ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ

ଚଣ୍ଡିଖୋଲ,୨୧/୦୯: ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ପୋଖରୀରେ ବୁଡ଼ି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ର ଜଣକ ସଞ୍ଜୟ ସେନାପତିଙ୍କ ପୁଅ ହିତେଶ (୧୪) ବୋଲି ଜଣାପଡ଼ିଛି । ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ କୋଲସାହି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । 

ସୂଚନା ମୁତାବକ, କୋଲସାହି ଗ୍ରାମରେ ଅତି ଧୁମଧାମ୍‌ରେ କରାଯାଇଥିଲା ଖୁଦୁରୁକୁଣୀ ପୂଜା । ତେବେ ଶନିବାର ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ହେଉଥିଲା । ସେଥିପାଇଁ ଗ୍ରାମର ଅନେକ ଲୋକ ଏବଂ ଛୋଟ ପିଲା ନିକଟସ୍ଥ ପୋଖରୀକୁ ଯାଇଛିଲେ । ସେଠାରେ ବିସର୍ଜନ କରିବା ସମୟରେ ହିତେଶ ପୋଖରୀରେ ବୁଡି ଯାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ପୋଖରୀରେ ଖୋଜାଖୋଜି କରି ହିତେଶଙ୍କୁ ଉଦ୍ଧାର କରିଥିଲେ । ପୋଖରୀରୁ ଉଦ୍ଧାର କରି ତୁରନ୍ତ ତାଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହିତେଶଙ୍କ ପରିବାର ଲୋକେ ଏହି ଘଟଣା ସମ୍ୱନ୍ଧରେ ବଡ଼ଚଣା ପୋଲିସକୁ ଖବର ଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ଏଥି ସହିତ ଘଟଣାର ଅଧିକ ତଦନ୍ତ କରୁଛି ବଡ଼ଚଣା ପୋଲିସ । ହିତେଶଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.