ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ

ଲମତାପୁଟ,୦୯/୦୯ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌ । ଜଲାପୁଟ ଡ୍ୟାମ୍‌ର କ୍ଷମତା ୨୭୫୦ ଫୁଟ ରହିଥିବା ବେଳେ ଜଳସ୍ତର ୨୭୪୯.୪୫ କୁ ଛୁଇଁଛି । ଡ୍ୟାମକୁ ୨୦୦୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଲାପୁଟର ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଜଲାପୁଟ ଡ୍ୟାମ୍‌ରୁ ଅଧିକ ପାଣି ନିଷ୍କାସନ ହେବା ଫଳରେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପକୁ ପାଣି ପଶିବା ଆଶଙ୍କା ବଢିଯାଇଛି ।

ସୂଚନା ମୁତାବକ, ତିନି ଦିନ ଲଗାଣବର୍ଷା ଯୋଗୁଁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଜଲାପୁଟ ଡ୍ୟାମ୍‌ର ୬ଟି ଗେଟ୍‌ ଖୋଲାଯାଇଛି । ଡ୍ୟାମ୍‌କୁ ୨୦୦୦ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଜଲାପୁଟର ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସେହି ପାଣି ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପ ଡ୍ୟାମ୍‌ରେ ପହଞ୍ଚି ଜଳସ୍ତର ବଢ଼ି ବିପଦ ସଂକେତକୁ ଛୁଇଁବାରୁ ମାଛକୁଣ୍ଡ ଡ୍ୟାମ୍‌ରେ ୪ଟି ଗେଟ୍‌ ଖୋଲା ଯାଇଛି । ୩ ନମ୍ୱର, ୫ନମ୍ୱର,୬ ନମ୍ୱର ଏବଂ ୭ ନମ୍ୱର ଗେଟ୍‌ ଖୋଲି ୨୦,୦୦୦ କ୍ୟୁସେକ୍‌ ଜଳ ନିଷ୍କାସିତ କରାଯାଉଛି । ଡ୍ୟାମ୍‌ର ୨,୫୯୦ ଫୁଟ ଥିବା ବେଳେ ବର୍ତ୍ତମାନ ୨,୫୮୬ ଫୁଟକୁ ଜଳସ୍ତର ଛୁଇଁଛି । ଜଲାପୁଟ ଡ୍ୟାମ୍‌ରୁ ଅଧିକ ପାଣି ନିଷ୍କାସନ ହେବା ଫଳରେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପକୁ ପାଣି ପଶିବା ଆଶଙ୍କା ବଢିଯାଇଛି । ପୂର୍ବରୁ ଡ୍ୟାମ୍‌ ଗୁଡିକରେ ଜଳସ୍ତରକୁ  ନିୟନ୍ତ୍ରଣ କରିବାରେ ଡ୍ୟାମ୍‌ କତୃପକ୍ଷଙ୍କ ଅବେହେଳା କାରଣରୁ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପକୁ ପାଣି ପଶିବା ଆଶଙ୍କା ବଢିଛି । 

ଅନ୍ୟପଟେ ଜଲାପୁଟ ଡ୍ୟାମ୍‌ ଖୋଲିବା ପରେ ଆନ୍ଧ୍ର-ଓଡିଶା ସୀମାନ୍ତକୁ ସଂଯୋଗ କରୁଥିବା ଅସ୍ଥାୟୀ ଲୁହା ପୋଲ ଧୋଇଯିବା ଆଶଙ୍କା ଦେଖାଦେଇଛି । ତେଣୁ ଅଞ୍ଚଳବାସୀ ଏହି ପୋଲ ଦେଇ ଯାତାୟତ କରିବା ପାଇଁ ଭୟ କରୁ୍ଛନ୍ତି ।

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.