ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଆମେରିକା - ଚୀନ ବିବାଦରୁ ବଦଳୁଛି ବ୍ୟବସାୟ ବାତାବରଣ: ଭାରତ ଆସିବେ ୧୫ କମ୍ପାନି, ନିବେଶକ ଅନୁକୂଳ ନୀତି ସୁହାଉଛି...

ନୂଆଦିଲ୍ଲୀ,୨୩/୦୯: ଆମେରିକା ଏବଂ  ଚୀନ ମଧ୍ୟରେ ବଢ଼ୁଥିବା ସମସ୍ୟା ଯୋଗୁ ଏବେ ଚୀନରେ ବ୍ୟବସାୟ ବାତାବରଣ ବଦଳୁଛି । ଏଭଳି ସ୍ଥିତିରେ ୫୦ ଆମେରିକୀୟ କମ୍ପାନି  ଚୀନରୁ ନିଜ କାରବାର ବନ୍ଦ କରିବାକୁ ଏବେ  ଯୋଜନା କରୁଛନ୍ତି । ଏହି କମ୍ପାନି ଗୁଡିକ ଚୀନରେ ୧୨ ଲକ୍ଷ କୋଟି ଟଙ୍କା ନିବେଶ କରିଛନ୍ତି । ଏହା  ମଧ୍ୟରୁ ୧୫ କମ୍ପାନି ଭାରତ ଆସିବାକୁ ଚାହୁଁଛନ୍ତି ।  ଆମେରିକା ଚାମ୍ବର ଅଫ୍‌ କମର୍ସ ୩୦୬ କମ୍ପାନିଙ୍କ  ଏକ ରିପୋର୍ଟ ଜାରି କରିବା ସହ ଏଭଳି ଦାବି  କରିଛି । ଏହି ରିପାର୍ଟ ମୁତାବକ, ମେକ୍ସିକୋ,  ୟୁରୋପ ଏବଂ ଆମେରିକାକୁ ଛାଡି ଭାରତ  ଏବେ ନିବେଶକଙ୍କ ପସନ୍ଦ ପାଲଟିଛି । ନିବେଶ  କ୍ଷେତ୍ରରେ ଗତ ବର୍ଷ ଭାରତ ୫ମ ସ୍ଥାନରେ  ଥିଲା ।ଚଳିତ ବର୍ଷ ଭାରତ ଦ୍ୱିତୀୟ ସ୍ଥାନରେ  ରହିଛି । 

ପ୍ରଥମ ସ୍ଥାନରେ ଦକ୍ଷିଣ ପୂର୍ବ ଏସିଆ ରହିଛି ।  ଇଣ୍ଡୋନେସିଆ, ସିଙ୍ଗାପୁର ଏବଂ ମାଲେସିଆ ଭଳି  ଦେଶ ଗୁଡିକ ନିବେଶକଙ୍କର ପସନ୍ଦ ପାଲଟିଛି ।  ଚୀନ ଏବେ ନିବେଶକଙ୍କ ବିଶ୍ୱାସ ହରାଉଛି । ୩୦୬  କମ୍ପାନିଙ୍କୁ ନେଇ ପ୍ରସ୍ତୁତ ଏହି ରିପୋର୍ଟ ମୁତାବକ,  ୩୬% କମ୍ପାନିଙ୍କ ବାର୍ଷିକ ରାଜସ୍ୱ ୫୦ ହଜାର କୋଟି  ଟଙ୍କା ରହିଛି । ୮୮% କମ୍ପାନି ଗତ ୧୦ ବର୍ଷ ହେବ  ଚୀନରେ ନିଜ ଉପସ୍ଥିତି ବଜାୟ ରଖିଛନ୍ତି ।  

୨୦% କମ୍ପାନିର ରାଜସ୍ୱ ୧୦ରୁ ୫୦  ହଜାର କୋଟି ଟଙ୍କା ରହିଛି । ୧୯% କମ୍ପାନିଙ୍କ  ନିକଟରେ ୨ ହଜାରରୁ ଉଦ୍ଧ୍ୱର୍ କର୍ମଚାରୀ  କାମ କରୁଛନ୍ତି । ଅନ୍ୟ କମ୍ପାନି ଗୁଡିକରେ  ୫୦୦ରୁ ୨ ହଜାର ଯାଏ କର୍ମଚାରୀ ରହିଛନ୍ତି ।  ୪୭% କମ୍ପାନି ଆଗାମୀ ୫ ବର୍ଷରେ ଚୀନରେ  କାରବାର ନେଇ ଆଶାବାଦୀ ରହିଛନ୍ତି । ମ୍ୟାନେଜମେଣ୍ଟ ସହ ଜଡିତ କମ୍ପାନି ଗୁଡିକ  ଏବେ ଭାରତକୁ ପ୍ରାଥମିକତା ଦେଉଛନ୍ତି । ଗତ  ବର୍ଷ ଚୀନରେ ନିବେଶ କରିବାକୁ ଇଛୁକ ଥିବା  ୪୦% ଆମେରିକା କମ୍ପାନି ଭାରତ ଆସିବା ଲାଗି  ମନ ବଳାଇଛନ୍ତି । 

ମ୍ୟାନେଜମେଣ୍ଟ କନସଲଟିଂ  କ୍ଷେତ୍ରରେ ୫୪% କମ୍ପାନି ଭାରତ ଆସିବାକୁ  ଇଛା ପ୍ରକଟ କରିଥିବା ଏହି ରିପୋର୍ଟରେ ଦାବି  କରାଯାଇଛି । ସେହିଭଳି ପୋଷାକ ଏବଂ ବିନିର୍ମାଣ  କ୍ଷେତ୍ରରେ ଥିବା କମ୍ପାନି ଗୁଡିକ ମଧ୍ୟ ଭାରତ  ଆସିବା ଲାଗି ପ୍ରାଥମିକତା ଦେଉଛନ୍ତି । ରିପୋର୍ଟରେ ସାମିଲ ହୋଇଥିବା ୩୦୬ କମ୍ପାନି ମଧ୍ୟରୁ  ଅଧିକାଂଶ ଏହା ମାନିଛନ୍ତି ଯେ, ଭାରତରେ  ନିବେଶ ଲାଗି ଏକ ଅନୁକୂଳ ବାତାବରଣ ରହିଛି । ଭାରତରେ ରହିଥିବା ଏକ ବଡ ଉପଭୋକ୍ତା ବଜାର  କମ୍ପାନିଗୁଡିକ ଆକର୍ଷଣ କରୁଛି । 

କରୋନା ପରେ ଚୀନରେ ନିବେଶ ସ୍ଥିତିରେ  ବଡ ପରିବର୍ତ୍ତନ ଆସିଛି । ଏବେ ଚୀନ ବଜାର  ବିଦେଶୀ କମ୍ପାନିଗୁଡିକ ଲାଗି ଏତେଟା ଆକର୍ଷଣୀୟ  ହୋଇନାହିଁ । ସି ଜିନପିଙ୍ଗଙ୍କ ସରକାର ବେକାରୀ  ଏବଂ ବୃଦ୍ଧ ହେଉଥିବା ଶ୍ରମଶକ୍ତି ସମସ୍ୟାକୁ ଲଢ଼ିବା  ଲାଗି ଏବେ ନୀତିରେ ପରିବର୍ତ୍ତନ କରୁଛନ୍ତି । ଏହି  ପରିବର୍ତ୍ତନ ଗୁଡିକ ଏବେ ନିବେଶକଙ୍କ ଭରଷାକୁ  ଦୋହଲାଇ ଦେଇଛି । 

ଚୀନରେ ୧୬ରୁ ୨୪ ବର୍ଷୀୟ ଯୁବବର୍ଗଙ୍କ  ମଧ୍ୟରେ ବେକାରୀ ହାର ୨୧.୩% ସ୍ତରରେ ପହଞ୍ଚିଯାଇଛି । ଯାହା ୩ ଦଶକ ମଧ୍ୟରେ  ସର୍ବାଧିକ । ସେହିଭଳି ଜନସଂଖ୍ୟାର ଏକ  ବଡ ଭାଗ ବାର୍ଦ୍ଧକ୍ୟ ଆଡକୁ ଗତି କରୁଥିବାରୁ  ଏହା ଦେଶ ଲାଗି ସମସ୍ୟା ସୃଷ୍ଟି କରିବ ବୋଲି  ବିଶେଷଜ୍ଞ ଆକଳନ କରିଛନ୍ତି । ଯାହା ଦ୍ୱାରା  ଉତ୍ପାଦନ ଉପରେ ପ୍ରଭାବ ପଡୁଛି । ଆର୍ôଥକ  ଓ ସାମାଜିକ ଚ୍ୟାଲେଞ୍ଜର ଚୀନର ଆର୍ôଥକ  ସ୍ଥିରତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.