ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ପାଣି ପଶି ବନ୍ଦ ହୋଇଥିଲା ବିଦ୍ୟୁତ ଉତ୍ପାଦନ, ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ

ଲମତାପୁଟ,୧୪/୦୯: ପାଞ୍ଚ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ । ପ୍ରଥମ ପ୍ରଯ୍ୟାୟରେ ୧ ନମ୍ବର ୟୁନିଟ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ୩ନମ୍ବର ୟୁନିଟ କାର୍ଯ୍ୟକ୍ଷମ ହୋଇଛି । ଦୁଇଟି ୟୁନିଟ କାର୍ଯ୍ୟକ୍ଷମ ହେବା ପରେ ୩୪ ମେଗା ୱାଟ୍‌ ବିଦ୍ୟୁତ ଉତ୍ପାଦନ ଆରମ୍ଭ ହୋଇଛି । 

ସୂଚନା ମୁତାବକ, କିଛି ଦିନ ତଳେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ପାଣି ପଶି ଯାଇଥିବାରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଥିଲା । ଏହି ଘଟଣାର ୫ ଦିନ ପରେ ଆରମ୍ଭ ହେଲା ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ । ଆନ୍ଧ୍ରପ୍ରଦେଶରୁ ଆସିଥିବା ପ୍ରକଳ୍ପ ଅଧିକାରୀ ମାଛକୁଣ୍ଡ ପ୍ରକଳ୍ପରୁ ଜଳ ନିଷ୍କାସନ ପାଇଁ ଓଡିଶା ଅଗ୍ନିଶମ ବାହିନୀର ସହାୟତା ଲୋଡ଼ିଥିଲେ । ତେବେ ଗତ ବୁଧବାର ଲମତାପୁଟ ଅଗ୍ନିଶମ ବାହିନୀ ପହଞ୍ଚି ୧୨ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ଜଳ ନିଷ୍କାସନ କରିଥିଲେ । ପ୍ରକଳ୍ପର କର୍ମଚାରୀ ଦୁଇଦିନ ଦିନ ରାତି ଧରି ମରାମତି କାର୍ଯ୍ୟ କରି ପାନେଲ ଏବଂ ଟରଭାଇନ ଗୁଡିକ ସଫା କାରି କାର୍ଯ୍ୟ କ୍ଷମ କରିବାରେ ସଫଳ ହୋଇଥିଲେ । 

କିନ୍ତୁ ପ୍ରଶ୍ନ ଉଠୁଛି କାହା ଅବେହାଳା ପାଇଁ ପ୍ରକଳ୍ପ ଡ୍ୟାମ ଗୁଡିକରେରେ ଜଳସ୍ତର ବିପଦ ସଂକେତକୁ ଛୁଇଁବା ପରେ ଅଧିକା ଜଳ ନିଷ୍କାସନ ହୋଇଥିଲା । ପ୍ରଥମ ଥର ବନ୍ୟାଜଳ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ପ୍ରବେଶ କରି କୋଟି କୋଟି ଟଙ୍କା କ୍ଷତି ସହିବାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି । 

ତେବେ ୫ ଦିନ ତଳେ ମାଛକୁଣ୍ଡରେ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇଥିଲା । ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରେ ବନ୍ୟାଜଳ ପ୍ରବେଶ କରିଥିବା ହେତୁ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଯାଇଥିଲା । ପ୍ରକଳ୍ପର ୨ ଏବଂ ୫ ନମେବର ୟୁନିଟରେ ନବୀକରଣ ଚାଲିଥିବା ବେଳେ ପାଣି ସେଠାରେ ପଶି ଯାଇଥିଲା । ଏହି ପାଣିକୁ ମୋଟର ଯୋଗେ ନିଷ୍କାସନ ଉଦ୍ୟମ କରାଯାଇଥିଲା । କିନ୍ତୁ ଜଳଭଣ୍ଡାର ଉପରେ ଜଣସ୍ଥର ବଢିବାରୁ ବିଦ୍ୟୁତ ପ୍ରକଳ୍ପରୁ ସମ୍ପୂର୍ଣ୍ଣ ବିଦ୍ୟୁତ ଉତ୍ପାଦନ ବନ୍ଦ କରାଯାଇଥିଲା । 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.