ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ପଶ୍ଚିମବଙ୍ଗକୁ ମିଳିଲା ନୂଆ ପିସିସି ସଭାପତି, ଓଡ଼ିଶାକୁ କେବେ? ୬୨ ଦିନ ପରେ ବି ନିଷ୍ପତ୍ତି ହେଲାନି

ଭୁବନେଶ୍ୱର,୨୩/୦୯: ଶୁଭଙ୍କର ସରକାର ହେଲେ ପଶ୍ଚିମବଙ୍ଗର ନୂଆ ପିସିସି ସଭାପତି ।  ଅଧୀର ରଞ୍ଜନ ଚୌଧୁରୀଙ୍କ ବଦଳରେ ତାଙ୍କୁ ନିଯୁକ୍ତି ମିଳିପାରିଲା । ଜାତୀୟ ଯୁବ କଂଗ୍ରେସ ସଭାପତି ଭାବେ  ଉଦୟଭାନୁ ଚିବ୍‌ଙ୍କୁ ବି ନିଯୁକ୍ତି ମିଳିଲା । ଏଆଇସିସି  ଏହି ସମସ୍ତ ନିଯୁକ୍ତି ଦେଇପାରୁଛି । ମାତ୍ର ଓଡ଼ିଶା ବେଳକୁ କଂଗ୍ରେସ ନିରବ ।  

ରାଜ୍ୟ କଂଗ୍ରେସ କମିଟି ଭାଙ୍ଗିବାକୁ ୬୨ ଦିନ  ବିତିଲାଣି । ଏତେ ଦିନ ପରେ ବି ଏଆଇସିସି ଓଡ଼ିଶା ପାଇଁ କମିଟି ଗଢ଼ି ପାରୁନି । ଓଡ଼ିଶାକୁ ଅଣଦେଖା  କରୁଛି କଂଗ୍ରେସ । ଫଳରେ ଦଳର ସ୍ଥିତି ବିଗିଡ଼ିବାରେ  ଲାଗିଛି । ନଭେମ୍ବରରେ ହରିଆନା ଓ ମହରାଷ୍ଟ୍ର  ନିର୍ବାଚନ ଥିବାରୁ ପିସିସି ଘୋଷଣା ବିଳମ୍ବ ହେବ ବୋଲି  ଓଡ଼ିଶା କଂଗ୍ରେସର ନେତାମାନେ ଯୁକ୍ତି ବାଢ଼ୁଛନ୍ତି ।  କିନ୍ତୁ ଅନ୍ୟ ରାଜ୍ୟରେ ପିସିସି ସଭାପତି ଘୋଷଣା  ହୋଇପାରୁଛି । 

ଓଡ଼ିଶାରେ ନ ହେବା ଫଳରେ କଂଗ୍ରେସ  ହାଇକମାଣ୍ଡ ଓଡ଼ିଶାକୁ ଗୁରୁତ୍ୱ ଦେଉ ନାହାନ୍ତି ବୋଲି  ଅସନ୍ତୁଷ୍ଟ କଂଗ୍ରେସ ନେତା କହୁଛନ୍ତି ।  ଦୀର୍ଘ ଦିନ ହେଲା ଓଡ଼ିଶା କଂଗ୍ରେସ ପ୍ରଭାରୀ ଡ.  ଅଜୟ କୁମାରଙ୍କର ମଧ୍ୟ ଦେଖା ମିଳୁନି । ନିକଟରେ  ରାହୁଲ ଗାନ୍ଧିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ  ଦେଇଥିବାରୁ ବିଜେପିର କେନ୍ଦ୍ରମନ୍ତ୍ରୀ ଓ ସହଯୋଗୀ  ଦଳର ନେତାଙ୍କୁ ବିରୋଧ କରି କଂଗ୍ରେସ ବିକ୍ଷୋଭ  ପ୍ରଦର୍ଶନ କରିଥିଲା ।  ଏଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମଧ୍ୟ  ପ୍ରଭାରୀଙ୍କ ଦେଖା ମିଳିଲା ନାହିଁ । ପର୍ଯ୍ୟବେକ୍ଷକ  ଅଜୟ ମାକେନ ଓ ତାରିକ୍‌ ଅନୱାର ଓଡ଼ିଶା ଆସି  ନେତାଙ୍କୁ ଭେଟି ରିପୋର୍ଟ ଦେବେ କି ସେମାନଙ୍କୁ  କଲ୍‌ କରି ରିପୋର୍ଟ ସଂଗ୍ରହ କରିବେ ତାହା ମଧ୍ୟ  ସନ୍ଦେହ ଘେରରେ । ପୂର୍ବରୁ ବିଧାୟକମାନଙ୍କ  ନିକଟରୁ ଫିଡ୍‌ବ୍ୟାକ୍‌ ନିଆଯାଇଛି । ତେବେ  ଏଆଇସିସି କେବେ ନିଷ୍ପତ୍ତି ନେବ ସେ ନେଇ  ରାଜ୍ୟ କଂଗ୍ରେସର କୌଣସି ନେତା ଠିକ ଭାବେ  ଆକଳନ ମଧ୍ୟ କରିପାରୁନଥିବା କହିଛନ୍ତି ।

  • PrameyaOdia
  • prameya
  • Congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.