ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

କୋଟିଆ ପରେ ଦେଓମାଳି ଉପରେ ଆନ୍ଧ୍ରର ନଜର, ଘନ ଘନ ପରିଦର୍ଶନରେ ଆସୁଛନ୍ତି ଅଧିକାରୀ

କୋରାପୁଟ, ୦୬/୦୯ : କୋଟିଆ ପରେ ଦେଓମାଳି ଉପରେ ନଜର । ଆର୍‌କୁ ଭଳି ଏହାକୁ ପର୍ଯ୍ୟଟନ ହବ୍‌ କରିବ ଆନ୍ଧ୍ର । ଏଥିଲାଗି ଉଦ୍ୟମ କରାଯାଉଛି । ପାର୍ବତୀପୁରମ୍‌ ମାନ୍ୟମ ଜିଲ୍ଲାର ଅଧିକାରୀମାନେ ନିୟମିତ ଏଠାକୁ ଗସ୍ତ କରୁଛନ୍ତି । ଦେଓମାଳି ପାଦଦେଶରେ ଥିବା ସୁଳିଆମାରି, ତଳକାଣ୍ଟି, ଉପରକାଣ୍ଟି ସମେତ ଅନ୍ୟ ଗାଁଗୁଡ଼ିକୁ ଯାଇ ଗ୍ରାମସଭା କରୁଛନ୍ତି । ପ୍ରସ୍ତାବିତ ପର୍ଯ୍ୟଟନ ଶିଳ୍ପ ସ୍ଥାପନ ପ୍ରକଳ୍ପ ସମ୍ପର୍କରେ ଜନ ସମର୍ଥନ ଯୋଗାଡ଼ କରୁଛନ୍ତି । ଏଠାରେ ପର୍ଯ୍ୟଟନ ହବ୍‌ ହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ବୋଲି ଲୋଭ ଦେଖାଉଛନ୍ତି । ଏହି ପ୍ରସ୍ତାବିତ ପ୍ରକଳ୍ପକୁ କେତେକ ଲୋକ ସମର୍ଥନ କରୁଛନ୍ତି । ଦେଓମାଳିର ପ୍ରାକୃତିକ ପରିବେଶକୁ ନଷ୍ଟ ନକରିବାକୁ ଅନ୍ୟକେତେକ ଗ୍ରାମବାସୀ ଚେତାବନୀ ଦେଇ ଅଧିକାରୀଙ୍କୁ ଘଉଡ଼ାଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । 

ଆନ୍ଧ୍ର ଅଧିକାରୀଙ୍କ ଦେଓମାଳି ଗସ୍ତ ନେଇ ଜିଲ୍ଲା ପ୍ରଶାସନ ନିକଟରେ କୌଣସି ଖବର ନାହିଁ । କୋଟିଆ ପରେ ଦେଓମାଳି ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ପଡ଼ିବା ପ୍ରସଙ୍ଗ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ବୁଦ୍ଧିଜୀବୀମାନେ ଏହାକୁ ନିନ୍ଦା କରିଛନ୍ତି । ଦେଓମାଳିରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରିବାକୁ ଦାବି କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲେ ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶକୁ ରୋକାଯାଇପାରିବ ବୋଲି କହିଛନ୍ତି । ଆନ୍ଧ୍ର ସରକାର ଓଡ଼ିଶା ଆସି ନିଜ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଉଦ୍ୟମ କରୁଛନ୍ତି । ଅଥଚ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦେଓମାଳିକୁ ଯାଇଥିବା ରାସ୍ତାର ମରାମତି କରାଯାଇପାରୁନି । ନିଜ ସମ୍ପତ୍ତିକୁ ରାଜ୍ୟ ସରକାର ସୁରକ୍ଷା ଦେବାରେ ବିଫଳ ହେଉଛନ୍ତି । ଏଥିପାଇଁ ଆନ୍ଧ୍ର ଅନୁପ୍ରବେଶ କରି ନିଜ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ଉଦ୍ୟମ କରୁଛି । ପର୍ଯ୍ୟଟନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ଏହି ଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି । 

ପ୍ରକାଶଯୋଗ୍ୟ, ଦେଓମାଳି ପଟ୍ଟାଙ୍ଗି ବ୍ଲକ୍‌ର କୋଟିଆ ପଞ୍ଚାୟତରେ ରହିଛି । ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ ପ୍ରବେଶ ଶୁଳ୍କ ଦେଇ ବୁଲୁଛନ୍ତି । ପଟ୍ଟାଙ୍ଗି ବ୍ଲକ୍‌ ପ୍ରଶାସନ ନିର୍ଦ୍ଦେଶରେ କୋଟିଆ ପଞ୍ଚାୟତ କର୍ତ୍ତୃପକ୍ଷ ଏହି ଶୁଳ୍କ ଆଦାୟ କରୁଛନ୍ତି । ଏଠାରୁ ବର୍ଷକୁ ଲକ୍ଷାଧିକ ଟଙ୍କା ଆଦାୟ ହେଉଥିଲେ ମଧ୍ୟ ଏହି ସ୍ଥାନର ବିକାଶ ଦିଗରେ କୌଣସି ପଦକ୍ଷେପ ନିଆଯାଉନି । ଏଭଳି ସ୍ଥିତିରେ ଆନ୍ଧ୍ର ଏହି ସ୍ଥାନର ଉନ୍ନତୀକରଣ ତଥା ସୌନ୍ଦର୍ଯ୍ୟକରଣ ପାଇଁ ଆଗେଇ ଆସିବା ପ୍ରସଙ୍ଗକୁ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ ସ୍ୱାଗତ କରିଛନ୍ତି । କୋଟିଆ ପଞ୍ଚାୟତ ନିର୍ବାହୀ ଅଧିକାରୀ କୋଣ୍ଡା ଗୋଲରୀ କହିଛନ୍ତି, ଆନ୍ଧ୍ର ଅଧିକାରୀ ଓ ପର୍ଯ୍ୟଟକମାନେ ଏଠାକୁ ବୁଲିବାକୁ ଆସିଥିଲେ । ଆନ୍ଧ୍ରର ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ସେ କିଛି ଜାଣିନାହାନ୍ତି । ଦୁଇବର୍ଷ ପୂର୍ବେ ଏହି ରାସ୍ତାର ମରାମତି ହୋଇଥିଲା । ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି । ଏଥିପାଇଁ ପଞ୍ଚାୟତ ପକ୍ଷରୁ ଏହି ରାସ୍ତା ମରାମତି କରାଯାଇ ପାରୁନି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.