ପ୍ରମୂଖ ଖବର
  • ବଲାଙ୍ଗୀର : ଗ୍ୟାସ ସିଲିଣ୍ଡର ଚୋରି ଗ୍ୟାଙ୍ଗକୁ ଧରିଲା ପୋଲିସ; ୫ ଗିରଫ,୧୩୩ରୁ ଉର୍ଦ୍ଧ୍ୱ ଗ୍ୟାସ୍‌ ସିଲିଣ୍ଡର ଜବତ
  • ||
  • ଗୁଣପୁର : ବାଇକ୍‌ ଚୋରଙ୍କୁ ଧରିଲା ପୋଲିସ; ୫ ଗିରଫ, ୮ ବାଇକ୍‌ ଜବତ
  • ||
  • ଖଲ୍ଲିକୋଟ : ପୋଖରୀରେ ବୁଡ଼ି ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଚନ୍ଦାହାଣ୍ଡି : ସାପ କାମୁଡାରେ ୯ ବର୍ଷର ଝିଅ ମୃତ, ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଦାବି
  • ||
  • ବ୍ରହ୍ମପୁର : ଗାଡ଼ି ବ୍ୟାଟେରୀ ଚୋରଙ୍କ ପାର୍ଦ୍ଦାଫାଶ; ୫ଲୁଟେରା ଗିରଫ, ୭ ବ୍ୟାଟେରୀ ଜବତ
  • ||
  • ନବରଙ୍ଗପୁର : ସ୍କୁଲ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଭରତପୁର ଥାନାରେ ମେଜରଙ୍କୁ ମାଡ଼ ଘଟଣା : ୫ ପୋଲିସ ଅଫିସର ନିଲମ୍ଵିତ
  • ||
  • ଅସ୍ତରଙ୍ଗରେ ପାଗଳ ବିଲୁଆର ଆତଙ୍କ, ୧୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ବଣାଇ : ଉତ୍ପାତ ହେଉଥିଲା ଦନ୍ତା, ତୋଡ଼ା ଫରେଷ୍ଟରେ ଚାଲିଛି ଟ୍ରାଙ୍କୁଲାଇଜ୍
  • ||
  • ନବରଙ୍ଗପୁରରେ ବେଆଇନ ଗୋରୁ ଚାଲାଣ, ୫୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • ||
  • ଭୋଗରାଇ : ଫୁଲୁଛି ସୁବର୍ଣ୍ଣରେଖା ନଦୀ, ବିପଦ ସଙ୍କେତ ଟପି ବନ୍ୟାଜଳ ପ୍ରବାହିତ
  • ||

ମାଛକୁଣ୍ଡ ବିଦ୍ୟୁତ୍ ପ୍ରକଳ୍ପରେ ପଶିଲା ବନ୍ୟାଜଳ, ବିଦ୍ୟୁତ୍ ଉତ୍ପାଦନ ବନ୍ଦ

ଲମତାପୁଟ, ୦୯/୦୯ : ମାଛକୁଣ୍ଡରେ ବନ୍ଦ ହେଲା ବିଦ୍ୟୁତ୍ ଉତ୍ପାଦନ। ମାଛକୁଣ୍ଡ ବିଦ୍ୟୁତ ପ୍ରକଳ୍ପରେ ବନ୍ୟାଜଳ ପ୍ରବେଶ କରିବା ପରେ ପ୍ରକଳ୍ପକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ପ୍ରକଳ୍ପର ଦୁଇ ନମ୍ବର ୟୁନିଟ ଏବଂ ୫ ନମ୍ବର ୟୁନିଟରେ ନବୀକରଣ ଚଲିଥିବା ବେଳେ ପାଣି ପଶି ଯିବାରୁ ମଟର ଯୋଗେ ପାଣି ନିଷ୍କାସନ ଉଦ୍ୟମ କରାଯିଥିଲା। କିନ୍ତୁ ଜଳଭଣ୍ଡାର ଉପରେ ଜଳସ୍ତର ବଢିବାରୁ ବିଦ୍ୟୁତ ପ୍ରକଳ୍ପରୁ ସମ୍ପୂର୍ଣ୍ଣ ବିଦ୍ୟୁତ ଉତ୍ପାଦନ ବନ୍ଦ କରାଯାଇଛି। ଟରବାଇନ ଗୁଡିକରେ ପାଣି ପଶିଯାଇ ଓଏଲ ସବୁ ନଷ୍ଟ ହୋଇଯିବା ଫଳରେ ପ୍ରକଳ୍ପ କେବେ ଚାଲିବ ତାହା କହିବା ମୁସ୍କିଲ ବୋଲି ପ୍ରକଳ୍ପ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ତିନିଦିନ ଧରି ଲଗାଣ ବର୍ଷା ଯାଗୁଁ ଚଳିତ ବର୍ଷ ପ୍ରଥମ ଥର ଜଲାପୁଟ ଡ୍ୟାମର ୬ଟି ଗେଟ୍ ଖୋଲିଛି। ଜଲାପୁଟ ଡ୍ୟାମର କ୍ଷମତା ୨୭୫୦ ଫୁଟ ରହିଥିବା ବେଳେ ୨୭୪୯.୪୫କୁ ଜଳସ୍ତର ଛୁଇଁଛି। ଡ୍ୟାମକୁ ୨୦୦୦ କ୍ୟୁସେକ ପାଣି ପ୍ରବେଶ କରୁଥିବା ବେଳେ ଜଲାପୁଟର ସ୍ପିଲ ୱେ ଏବଂ ମୁଖ୍ୟ ଡ୍ୟାମ ଦେଇ ୨୩ ହଜାର କ୍ୟୁସେକ ପାଣି ଛଡାଯାଉଛି। ସେହି ପାଣି ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି ଡ୍ୟାମରେ ପହଞ୍ଚି ଜଳସ୍ଥର ବଢ଼ିବାରୁ ୪ଟି ଗେଟ ଖୋଲାଯାଇଛି। ଡି. ଡ୍ୟାମରୁ ଅଧିକା ପାଣି ନିଷ୍କାସନ ଫଳରେ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପକୁ ପାଣି ପଶିଛି।




  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.