ପ୍ରମୂଖ ଖବର
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

କରଞ୍ଜିଆପଡାରେ ୧୮ତମ ବାର୍ଷିକ ନକ ଆଉଟ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

ରାଇକଳା, ୨୧/୦୯ : କରଞ୍ଜିଆପଡ଼ା ଗ୍ରାମର ମା ତାରିଣୀ କ୍ଲବର ୧୮ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲାରୁ ବିକାଶ ଆରମ୍ଭ ହୋଇ ସାରା ଓଡ଼ିଶାର ବିକାଶ ହେବ। କେନ୍ଦୁଝର ଜିଲ୍ଲାରେ ଅର୍ଥର ଅଭାବ ନାହିଁ। ଜିଲ୍ଲା ଖଣିଜ ପାଣ୍ଠି ଠାରୁ ଆରମ୍ଭ କରି ଅମ୍ବାଡ଼ିଶି ଫଣ୍ଡରେ ଅର୍ଥ ଗଚ୍ଛିତ ହୋଇ ରହିଛି। ଆଗାମୀ ଦିନରେ ଏ କେନ୍ଦୁଝର ସୁନାର କେନ୍ଦୁଝର ହେବ। ତା ସହିତ କେନ୍ଦୁଝର ସଦର ବ୍ଲକ ରାଇକଳା କରଞ୍ଜିଆପଡ଼ା ଗ୍ରାମର ମଧ୍ୟ ବିକାଶ ହେଵ। ୧୮ବର୍ଷର ଖେଳ ପଡିଆ ମିନି ଷ୍ଟାଡିୟମ ହେବ। ଏହି ଖେଳ ପଡିଆ ଜଙ୍ଗଲ ଜମିରେ ରହିଛି। ଜିଲ୍ଲାପାଳ ଏବଂ ଫରେଷ୍ଟ ବିଭାଗ ଜମିର କିସମକୁ ବଦଳାଇବା ପାଇଁ ନିର୍ଦେଶ ଦେଉଛନ୍ତି। ଗାଁରେ ଟାୱାର ବସିବ। ଗାଁ ଲୋକଙ୍କ ଠାରୁ ନିଶାମୁକ୍ତ ଆଶା ରଖିବି। ତାହା ନିଶ୍ଚିତ ଗ୍ରାମବାସୀ ପାଳନ କରିବେ। ଆମ ସରକାର ପ୍ରତି ସୁଭଦ୍ରା ମାଙ୍କୁ ପଚାଶ ହଜାର ଟଙ୍କା ପ୍ରଦାନ କରିବେ। ଅନେକ ସୁଭଦ୍ରା ଭଉଣୀ ପ୍ରଥମ କିସ୍ତି ପାଇସାରିଲେଣି। ଆଉ ଯେଉଁମାନେ ପାଇନାହାଁନ୍ତି ଅଳ୍ପ କିଛି ଦିନ ଭିତରେ ହିଁ ପାଇବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନାନୁଯାୟୀ, ଉଦଯାପନୀ ଦିବସର ଫାଇନାଲ ମ୍ୟାଚ୍ ଶିଲଯୋଡ଼ା ଏଵଂ ବଡ଼ବିଲ ଫାଇନାଲ ମଧ୍ୟରେ ଖୁବ୍ ସଙ୍ଘର୍ଷପୂର୍ଣ୍ଣ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କେହି କାହାରିକୁ ଗୋଲ ଦେବାରେ ସକ୍ଷମ ହୋଇନଥିବାରୁ ପୁଣି ପାଞ୍ଚ ମିନିଟର ଖେଳ ହୋଇଥିଲା। ଏଥିରେ ମଧ୍ୟ ଅମିମାଂଶିତ ରହିବାରୁ ଉଭୟ ଦଳକୁ ପାଞ୍ଚଟି ଲେଖାଏଁ ପେନାଲ୍ଟି ସୁଟ ଆଉଟର ସୁଯୋଗ ପ୍ରଦାନ କରାଯାଇଥିଲା । ଏଥିରେ ବଡବିଲ ୫-୪ ଗୋଲରେ ବିଜୟୀ ହୋଇ ଚଳିତ ବର୍ଷ ଚାମ୍ପିଅନ ହୋଇଛି । ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସମ୍ମାନିତ ଅତିଥି କୋରେଇ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକ, ପାଟଣା ବିଧାୟକ ଅଖିଳ ନାଏକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ଜିଲ୍ଲା ବିଜେପି ଉପସଭାପତି ଗଣେଶ୍ୱର ମହାନ୍ତ ପ୍ରମୁଖ ଯୋଗଦେଇଥିଲେ। ଚାମ୍ପିଅନ ଦଳକୁ ୧ଲକ୍ଷ ୧୦ହଜାର ରାଶି ସହ ଟ୍ରଫି, ରନର୍ସଶଅପ୍ ଦଳକୁ ୭୦ ହଜାର ରାଶି ସହ ଟ୍ରଫି, ତୃତୀୟ ଏଵଂ ଚତୁର୍ଥ ପୁରସ୍କାର ଭାବେ ୩୦ ହଜାର ସହ ଟ୍ରଫି, ପଞ୍ଚମ, ଷଷ୍ଠ, ସପ୍ତମ, ଅଷ୍ଟମ ସ୍ଥାନ ଅଧିକାର କରିଥିବା ଦଳକୁ ସାନ୍ତ୍ଵନାମୂଳକ ଭାବେ ପ୍ରତି ଦଳକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ମା ତାରିଣୀ କ୍ଲବ ସଭାପତି ବଳଭଦ୍ର ମହାନ୍ତ ସମ୍ପାଦକ କେଶବ ଚନ୍ଦ୍ର ମହାନ୍ତ ଏବଂ କ୍ଲବର ବରିଷ୍ଠ ସଦସ୍ୟ ରମେଶ ମହାନ୍ତ, ସୁରେନ୍ଦ୍ର ମହାନ୍ତ , ପବିତ୍ର ମହାନ୍ତ, ଖଗେଶ୍ବର ମହାନ୍ତ, ଭରତ ମହାନ୍ତ, ହେମନ୍ତ ମହାନ୍ତ, ଯଦୁ ମଣି ମହାନ୍ତ ତଥା କ୍ଲବର ସବୁ ସଦ୍ୟସ ବୃନ୍ଦ ଉପସ୍ଥିତ ରହି ଖେଳ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି। ଖେଳରେ ଧାରାବିବରଣୀ ହିନ୍ଦୀ ଇଂରାଜୀରେ ଭାଗିରଥି ପାତ୍ର, ଘନ ମହାନ୍ତ, ଜାଫୁରଲା ଆନସାରୀ, ରେଫରୀ ତରୁଣ ପ୍ରଧାନ ଏଵଂ ତାଙ୍କ ସହୋଯୋଗୀ ଦ୍ଵାରା ଖେଳ ପରିଚାଳିତ ହୋଇଯାଇଛି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.