ପ୍ରମୂଖ ଖବର
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଲୁଚିଯାଉଛି ନିର୍ଯାତନା ଘଟଣାର ପୃଷ୍ଠଭୂମି, ଗୋଟିଏ ହାତରେ ତାଳି ବାଜେ କି ?

ଭୁବନେଶ୍ୱର,୨୧/୦୯: ଭୁବନେଶ୍ୱରର  ଭରତପୁର ଥାନା ଏବେ ସବୁଠି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ । ଆଉ ଆଲୋଚନାର ବିଷୟ ହୋଇଛି ପୁଲିସର ବ୍ୟବହାର । ଘଟଣା ଦିନ ରାତିରେ ଭରତପୁର ଥାନାରେ ଯାହା ଘଟିଲା ନିନ୍ଦନୀୟ ନିଶ୍ଚିତ । ଯିଏ ବି ଦୋଷୀ କଠୋର କାର୍ଯ୍ୟାନୁଷ୍ଠାନ ଜରୁରି ଏବଂ ଦୋଷୀ ଜାଣିବାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଅବଶ୍ୟ ଚାଲିଛି । କିନ୍ତୁ ଏବେ ଏହି ଘଟଣାକୁ ମାଧ୍ୟମ କରି ସମଗ୍ର ପୁଲିସ ବାହିନୀକୁ କାଠଗଡ଼ାକୁ ଘୋଷାଡ଼ି ଅଣାଯାଉଛି । ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ଅନେକ ବରିଷ୍ଠ ପୁଲିସ ଅଧିକାରୀ । 

ଘଟଣାରେ କେବଳ ସମ୍ବେଦନଶୀଳ କଥାକୁ ଆଲୋଚନାକୁ ନିଆଯାଉଥିବା ବେଳେ ତାହାର ପୃଷ୍ଠଭୂମିକୁ ଘୋଡ଼ାଇବାକୁ କେତେକ ସ୍ଥଳରେ ଉଦ୍ୟମ ହେଉଥିବା କୁହାଯାଉଛି । କେଉଁ କାରଣରୁ ଥାନା ମଧ୍ୟରେ ଅସ୍ୱାଭାବିକ ପରିସ୍ଥିତି ହେଲା ତାହା ପ୍ରଶ୍ନ କରାଯାଉଛି । ଯଦି ବି ପୁଲିସ ଅମାନବୀୟ କାର୍ଯ୍ୟ କରିଛି, କେଉଁ କାରଣରୁ ଏଭଳି ସ୍ଥିତିର ଉଦ୍ରେକ ହେଲା ତାହା ତଦନ୍ତ ପରିସରକୁ ଆସିବା ଉଚିତ । ଥାନା ମଧ୍ୟକୁ ମେଜର ଓ ବାନ୍ଧବୀ ପ୍ରବେଶ କରିବା ସମୟରେ ଗେଟ୍‌ରେ ମୁତୟନ ଥିବା କନେଷ୍ଟବଳଙ୍କ ପ୍ରତି କେହି କିଛି ଆକ୍ଷେପ କରିଥିଲେ କି? କେଉଁ  କାରଣରୁ ମୋବାଇଲ ପାଟ୍ରୋଲିଂରେ ଥିବା ଏଏସ୍‌ଆଇ ବୈଶାଳିନୀ ପଣ୍ଡାଙ୍କୁ ରାତି ୩ଟା ୩୦ରେ ତୁରନ୍ତ ଥାନାକୁ  ଫେରିବାକୁ ପଡ଼ିଥିଲା? ଏଏସ୍‌ଆଇଙ୍କ ଏତଲାରୁ ଜଣାପଡ଼ିଛି, ଥାନାରେ ମେଜର ଓ ବାନ୍ଧବୀ ଅସ୍ୱାଭାବିକ  ସ୍ଥିତି (ଗାଳିମନ୍ଦ, ଭଙ୍ଗାରୁଜା) ସୃଷ୍ଟି କରିଥିବାରୁ ପରିସ୍ଥିତି ସମ୍ଭାଳିବାକୁ ତୁରନ୍ତ ଥାନାରେ ପହଞ୍ଚିବାକୁ ଜଣେ  କର୍ମଚାରୀ ୱେରଲେସରେ ଜଣାଇଥିଲେ । ଏଏସ୍‌ଆଇ  ପଣ୍ଡା ପହଞ୍ଚିବା ପରେ ବି ସ୍ଥିତି ନିୟନ୍ତ୍ରଣକୁ ଆସି ନଥିଲା ।  ଊଣାଅଧିକେ ଥାନାର ସମସ୍ତ କର୍ମଚାରୀଙ୍କୁ ଗାଳିମନ୍ଦର ଶିକାର ହେବାକୁ ପଡ଼ିଥିଲା । 

ମେଜର ଓ ବାନ୍ଧବୀ ଯେଉଁ ନିର୍ଯାତନାର ଶିକାର ହୋଇଥିବା କୁହାଯାଉଛି, ତାହା ଏହା ପରର ଘଟଣା । ସେହିପରି ଥାନାରେ ବାନ୍ଧବୀ ପୁଲିସ ଆକ୍ରମଣରେ ଆହତ ହୋଇଥିଲେ ନା ଥାନାକୁ ଆସିବା  ପୂର୍ବରୁ ଅସାମାଜିକ ଯୁବକମାନଙ୍କ ଆକ୍ରମଣରେ ଆହତ  ହୋଇଥିଲେ? ମେଜର ଓ ବାନ୍ଧବୀଙ୍କର ମଧ୍ୟରାତ୍ରରେ  ରାସ୍ତା ଉପରେ ଅସାମାଜିକ ଯୁବକଙ୍କ ସହ ହୋଇଥିବା ଗଣ୍ଡଗୋଳ କେତେ ଭୀଷଣ ଥିଲା? ସେହି ଗଣ୍ଡଗୋଳ ପାଇଁ ବାସ୍ତବରେ କିଏ ଦାୟୀ? ଅଭିଯୋଗକାରୀ ଦ୍ୱୟ  ନା ଫେରାର ଥାଇ ଶୁକ୍ରବାର ଧରାପଡ଼ିଥିବା ରୋଡ୍‌  ରୋମିଓମାନେ? ଅବସରପ୍ରାପ୍ତ ଅଧିକାରୀଙ୍କ ମତରେ,  ଏ ସବୁ ଘଟଣାକୁ ତନ୍ନ ତନ୍ନ କରି ଅନୁଧ୍ୟାନ କଲେ  ଜଣାପଡ଼ିବ କେଉଁ ସ୍ଥିତିରେ ଭରତପୁର ଥାନାରେ  ପୁଲିସର ଧୈର୍ଯ୍ୟର ବନ୍ଧ ଭାଙ୍ଗିଥିଲା । କେବେ କ’ଣ  ଗୋଟିଏ ହାତରେ ତାଳି ବାଜେ କି ବୋଲି ପୁଲିସ  ସଂଘର ଜଣେ କର୍ମକର୍ତ୍ତା ପ୍ରଶ୍ନ କରିଛନ୍ତି । କୌଣସି ବି  ମାମଲା ଥାନାକୁ ଆସିଲେ ଅଭିଯୁକ୍ତ ଓ ଅଭିଯୋଗକାରୀ  ଉଭୟଙ୍କ ବାବଦରେ ପୁଲିସ ଭାବିଥାଏ । ଅତୀତରେ  ଅଭିଯୋଗକାରୀଙ୍କର କିଛି ପୁଲିସ ରେକର୍ଡ ଅଛି କି ନାହିଁ  ତାହା ଅଧିକାରୀଙ୍କ ମୁଣ୍ଡକୁ ଆସେ । ଏଠାରେ ବିଗତ  ଦିନରେ କିଛି ଘଟଣା କି ମାମଲା ପୁଲିସର ମାନସିକତା  ଓ ବ୍ୟବହାରକୁ ବଦଳାଇନାହିଁ ତ? 

ଘଟଣା ଓ କାର୍ଯ୍ୟାନୁଷ୍ଠାନର ଦିଗ ଯାହାବି  ହେଉ, ପଦାକୁ ଆସିଥିବା ଶୁକ୍ରବାର ରାତିର ଭିଡିଓ  ଥାନା ଡ୍ରାମାର ପୂର୍ବ ଓ ଥାନା ଘଟଣା ସମୟର କଥା  କହୁଛି । ମଧ୍ୟରାତ୍ରରେ ରାସ୍ତାରେ ୧୦/୧୫ ଯୁବକଙ୍କ  ସହ ଗାଳିମନ୍ଦ, ଧସ୍ତାଧସ୍ତି, ମାଡ଼ଗୋଳ ଏଥିରେ ସ୍ପଷ୍ଟ  ଦେଖିବାକୁ ମିଳୁଛି । ଭିଡିଓରେ କିଛି କମ୍‌ ଚିତ୍କାର  ଓ ଅଶ୍ଳୀଳ ଭାଷା ନାହିଁ । ଠିକ୍‌ ସେହିପରି ଥାନାରେ  ମଧ୍ୟ ଚାରିପଟେ ନିରବ ପୁଲିସ ଓ ମଝିରେ ଚିତ୍କାର  ଦେଖିବାକୁ ମିଳୁଛି । ଅବଶ୍ୟ ଅନେକ ଘଟଣାର ଭିଡିଓ  ଅଛି କି ନାହିଁ କେବଳ ପୁଲିସ ଜାଣେ । ସେହିପରି  ପଦାକୁ ଆସିଛି ଏକ ଅଡିଓ । ମେଜର ଓ ବାନ୍ଧବୀଙ୍କ  ସହ ଗଣ୍ଡଗୋଳ କରିଥିବା ଯୁବକମାନଙ୍କ କଥୋପକଥନ  ଏଥିରେ ଅଛି । ମାମଲା ସିବିଆଇ ହାତକୁ ଯାଇଥିବା କହି  ଜଣେ ଉଦ୍‌ବେଗ ପ୍ରକାଶ କରୁଛି । ଅନ୍ୟ ଜଣେ କହୁଛି  ସେମାନେ ଗାଡ଼ି ଏଣେତେଣେ ଚଳାଇଲେ, ଆମକୁ ଧକ୍କା  ମାରିଲେ, ଆମେ କ’ଣ କରିବୁ । ଆମେ ଡରିବା କାହିଁକି  ପୁଲିସକୁ ସତ କହିଦେବା । ଅବଶ୍ୟ ଏ ଅଡିଓ କିଭଳି ଚିତ୍ର  ପଦାକୁ ଆଣୁଛି ତାହା କ୍ରାଇମବ୍ରାଞ୍ଚ ତଦନ୍ତ କରିବ ନିଶ୍ଚିତ । 

ଜଣେ ପୂର୍ବତନ ପୁଲିସ ଡିଜି କହିଛନ୍ତି, ରାସ୍ତାରେ  କାର୍‌ ଓ ସାଇକେଲ ଆରୋହୀଙ୍କ ମଧ୍ୟରେ ଧକ୍କା ହେଲେ  କାର୍‌ ଡ୍ରାଇଭର ଉପରେ ପ୍ରଥମେ ଆଙ୍ଗୁଳି ଉଠିଥାଏ ।  ଠିକ୍‌ ସେହିପରି ପୁଲିସ ଅଫିସର ସର୍ବଦା ଦୋଛକିରେ  ଛିଡ଼ା ହୋଇଥାନ୍ତି । ଲୋକଙ୍କ ଚାପ, ଉପରିସ୍ଥ  ଅଧିକାରୀଙ୍କ ନାଲି ଆଖି, ରାଜନୈତିକ ଚାପ, କର୍ତ୍ତବ୍ୟର  ବୋଝ, ଆଇନର ବ୍ୟବସ୍ଥା ମଧ୍ୟରେ ସେମାନେ ସନ୍ତୁଳି  ହୋଇଥାନ୍ତି । ନିରପେକ୍ଷ ଭାବେ କାମ କରିବା ସେମାନଙ୍କ  ପାଇଁ ଅତି କଷ୍ଟକର ହୋଇଥାଏ । ଏହାସତ୍ତେ୍ୱ ବ୍ୟକ୍ତିଗତ  ସୁଖ ଓ ପାରିବାରିକ ସ୍ୱାର୍ଥକୁ ପଛକୁ ରଖି ଅନେକ  ପୁଲିସ ଅଫିସର ଜନସାଧାରଣଙ୍କ ସେବାକୁ ଗୁରୁତ୍ୱ  ଦେଉଥିଲେ ମଧ୍ୟ କତିପୟ ଅଫିସରଙ୍କ ଯୋଗୁ ସମସ୍ତଙ୍କୁ  ନିନ୍ଦିତ ହେବାକୁ ପଡ଼ୁଛି । ଥାନାରେ ପୁଲିସ କିପରି  ବ୍ୟବହାର କରିବ ସେ ବାବଦରେ ସର୍ବଦା ପରାମର୍ଶ ଓ  ନିର୍ଦ୍ଦେଶାବଳି ଜାରି ହେଉଛି । କିନ୍ତୁ ଥାନାକୁ ଆସୁଥିବା  ପୀଡ଼ିତ ବା ଅଭିଯୋଗକାରୀମାନେ କିପରି ବ୍ୟବହାର  କରିବା ଗ୍ରହଣୀୟ ତାହା କେହି କୁହନ୍ତି ନାହିଁ । ରାତି ରାତି  ଅନିଦ୍ରା ହୋଇ କାମ ବୋଝରେ ଭାରାକ୍ରାନ୍ତ ଅଫିସର  ମଧ୍ୟ ଜନସାଧାରଣଙ୍କ ଠାରୁ ଉତ୍ତମ ବ୍ୟବହାର ଆଶା  କରନ୍ତି । ଜଣେ ପୀଡ଼ିତ କିମ୍ବା ଅଭିଯୋଗକାରୀ ବୋଲି  ଯେ ତାକୁ ସାତଖୁଣ୍‌ ମାଫ ହେବ ! ଏହା କିପରି  ବ୍ୟବସ୍ଥା ? ପ୍ରଶ୍ନ କରନ୍ତି ଜଣେ ପୁଲିସ ଅଫିସର । 

ପୁଲିସ ଚାକିରି ଏପରି ଏକ ଚାକିରି ଯେ ତାର  ବିଫଳତା କେବଳ ସମସ୍ତେ କୁହନ୍ତି । ସଫଳତା  ବାବଦରେ ଜଣାଇବାକୁ ହେଲେ ପୁଲିସକୁ ନିଜେ  କହିବାକୁ ପଡ଼େ । ଭରତପୁର ଘଟଣା ନେଇ ପୁଲିସ  ବ୍ୟବସ୍ଥା ଉପରେ ଅଙ୍ଗୁଳି ଉଠୁଥିବା ବେଳେ ଅନେକ  ପ୍ରଶ୍ନ କରିଛନ୍ତି, ଅତୀତରେ କମିଶନରେଟ୍‌ ପୁଲିସ  ଅଞ୍ଚଳରେ ଏମିତି କେତେ ଥର ଥାନାରେ ରାତି ଅଧରେ  ଅଭାବନୀୟ ଘଟଣା ଘଟିଛି? ଗୋଟିଏ ଦୁଇଟି ଘଟଣାକୁ  ଦୃଷ୍ଟାନ୍ତ ଦେଇ ଭରତପୁର ଘଟଣାର ପୃଷ୍ଠଭୂମି ଓ ଘଟଣା  ସମ୍ପର୍କରେ ସମ୍ପୂର୍ଣ୍ଣ ତଦନ୍ତ ପୂର୍ବରୁ ସମଗ୍ର ବିଭାଗକୁ  କାଠଗଡ଼ାରେ ଛିଡ଼ା କରାଇବା କେତେ ଦୂର ସମୀଚୀନ?


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.