ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

କୁକୁଡ଼ା ଫାର୍ମ ପାଇଁ ଗାଁରେ ଅସ୍ୱାସ୍ଥ୍ୟକର ପରିବେଶ ; ବାରମ୍ବାର ଅଭିଯୋଗ ପରେ ହେଉ ନ ଥିଲା କାର୍ଯ୍ୟାନୁଷ୍ଠାନ, ସାଂସଦ କଲେ ହସ୍ତକ୍ଷେପ

ନୀଳଗିରି,୨୦/୯ : ଗାଁ ମଝିରେ ସବୁ ଆଇନ କାନୁନ କୁ ଫୁ କରି ହୋଇଥିଲା କୁକୁଡ଼ା ଫାର୍ମ । କୁକୁଡ଼ା ମଳ ଫିଙ୍ଗି ବର୍ଷା କାରଣରୁ ଗ୍ରାମରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଥିବାବେଳେ ପୂର୍ବରୁ ଗ୍ରାମବାସୀଙ୍କ ଅଭିଯୋଗ ସତ୍ତେ୍ବ ପ୍ରତିକାର ମୂଳକ କାର୍ଯ୍ୟାନୁଷ୍ଠାନ ହେଉନଥିଲା । ଶେଷରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ହସ୍ତକ୍ଷେପ ପରେ ଗାଁରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଆକ୍ସନ ମୋଡ଼କୁ ଆସିଛନ୍ତି । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବରମପୁର ଥାନା ଅଧିନ କାଦୁଆଳି ଶାସନରେ ଦେଖିବାକୁ ମିଳିଛି । 

ସୂଚନାଯୋଗ୍ୟ ଯେ, କାଦୁଆଳି ଶାସନରେ ବ୍ରାହ୍ମଣମାନେ ରହୁଥିବାବେଳେ କୁକୁଡ଼ା ପାଳନ କରିଛନ୍ତି ସେହି ଗ୍ରାମର ଜଣେ ବ୍ୟକ୍ତି । ଘରଠାରୁ ୫୦୦ମିଟର ଦୂରରେ କୁକୁଡ଼ା ଫାର୍ମ କରିବାର ନିୟମ ଥିବାବେଳେ ମାତ୍ର କେଇ ମିଟର ଦୁରରେ ରହିଛି କୁକୁଡ଼ା ଫାର୍ମ । ଫାର୍ମରୁ ବାହାରୁଥିବା କୁକୁଡ଼ା ମଳ ନିକଟରେ ଫିଙ୍ଗୁଥିବାବେଳେ ବର୍ଷାରେ ଦୁର୍ଗନ୍ଧରେ ରହି ପାରୁନାହାନ୍ତି ଗ୍ରାମବାସୀ । କୁକୁଡ଼ାଙ୍କୁ ମଧ୍ୟ କିଛି ଅଜଣା ରୋଗ ଧରିଲେ ଗ୍ରାମବାସୀଙ୍କ ଜୀବନ ପ୍ରତି ବିପଦ ମଧ୍ୟ ରହିଛି । ଗ୍ରାମବାସୀ ବିରୋଧ କରିବା ବେଳକୁ ଫାର୍ମ ମାଲିକ ପାଲଟା ଧମକ ମଧ୍ୟ ଦେଉଥିବା ଅଭିଯୋଗ ହୋଇଛି। ଏଭଳି ଫାର୍ମ କରିବାକୁ କେଉଁ ବିଭାଗୀୟ ଅଧିକାରୀ ତଦନ୍ତ କରି ଅନୁମତି ପ୍ରଦାନ କରିଛନ୍ତି ତାହା ତଦନ୍ତ ସାପେକ୍ଷ । ଗ୍ରାମବାସୀ ପୂର୍ବରୁ ତହସିଲଦାର, ଥାନା, ଉପଜିଲ୍ଲାପାଳଙ୍କଠାରେ ଅଭିଯୋଗ ପରେ କୌଣସି ସୁଫଳ ମିଳିନଥିଲା। ପରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଭେଟି ଅଭିଯୋଗ ଦେବା ପରେ ନୀଳଗିରି ତହସିଲଦାର ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଥିଲେ।

ହେଲେ କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା। ପୁଣି ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ପରେ ପରିବେଶ ବିଭାଗରୁ କିଛି ରିପୋର୍ଟ ଆସିନି ତେଣୁ ହାତ ଟେକିଦେଇଥିବା କହିଥିଲେ । ପରେ ପରିବେଶ ବିଭାଗକୁ ବୁଝିବା ପରେ ଗ୍ରାମବାସୀ ସେ ରିପୋର୍ଟ ପ୍ରଦାନ କରିଥିବା କହିଥିଲେ । ତେବେ ଗ୍ରାମବାସୀ ପୁଣି ସାଂସଦଙ୍କୁ ଭେଟିବା ପରେ ସେ ନିଜେ ଉପଜିଲ୍ଲାପାଳ, ତହସିଲଦାର, ପରିବେଶ ବିଭାଗର ଅଧିକାରୀ, ବରମପୁର ଥାନା ଅଧିକାରୀଙ୍କ ସହିତ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । ପ୍ରତ୍ୟକେ ଲୋକଙ୍କ ଘରକୁ ଯାଇ ଦେଖିବା ବେଳକୁ ମାଛି ଭଣ ଭଣ ହେଉଥିବା ଦେଖିବାକୁ ପାଇଥିଲେ । ଏଭଳି ଦୟନୀୟ ଅବସ୍ଥା ଦେଖି ସାଂସଦ ଶ୍ରୀ ଷଡ଼ଙ୍ଗୀ ଅଧିକାରୀଙ୍କୁ ତାଗିଦ କରିଥିଲେ । ବେଆଇନ କୁକୁଡ଼ା ଫାର୍ମ କରୁଥିବା ବ୍ୟକ୍ତିଙ୍କ ପକ୍ଷ ଛାଡି ଲୋକମାନଙ୍କ ହିତ ପାଇଁ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଗାଁରେ କିଛି ସମୟ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଥିବାବେଳେ ଗାଁରେ ସ୍ଵାସ୍ଥ୍ୟକର ପରିବେଶ ପାଇଁ ଶୀଘ୍ର କୁକୁଡ଼ା ଫାର୍ମ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଥିବାବେଳେ ଯଦି ବିଚ୍ୟୁତି ଘଟେ ତା’ହେଲେ ନୋଟିସ ପ୍ରଦାନ କରାଯାଇ ଉଚ୍ଛେଦ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.