କୋରାପୁଟ,୨୯।୮ କୋରାପୁଟ ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରକୁ ଶୁକ୍ରବାର ଛୁଟି ଘୋଷଣା କରିଛନ୍ତି କୋରାପୁଟ ଜିଲ୍ଲାପାଳ। ଶୁକ୍ରବାର କୋରାପୁଟ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣିଂ ଜାରି କରିଛି ରାଜ୍ୟ ପାଣିପାଗ କେନ୍ଦ୍ର। ଏଥିପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷାକୁ ନେଇ ଜିଲ୍ଲାର ସତର୍କତା ଅବଲମ୍ବନ ପାଇଁ ବୈଠକ କରାଯାଇଛି। ଅଗ୍ନୀଶମ ବିଭାଗକୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି ।