କୋରାପୁଟ,୧/୯(ଆପ୍ର): କୋରାପୁଟ ଜିଲ୍ଲା ସୁନାବେଡା ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟ କ୍ୟାମ୍ପସ ପରିସରରେ ଛାତ୍ର ଅଶାନ୍ତି ଦେଖା ଦେଇଛି। ତିନି ଜଣ ଛାତ୍ରଙ୍କୁ ମେସ୍ ମ୍ୟାନେଜର ଆକ୍ରମଣ କରିଥିବା ଅଭିଯୋଗ କରି ଛାତ୍ରମାନେ ଧାରଣାରେ ବସିଛନ୍ତି।
ବିଶ୍ଵବିଦ୍ୟାଳୟରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ନେଇ ଛାତ୍ରମାନେ ସବୁବେଳେ ଅଭିଯୋଗ କରିଥାନ୍ତି। ଆଜି କୌଣସି କାରଣରୁ ମେସ୍ ମ୍ୟାନେଜର ଛାତ୍ରମାନଙ୍କୁ ଆକ୍ରମଣ କରିଥିଲେ। ଯାହାକୁ ନେଇ ବିଶ୍ଵବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖା ଦେଇଥିଲା। ମେସ୍ ଚଲାଉଥିବା କିଛି କର୍ମଚାରୀଙ୍କୁ ଛାତ୍ରମାନେ ଅଟକ ରଖି କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିଛନ୍ତି। ବିଶ୍ଵବିଦ୍ୟାଳୟ କୁଳପତି ଚକ୍ରଧର ତ୍ରିପାଠୀ ଓ ସୁନାବେଡା ପୁଲିସ ଘଟଣା ସ୍ଥଳରେ ଉପସ୍ଥିତ ରହି ଛାତ୍ରମାନଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରୁଛନ୍ତି।