ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

କଳିଙ୍ଗନଗର ଟାଟା ଷ୍ଟିଲ୍‌ର ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ୍‌ କାର୍ଯ୍ୟକ୍ଷମ, ଅଶୋଧିତ ଇସ୍ପାତ କ୍ଷମତା ୮ ଏମ୍‌ଟିପିଏକୁ ବଢ଼ିବ

କଳିଙ୍ଗନଗର,୨୧/୦୯: ଟାଟା ଷ୍ଟିଲ୍‌ ପକ୍ଷରୁ  କଳିଙ୍ଗନଗର କାରଖାନାରେ ଭାରତର ସର୍ବବୃହତ୍‌ ବ୍ଲାଷ୍ଟ ଫର୍ଣ୍ଣେସ୍‌ କାର୍ଯ୍ୟକ୍ଷମ ହୋଇଛି । ସମୁଦାୟ ୨୭ହଜାର କୋଟି ଟଙ୍କା ବିନିଯୋଗରେ ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ ଦ୍ୱାରା ଏହି କାରଖାନାର ବାର୍ଷିକ ଇସ୍ପାତ  ଉତ୍ପାଦନ କ୍ଷମତା ୩ ନିୟୁତ ଟନ୍‌ରୁ ୮ ନିୟୁତ ଟନ୍‌କୁ  ବୃଦ୍ଧି ପାଇବ । ଟାଟା ଷ୍ଟିଲର ସିଇଓ ତଥା ପରିଚାଳନା  ନିର୍ଦ୍ଦେଶକ ଟିଭି ନରେନ୍ଦ୍ରନ କମ୍ପାନିର ବରିଷ୍ଠ ଅଧିକାରୀଙ୍କ  ଉପସ୍ଥିତି ରହି ବ୍ଲାଷ୍ଟ ଫର୍ଣ୍ଣେସ୍‌କୁ ଉଦ୍‌ଘାଟନ କରିଥିଲେ ।  

ନୂତନ ବ୍ଲାଷ୍ଟ ଫର୍ଣ୍ଣେସ୍‌ କାରଖାନାର ସାମଗ୍ରୀକ  ଉତ୍ପାଦନ କ୍ଷମତାକୁ ଯଥେଷ୍ଟ ବୃଦ୍ଧି କରିବ । ଟାଟା ଷ୍ଟିଲ  ଯାନବାହନ ନିର୍ମାଣ, ଭିତ୍ତିଭୂମି ବିକାଶ, ଶକ୍ତି କ୍ଷେତ୍ର,  ଜାହାଜ ନିର୍ମାଣ ଏବଂ ପ୍ରତିରକ୍ଷା ସମେତ ବିଭିନ୍ନ ଶିଳ୍ପର  ବଢୁଥିବା ଇସ୍ପାତ ଚାହିଦାକୁ ପୂରଣ କରିପାରିବ ।  ତୈଳ ଓ ଗ୍ୟାସ୍‌ ଉତ୍ତୋଳନ, ଖନନ ଏବଂ ନିର୍ମାଣ  ଭଳି ନିର୍ଦ୍ଦିଷ୍ଟ କ୍ଷେତ୍ର ପାଇଁ ମଧ୍ୟ ଏହା ସହାୟକ ହେବ ।  

ଏହି ଅବସରରେ ଟାଟା ଷ୍ଟିଲର ସିଇଓ ଟି.ଭି  ନରେନ୍ଦ୍ରନ କହିଛନ୍ତି, କଳିଙ୍ଗନଗରରେ ଭାରତର  ସର୍ବବୃହତ ବ୍ଲାଷ୍ଟ ଫର୍ଣ୍ଣେସ୍‌ କାର୍ଯ୍ୟକ୍ଷମ ହେବା ଇସ୍ପାତ ଶିଳ୍ପ  ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବସର । ଏହା ଦକ୍ଷତା, ପ୍ରଯୁକ୍ତି  ବିଦ୍ୟା ଏବଂ ଦୀର୍ଘସ୍ଥାୟିତା କ୍ଷେତ୍ରରେ ନୂତନ ମାନଦଣ୍ଡ  ସ୍ଥାପନ କରିବ। ସ୍ଥାନୀୟ ଅଞ୍ଚଳରେ ସାମାଜିକ-ଅର୍ଥନୈତିକ  ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଏହା  ଭାରତରେ ଘରୋଇ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବା  ପାଇଁ କମ୍ପାନିର ପ୍ରତିବଦ୍ଧତାକୁ ଦର୍ଶାଇବ ବୋଲି କହିବା  ସହ ସେ ରାଜ୍ୟସରକାରଙ୍କୁ କୃତଜ୍ଞତା ଜଣାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.