ପ୍ରମୂଖ ଖବର
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ

ଭୁବନେଶ୍ୱର,୨୧/୦୯: ଭରତପୁର ଥାନା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ  ବର୍ଷିଛି ବିଜେଡି । ଏ ପ୍ରସଙ୍ଗ ନେଇ ଶନିବାର  ବିଜୁ ମହିଳା ଜନତ ଦଳ ରାଜଭବନ ଆଗରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛି । ଶଙ୍ଖ ଭବନରେ  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାଂସଦ ସୁଲତା  ଦେଓ, ବିଏମ୍‌ସି ମେୟର ସୁଲୋଚନା ଦାସ, ଦଳର  ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି,  ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ  ବାନ୍ଧବୀ ପ୍ରତି ଅମାନବୀୟ ଅତ୍ୟାଚାର କରାଯାଇଛି ।  

ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବାବେଳେ  ସରକାର ଶହେ ଦିନ ପୂରଣ କରିବାର ଉତ୍ସବ  ପାଳିବାରେ ବ୍ୟସ୍ତ । ବିଜେପି ସରକାରକୁ ଆସିବା  ପରେ ମୋ’ ସରକାରକୁ ହଟାଇ ଦିଆଗଲା ।  ଫଳରେ ପୁଲିସ ପ୍ରଶାସନର ଉତ୍ତର ଦାୟିତ୍ୱ ବି  ହଟିଗଲା । ରାଜ୍ୟର ଏକ ମଡେଲ୍‌ ଥାନାରେ ଏଭଳି  ଜଘନ୍ୟ ଘଟଣା ଘଟିଥିବା ବେଳେ ସରକାର ଚୁପ୍‌  ହୋଇ ବସିଛନ୍ତି । ଏହା କ’ଣ ଓଡ଼ିଆ ଅସ୍ମିତା?  ଥାନାରୁ ସିସିଟିଭି ରହସ୍ୟମୟ ଭାବେ ଉଭାନ  ହୋଇଯିବାର କାରଣ କ’ଣ? ପୂରା ଘଟଣାର  ବିଚାର ବିଭାଗୀୟ ତଦନ୍ତ କରାଯାଉ । ଏହି ଘଟଣା  ନେଇ ବିଜେଡିର ମହିଳା କର୍ମକର୍ତ୍ତାମାନେ ଶନିବାର  ରାଜଭବନ ଆଗରେ ଧାରଣା ଦେବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.