କୋଣାର୍କ, ୨୦/୯ : ମହୁ ମାଛି କାମୁଡ଼ାରେ ମହିଳାଙ୍କ ମୃତ୍ୟୁ । ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ବାଙ୍ଗୁରୀଗାଁ ମେଡିକାଲରେ ମହିଳାଙ୍କ ମୃତ୍ୟୁ । କାକଟପୁର ଜଳେଶ୍ୱରପଡ଼ା ପଂଚାୟତ ଦୌପଦୀ ମହାନ୍ତିଙ୍କ ଘର ନିକଟରେ ମହୁ ମାଛି ବସା ଥିବାବେଳେ ଆଜି ମହିଳାଙ୍କୁ ମହୁ ମାଛି କାମୁଡି ଶରୀରର ଅନେକ ସ୍ଥାନରେ ଆଘାତ କରିଥିଲେ ।
କଷ୍ଟ ଅନୁଭବ କରିବାରୁ ପରିବାର ଲୋକ ନିକଟସ୍ଥ ବାଙ୍ଗୁରୀଗାଁ ମେଡିକାଲ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଟିକେ ଭଲ ଲାଗିବାରୁ ପରିବାର ଲୋକ ତାଙ୍କୁ ଘରକୁ ନେଇ ଯାଇଥିଲେ । ପରେ ତାଙ୍କ ଦେହ ପୁନଃ ଅସୁସ୍ଥ ଅନୁଭବ ହେବାରୁ ପରିବାର ଲୋକେ ମେଡ଼ିକାଲ ଆଣିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।