ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଏସ୍‌ସି,ଏସ୍‌ଟି ବିଭାଗ ଅଧୀନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ: ୬୩ ପ୍ରତିଶତ ଅଣଶିକ୍ଷକ ନାହାନ୍ତି

ଭୁବନେଶ୍ୱର,୨୩/୦୯: ରାଜ୍ୟ ସରକାର ଅନୁସୂଚିତ ଜାତି, ଜନଜାତି ଓ ସଂଖ୍ୟାଲଘୁ ସଂପ୍ରଦାୟ,  ପଛୁଆ ବର୍ଗର ପିଲାଙ୍କ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ବିଦ୍ୟାଳୟ ମଧ୍ୟ ସ୍ଥାପନ କରିଛନ୍ତି ।  ଆକାଂକ୍ଷା ଯୋଜନାରେ ସହରାଞ୍ଚଳ ହଷ୍ଟେଲ ନିର୍ମାଣ ଠାରୁ  ଆରମ୍ଭ କରି ସ୍ୱତନ୍ତ୍ର ବୈଷୟିକ ଓ ଦକ୍ଷତା ଶିକ୍ଷାକୁ ମଧ୍ୟ  ପ୍ରାଧାନ୍ୟ ଦେଉଛନ୍ତି । ମାତ୍ର ରାଜ୍ୟରେ ଥିବା ଅନୁସୂଚିତ  ଜାତି, ଜନଜାତି ଉଚ୍ଚ ମାଧ୍ୟମିକ ସ୍କୁଲରେ ୨୭ ପ୍ରତିଶତ  ଶିକ୍ଷକ ପଦବି ଖାଲି ପଡ଼ିଛି । କେବଳ ଏତିକି ନୁହେଁ ଅଣ  ଶିକ୍ଷକ ପଦବି ୬୩ ପ୍ରତିଶତ ଖାଲି ପଡ଼ିଛି ।  

ତଥ୍ୟ ଅନୁଯାୟୀ, ରାଜ୍ୟରେ ଅନୁସୂଚିତ ଜାତି,  ଜନଜାତି ବିଭାଗ ଅଧୀନରେ ଥିବା ଉଚ୍ଚ ମାଧ୍ୟମିକ  ସ୍କୁଲରେ ମୋଟ ୫୮୧ ଶିକ୍ଷକ ପଦବି ମଞ୍ଜୁର ହୋଇଛି । ଏଥିରୁ ୪୨୪ ଜଣ କାର୍ଯ୍ୟରତ ଅଛନ୍ତି । ତନ୍ମଧ୍ୟରୁ ୧୫୭  ଶିକ୍ଷକ ପଦବି ଖାଲି ପଡ଼ିଛି । ବାଲେଶ୍ୱର ଜିଲ୍ଲାରେ ୧୩,  ବଲାଙ୍ଗିରରେ ୨, ଗଜପତିରେ ୧୬, କଳାହାଣ୍ଡିରେ ୩,  କନ୍ଧମାଳରେ ୧୪, କୋରାପୁଟରେ ୧୬, ମାଲକାନଗିରିରେ  ୧୯, ମୟୂରଭଞ୍ଜରେ ୫, ନବରଙ୍ଗପୁରରେ ୧୪,  ନୂଆପଡ଼ାରେ ୩, ରାୟଗଡ଼ାରେ ୧୫, ସମ୍ବଲପୁରରେ  ୪ ଏବଂ ସୁନ୍ଦରଗଡ଼ରେ ୧୦ଟି ଶିକ୍ଷକ ପଦବି ଖାଲି  ପଡ଼ିଛି । ବୌଦ୍ଧ ଜିଲ୍ଲା ପାଇଁ ୭ ପଦବି ମଞ୍ଜୁର ହୋଇଛି,  କିନ୍ତୁ ଏଥିରେ କେହି ନାହାନ୍ତି । ଶିକ୍ଷକ ପଦବି ଯେତିକି  ଖାଲିପଡ଼ିଛି ତାଠୁ ଅଧିକ ଚିନ୍ତା ବଢ଼ାଉଛି ଅଣଶିକ୍ଷକ  ପଦବି ।  

ରାଜ୍ୟରେ ମୋଟ ୪୮୮ଟି ଅଣଶିକ୍ଷକ ପଦବିକୁ  ମଞ୍ଜୁର ମିଳିଛି । ଏଥିରୁ ୧୮୦ ଜଣ କାର୍ଯ୍ୟରତ ଅଛନ୍ତି ।  ୩୦୮ ପଦବି ଖାଲି ପଡ଼ିଛି । ମାତ୍ର ୩୭ ପ୍ରତିଶତ  ଅଣଶିକ୍ଷକ କର୍ମଚାରୀରେ କାର୍ଯ୍ୟାଳୟ କାମ ହେଉଛି ।  ବାଲେଶ୍ୱର ଜିଲ୍ଲାରେ ୩୩, ବଲାଙ୍ଗିରରେ ୫, ବୌଦ୍ଧରେ  ୬ ପଦବିରେ କେହିନାହାନ୍ତି । କନ୍ଧମାଳ ଜିଲ୍ଲାରେ ୪୨  ପଦବି ମଞ୍ଜୁର ହୋଇଥିବା ବେଳେ ଜଣେ ହେଲେ  କେହି କାର୍ଯ୍ୟରତ ନାହାନ୍ତି । ସମ୍ବଲପୁରରେ ମଧ୍ୟ ସମାନ  ଅବସ୍ଥା । ୧୧ଟି ପଦବି ରହିଛି, ଜଣେ ହେଲେ କାର୍ଯ୍ୟରତ  ନାହାନ୍ତି । ଗଜପତି ଜିଲ୍ଲାରେ ୧୨ ପଦବିରୁ ୧୦ ଖାଲି  ପଡ଼ିଛି । ସେହିପରି କଳାହାଣ୍ଡିରେ ୩୬ରୁ ୨୧ ଖାଲି ।  କୋରାପୁଟରେ ୩୨, ନବରଙ୍ଗପୁର ୪୨, ରାୟଗଡ଼ାରେ  ୨୪, ମାଲକାନାଗିରିରେ ୨୨, କେନ୍ଦୁଝରରେ ୧୫,  କଳାହାଣ୍ଡିରେ ୨୧, ସୁନ୍ଦରଗଡ଼ରେ ୩୦ କର୍ମଚାରୀ ନାହାନ୍ତି । 

ସୂଚନାଯୋଗ୍ୟ, ରାଜ୍ୟର ଅନୁସୂଚିତ ଜନଜାତି ଓ  ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ  ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଅଧୀନରେ ସ୍ୱତନ୍ତ୍ର ସ୍କୁଲ  ନିର୍ମାଣ ହୋଇଛି । ୬୦ରୁ ଅଧିକ ଉଚ୍ଚ ମାଧ୍ୟମିକ ସ୍କୁଲ  ରହିଛି । ପିଲାମାନେ ଯେପରି ପାଠପଢ଼ାରେ ଅବହେଳିତ  ନହେବେ ସେଥିଲାଗି ଧ୍ୟାନ ଦିଆଯାଉଛି । ସ୍କୁଲ ପୋଷାକ,  ପାଠ୍ୟ ଉପକରଣ ଦିଆଯାଉଛି । ମାଧୋ ସିଂ ଯୋଜନାରେ  ହାତଖର୍ଚ୍ଚ ଆଦି ଯୋଗାଇ ଦେବାକୁ ମଧ୍ୟ ସରକାର ଘୋଷଣା  କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.