ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଗିନିଜ୍‌ ୱାର୍ଲ୍ଡ ରେକର୍ଡ କଲେ ମେଗାଷ୍ଟାର ଚିରଞ୍ଜିବୀ, ୪୫ ବର୍ଷର କ୍ୟାରିୟରରେ ୨୪,୦୦୦ ଡ୍ୟାନ୍ସ ଷ୍ଟେପ୍‌

ହାଇଦ୍ରାବାଦ ୨୩/୦୯: ମେଗାଷ୍ଟାର ଚିରଞ୍ଜିବୀ କୋନିଡେଲାଙ୍କୁ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ସଫଳ ତାରକା ପୁରସ୍କାରରେ ସମ୍ମାନିତ କରାଯାଇଛି। ସେ ଏବେ ଗିନିଜ୍‌ ବୁକ୍‌ ରେକର୍ଡଧାରୀ ହୋଇଛନ୍ତି । । ୪୫ ବର୍ଷରେ ୨୪,୦୦୦ ଡ୍ୟାନ୍ସ ଷ୍ଟେପ୍‌ କରି ସେ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି । ରବିବାର ଦିନ ଗିନିଜ ୱାର୍ଲ୍ଡ ରେକର୍ଡର ପ୍ରତିନିଧୀ ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ତାଙ୍କ ସହ ବଲିଉଡ୍ ଫିଲ୍ମ ଷ୍ଟାର ଅମିର ଖାନ୍‌ ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ । 

ସାଉଥ୍‌ ସୁପରଷ୍ଟାର ଚିରଞ୍ଜିବୀ ୧୯୭୮ରେ ଭାରତୀୟ ଚଳଚ୍ଚିତ୍ର ଜଗତରେ କାମ ଆରମ୍ଭ କରିଥିଲେ । ୪୫ ବର୍ଷରେ ୧୫୬ ଫିଲ୍ମରେ ୫୩୭ ଗୀତରେ ସେ ୨୪,୦୦୦ ଡ୍ୟାନ୍ସ ଷ୍ଟେପ୍‌ କରିଛନ୍ତି । ପୁରସ୍କାର ପାଇବା ଅବସରରେ ଚିରଞ୍ଜିବୀ କହିଥିଲେ, ଗିନିଜ ରେକର୍ଡ କଥା କେବେ ଭାବି ନ ଥିଲି । ସିନେମାର ଏହି ଯାତ୍ରାରେ ଗିନିଜ୍‌ ପୁରସ୍କାର କଳ୍ପନା ବାହାରେ । ମୋ ପ୍ରଯୋଜକମାନଙ୍କୁ ଧନ୍ୟବାଦ । ଚଳଚ୍ଚିତ୍ରରେ ଅଭିନୟ ତୁଳନାରେ ନୃତ୍ୟ ପ୍ରତି ଅଧିକ ଆଗ୍ରହୀ ଥାଏ । ୱାର୍କ ଫ୍ରଣ୍ଟକୁ ଦେଖିଲେ ଆଗକୁ ଚିରଞ୍ଜିବୀଙ୍କ ‘ବିଶ୍ୱମ୍ଭରା’ ଫିଲ୍ମ ଆସୁଛି । ମାଲ୍ଲିଦି ବଶିଷ୍ଠ ଏହାର ନିର୍ଦ୍ଦେଶନା ଦେଇଛନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.