ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ

ଭୁବନେଶ୍ୱର, ୨୩/୦୯ : ଭରତପୁର ଥାନା ହଙ୍ଗାମା ଘଟଣା ନେଲା ନୂଆ ମୋଡ଼ । ୬ ଘଣ୍ଟିଆ ରାଜଧାନୀ ବନ୍ଦ ଡାକରାକୁ ବନ୍ଦ କଲା ବିଜୁ ଜନତା ଦଳ । ମଙ୍ଗଳବାର ଦିନ ହେବାକୁ ଥିବା ବନ୍ଦ ଡାକରାକୁ ସାମୟିକ ଭାବେ ସ୍ଥଗିତ କଲା ବିଜେଡି । 

ସୂଚନା ମୁତାବକ, ଭରତପୁର ଥାନାରେ କିଛି ଦିନ ତଳେ ଏକ ମାମଲା ସାମ୍ନାକୁ ଆସିଥିଲା । ଭରତପୁର ଥାନା ମାମଲାର ବିଚାର ବିଭାଗୀୟ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ରବିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ  ମନ୍ତ୍ରିସ୍ତରୀୟ କମିଟି ବୈଠକ ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ଜଷ୍ଟିସ୍‌ ଚିତ୍ତରଂଜନ ଦାଶ ଏହି ତଦନ୍ତ ଦାୟିତ୍ୱ ନେବେ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଶନଙ୍କୁ  ଅନୁରୋଧ କରାଯାଇଛି । 

ପୋଲିସ ସହ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ହଙ୍ଗାମା ଘଟଣାରେ ଆନ୍ଦୋଳନ କରିଥାନ୍ତା ବିଜେଡି । ତେବେ ରବିବାର ଏକ ପ୍ରେସ୍‌ମିଟ ମାଧ୍ୟମରେ ଏନେଇ ସୂଚନା ଦିଆଯାଇଥିଲା । ଏହି ପ୍ରେସ୍‌ମିଟରେ ଦିଆଯାଇଥିବା ସୂଚନା ଅନୁସାରେ ଆସନ୍ତା କାଲି ଅର୍ଥାତ ମଙ୍ଗଳବାର ସକାଳ ୬ଟା ରୁ ମଧ୍ୟାହ୍ମ ୧୨ଟା ପର୍ଯ୍ୟନ୍ତ ଆନ୍ଦୋଳନ ହୋଇଥାନ୍ତା । ଏହି ଆନ୍ଦୋଳନ ଭୁବନେଶ୍ୱରରେ ଦୀର୍ଘ ୬ ଘଣ୍ଟା ଘରି ଚାଲିଥାନ୍ତା । ଏଥିରେ କେବଳ ଜରୁରୀକାଳୀନ ସେବାକୁ ବାଦ୍‌ ଦିଆଯାଇଥିଲା ।କିନ୍ତୁ ଏହି ଆନ୍ଦୋଳନ ଡାକରା ଦେବାର ଗୋଟିଏ ଦିନ ପରେ ପ୍ରତ୍ୟାହୃତ ହୋଇଛି । ବିଜେଡି ପକ୍ଷରୁ ମଙ୍ଗଳବାର ଦିନ ହେବାକୁ ଥିବା ୬ ଘଣ୍ଟିଆ ବନ୍ଦ ଡାକରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.