ପ୍ରମୂଖ ଖବର
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଗାୟିକାରୁ ନାୟିକା ସାଜିଲେ ଧ୍ୱନି, ‘କହାଁ ସୁରୁ କହାଁ ଖତମ୍‌’ରେ ସିନେ ଦୁନିଆରେ କଲେ ଏଣ୍ଟ୍ରି

ମୁମ୍ବାଇ ୨୧/୦୯: ଗତ ଶୁକ୍ରବାର ସିନେ ପରଦାକୁ ଆସିଛି ରୋମାଣ୍ଟିକ୍‌ କମେଡି ଫିଲ୍ମ ‘କହାଁ ସୁରୁ କହାଁ ଖତମ୍‌’ । ଏହା ଜରିଆରେ ସିନେ ଦୁନିଆରେ ଏଣ୍ଟ୍ରି କରିଛନ୍ତି ଗାୟିକା ଧ୍ୱନି ଭାନୁଶାଲୀ । ତାଙ୍କ ସହ ନାୟକ ଭୂମିକାରେ ସ୍କ୍ରିନ୍‌ ଶେୟାର କରିଛନ୍ତି ଆଶିମ ଗୁଲାଟି । ଫିଲ୍ମରେ ରାକେଶ ବେଦୀ, ସୁପ୍ରିୟାଙ୍କ ଭଳି ବରିଷ୍ଠ କଳାକାର ଅଭିନୟ କରିଛନ୍ତି । ନିର୍ଦ୍ଦେଶନା ଦେଇଛନ୍ତି ସୌରଭ ଦାସଗୁପ୍ତା । କାହାଣୀ ଲେଖିଛନ୍ତି ଲକ୍ଷ୍ମଣ ଉତେକର । 

ସଙ୍ଗୀତ ଦୁନିଆରେ ସଫଳତା ହାସଲ କରିଥିବା ଧ୍ୱନି ଗାୟିକାରୁ ନାୟିକା ହେବାର ଯାତ୍ରା ବିଷୟରେ ନିଜ ଇନ୍‌ଷ୍ଟା ପୋଷ୍ଟ୍‌ ମାଧ୍ୟମରେ ଫ୍ୟାନ୍‌ଙ୍କ ସହ ଶେୟାର କରିଛନ୍ତି । ସେ କହିଛନ୍ତି, ଅଗଣିତ ଦିନ ଓ ରାତି ଅନିଦ୍ରା ରହି, ୬୦୦ ଘଣ୍ଟାର ଅଭିନୟ କ୍ଲାସ୍‌ କରି ଏବଂ ନିଜର ସବୁ ଶକ୍ତି-ସାମର୍ଥ୍ୟକୁ ବାଜି ଲଗାଇଦେବା ପରେ ସେ ବୁଝିପାରିଲେ ଯେ ଜଣେ କଳାକାର ହେବାକୁ କ’ଣ କରିବାକୁ ପଡ଼େ । ଯେଉଁ ମୁହୂର୍ତ୍ତକୁ ସେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିଲେ, ଶେଷରେ ତାହା ଆସିଛି । ନାୟିକା ରୂପେ ନିଜର ପ୍ରଥମ ପଦାର୍ପଣକୁ ନେଇ ଧ୍ୱନି ଖୁବ୍‌ ଉତ୍ସାହିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.