ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ମଙ୍ଗଳବାର ମୂଳାଷ୍ଟମୀ, ଶାରଦୀୟ ପୂଜା ଆରମ୍ଭ: ଶ୍ରୀମନ୍ଦିରରେ ସହସ୍ର କୁମ୍ଭାଭିଷେକ, ୧୩ ଅକ୍ଟୋବର ଦଶହରା

ପୁରୀ,୨୩/୦୯: ଆସନ୍ତା ୨୪ ତାରିଖ ମଙ୍ଗଳବାର  ଶ୍ରୀମନ୍ଦିରରେ ମୂଳାଷ୍ଟମୀ । ଶ୍ରୀକ୍ଷେତ୍ରସ୍ଥିତ ଦେବୀ ପୀଠ ତଥା ଶ୍ରୀମନ୍ଦିରରେ ମା’ବିମଳାଙ୍କ ଷୋଳ ପୂଜାର ଶୂଭାରମ୍ଭ । ଦେବୀ ଦୁର୍ଗାଙ୍କ ସହସ୍ରାକୁମ୍ଭାଭିଷେକ ଓ ଦେବୀ ଉତ୍ଥାପନ  ନୀତି ଅନୁଷ୍ଠିତ ହେବ । ପୀଠରେ ପୂଜାର୍ଚ୍ଚନା ପାଇଁ ଶ୍ରୀନହରରେ ବ୍ରାହ୍ମଣମାନେ ବରଣ ହେବେ । ଆସନ୍ତା ମାସ  ଅକ୍ଟୋବର ୨ ତାରିଖ ମହାଳୟାରୁ ଶ୍ରୀଦୁର୍ଗାମାଧବଙ୍କ ବାହାର  ବିଜେ । ମହାପ୍ରଭୁଙ୍କ ଶାକ୍ତ ଗୁଣ୍ଡିଚା ଆରମ୍ଭ । ଦେବଦେବୀ  ଦୋଳମଣ୍ଡପ ସାହିସ୍ଥିତ ନାରାୟଣୀଙ୍କ ମନ୍ଦିରକୁ ବିଜେ  କରିବେ । ୯ ତାରିଖ ବୁଧବାର ମା’ବିମଳାଙ୍କ ପୀଠରେ  ମହାସପ୍ତମୀ, ୧୦ ତାରିଖ ଗୁରୁବାର ମହାଷ୍ଟମୀ, ୧୧  ତାରିଖ ଶୁକ୍ରବାର ମହାନବମୀ ପୂଜା ଅନୁଷ୍ଠିତ ହେବ ।  ୧୨ ତାରିଖରେ ମା’ଙ୍କ ବିଶ୍ରାମ ପୂଜା ହୋଇ ୧୩ ତାରିଖ  ରବିବାର ଠାକୁରାଣୀଙ୍କ ଦଶହରା ପୂଜା ସମ୍ପନ୍ନ ହେବ । 

ଷୋଳ ପୂଜା ଅବସରରେ ମହାପ୍ରଭୁଙ୍କ ସକାଳ ଧୂପ  ବଢ଼ିବା ପରେ ରତ୍ନଭଣ୍ଡାରରୁ ମା’ଦୁର୍ଗାଙ୍କର ସ୍ୱର୍ଣ୍ଣ ପ୍ରତିମା  ରତ୍ନ ସିଂହାସନରେ ବିଜେ ହେବେ । ମା’ସୁଭଦ୍ରାଙ୍କ ଆଜ୍ଞାମାଳ  ମା’ଦୁର୍ଗାଙ୍କୁ ଲାଗି କରାଯିବ । ମା’ଦୁର୍ଗା ସୋମନାଥ(ମାଜଣା)  ମଣ୍ଡପକୁ ବିଜେ ହେବେ । ମା’ଦୁର୍ଗାଦେବୀଙ୍କୁ ସହସ୍ରଗରା  ଜଳ ଲାଗି କରାଯିବ । ଠାକୁରାଣୀଙ୍କ ବେଶ ଅନୁଷ୍ଠିତ ହୋଇ  ଶୀତଳ ଭୋଗ ପ୍ରସାଦଲାଗି ହେବ । ଦେବୀ ଦୁର୍ଗା ବାହୁଡ଼ା  ବିଜେ କରି ଭଣ୍ଡାର ଦ୍ୱାରକୁ ଆସିବେ । ମାଧବ ଆଜ୍ଞାମାଳ ପାଇ  ଭଣ୍ଡାର ଦ୍ୱାରକୁ ଆସିବେ । ଭଦ୍ରାସନରେ ଉଭୟ ଦେବାଦେବୀ  ରୁନ୍ଧା ହେବେ । ଦେବଦେବୀ ମା’ବିମଳା ଠାକୁରାଣୀଙ୍କ  ଜଗମୋହନରେ ବିଜେ ହେବେ । ଶୀତଳ ଭୋଗ ଅର୍ପଣ  କରାଯାଇ ଆଳତି ଓ ବନ୍ଦାପନା ନୀତି ବଢିବ । ଠାକୁରଙ୍କ ରାତି  ଚନ୍ଦନଲାଗି ନୀତି ବଢ଼ିଲେ ସେବାୟତମାନେ ଦୁର୍ଗାମାଧବଙ୍କୁ  ବିଜେ କରାଇ ଆଣି ଭଣ୍ଡାର ଘରେ ସ୍ଥାପନା କରିବେ । 

ଶାରଦୀୟ ପୂଜାର ଶେଷାର୍ଦ୍ଧରେ ଶ୍ରୀଦୁର୍ଗାମାଧବ  ନାରାୟଣୀଙ୍କ ମନ୍ଦିରକୁ ବିଜେ କରି ନୀତି ସମ୍ପନ୍ନ ହେବ ।  ଏଥିସହ ଶ୍ରୀକ୍ଷେତ୍ରର ପ୍ରାଚୀନ ଦେବୀ ପୀଠରେ ମଧ୍ୟ  ମା’ଙ୍କ ଶାରଦୀୟ ପୂଜାର ଶୁଭାରମ୍ଭ ହେବ । ଶ୍ରୀନହର  ସିଂହଦ୍ୱାରଠାରେ ବିରାଜିତ ମା’କନକଦୁର୍ଗାଙ୍କଠାରେ ପୂଜାର୍ଚ୍ଚନା କରାଯାଇ ବ୍ରାହ୍ମଣଙ୍କୁ ନୂତନ ବସ୍ତ୍ର, ଚିଟାଉ ଓ  ନାରିକେଳ ଆଦି ଅର୍ପଣ କରାଯିବ । ଦେବୀ ପୀଠମାନଙ୍କରେ  ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଚଣ୍ଡୀପାଠ ଓ ଠାକୁରାଣୀଙ୍କ ସହସ୍ରନାମ  ପାଇଁ ବ୍ରାହ୍ମଣମାନେ ସ୍ୱତନ୍ତ୍ର ଦାୟିତ୍ୱ ଗ୍ରହଣ କରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.