମଙ୍ଗଳା ମୁହାଣର  ବିକାଶ ହୋଇ ଏଠାରେ ବୋଟିଂର ସୁବିଧା ପ୍ରଦାନ  କରାଯିବା ସହ ପାରାସେଲିଂ ଓ ଅନ୍ୟାନ୍ୟ ଜଳକ୍ରୀଡ଼ା  ଭିତ୍ତିଭୂମିର ବିକାଶ କରାଯିବ ବୋଲି ପାଖାପାଖି  ୧୫ ବର୍ଷ ତଳେ ଘୋଷଣା କରାଯାଇଥିଲା । ହେଲେ ଭୂମି ଅଧିଗ୍ରହଣରେ ସମସ୍ୟା ହେବାରୁ  ସେ ପ୍ରକଳ୍ପ ମଧ୍ୟ ଆଗେଇ ପାରିନଥିଲା ।  

ସୂଚନାଥାଉକି, ଗୋଆ ପର୍ଯ୍ୟଟନ ଶିଳ୍ପର  ୪୦ ଭାଗ ଆୟ ଜଳକ୍ରୀଡ଼ା ଦ୍ୱାରା ହେଉଛି ।  କିନ୍ତୁ ଓଡ଼ିଶାରେ ଜଳକ୍ରୀଡ଼ା ସେତେଟା ସମୃଦ୍ଧ ହୋଇନଥିବାରୁ ସାମୁଦ୍ରିକ ପର୍ଯ୍ୟଟନ କ୍ଷେତ୍ରରେ  ଆମ ରାଜ୍ୟ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ  ହୋଇପାରୁନାହିଁ । ଏଣୁ ପୁରୀ ସମୁଦ୍ରରେ ଏଭଳି ବ୍ୟବସ୍ଥା ରାଜ୍ୟ ପର୍ଯ୍ୟଟନକୁ ଶୀର୍ଷରେ ପହଞ୍ଚାଇ  ପାରିବ ବୋଲି ଅଭିପ୍ସା ପାତ୍ର ନାମକ ଜଣେ ଭ୍ରମଣ  ପ୍ରେମୀ ମତପ୍ରକାଶ କରିଛନ୍ତି । ପୁରୀ ବେଳାଭୂମିରେ  କାର୍ଯ୍ୟରତ ଲାଇଫ୍‌ଗାର୍ଡ ଡି ସୁରେନ୍ଦ୍ର କହିଛନ୍ତି,  ପ୍ରତିକୂଳ ପାଣିପାଗ ଯୋଗୁ ପୁରୀରେ ଜଳକ୍ରୀଡ଼ା  କେବଳ ଜେଟ୍‌ ସ୍କି ଚାଳନା ଓ ସ୍ପିଡ୍‌ ବୋଟ୍‌ରେ  ସୀମିତ ରହିଯାଇଛି । ଅନ୍ୟ ଜଳକ୍ରୀଡ଼ା ପାଇଁ  ଏନ୍‌ଆଇଡବ୍ଲ୍ୟୁଏସ୍‌(ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍‌  ଅଫ୍‌ ୱାଟର ସ୍ପୋର୍ଟସ୍‌) ଅଧିକାଂଶ ସମୟରେ  ଅନୁମତି ଦେଉନାହିଁ । ଯାହା ପର୍ଯ୍ୟଟକଙ୍କୁ  ରୋମାଞ୍ଚ ଦେଉନି । କିନ୍ତୁ ଫ୍ଲୋଟିଂ ଜେଟ୍‌ଟି ବା  ଭସା ପୋଲ ହେବା ପରେ ମଝି ସମୁଦ୍ରରେ ଜଳ  କ୍ରୀଡ଼ା ହୋଇଥାନ୍ତା । ଏଣୁ ମଝି ସମୁଦ୍ରର ସ୍ଥିର  ପାଣିରେ ଜଳକ୍ରୀଡ଼ା ପାଇଁ ସେତେଟା ସମସ୍ୟା  ହେବନାହିଁ ବୋଲି ସେ ଆଶାବ୍ୟକ୍ତ କରିଛନ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.