ପ୍ରମୂଖ ଖବର
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ

ବୈପାରୀଗୁଡା,୨୧/୦୯: ଅଟୋରେ ଗଞ୍ଜେଇ ଚୋରା ଚଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ । ଅଟୋ ସହ ଜବତ ହେଲା ୨୫ କିଲୋ ଗଞ୍ଜେଇ । ଏହା ସହ ଦୁଇ ଜଣ ମହିଳା ମଧ୍ୟ ଗିରଫ ହୋଇଛନ୍ତି । ଗିରଫ ହୋଇଥିବା ଦୁଇ ଜଣ ମହିଳା ଲଷ୍ମୀପୁରର ସନ୍ଧ୍ୟା ହରିଜନ ଓ ସାବିତ୍ରୀ ବାଲାଜୀ ବୋଲି ଜଣାପଡ଼ିଛି । କୋରାପୁଟ ଜିଲ୍ଲା ଅନ୍ତର୍ଗତ ବୈପାରୀଗୁଡା ବ୍ଲକ ଅନ୍ତର୍ଗତ କେନ୍ଦୁପଡା ରାସ୍ତାରେ ଏଭଳି ଘଟମା ଘଠିଛି ।

ସୂଚନା ମୁତାବକ, କେନ୍ଦୁପଡା ରାସ୍ତାରେ ଅବକାରୀ ବିଭାଗ ଓଆଇସି ଭଗବାନ ମହାନନ୍ଦିଆଙ୍କ ନେତୃତ୍ୱରେ ପେଟ୍ରୋଲିଙ୍ଗ ଚାଲିଥିଲା । ଏହି ସମୟରେ କେନ୍ଦୁପଡାରୁ ବୈପାରୀଗୁଡା ଅଭିମୁଖେ ଗୋଟିଏ ଅଟୋ କ୍ଷିପ୍ରଗତିରେ ଆସୁଥିଲା । ସନ୍ଦେହ କରି ଅବକାରୀ ବିଭାଗର କର୍ମଚାରୀ ଉକ୍ତ ଅଟୋକୁ ଅଟକାଇଥିଲେ । ଏହା ଦେଖି ଘଟଣାସ୍ଥଳରୁ ଅଟୋ ଛାଡ଼ି ଡ୍ରାଇଭର ଚମ୍ପଟ ମାରିଥିଲା । ତେବେ ଅଟୋରେ ଥିବା ୨୫ କିଲୋ ଗଞ୍ଜେଇ ଜବତ କରାଯାଇଛି । ଏଥି ସହିତ ଏହି ଚାଲାଣରେ ସମ୍ପୃକ୍ତ ଥିବା ଦୁଇଜଣ ମହିଳାଙ୍କୁ ଗିରଫ କରି ଜୟପୁର କୋର୍ଟ ଚଲାଣ କରାଯାଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.