ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ବେତରେ ଭଲ ହେଉଛି ରୋଗ, ଖୋଜାପଡ଼ୁଛି ଚୌକି ଓ କାର୍‌ ବ୍ୟାକ୍‌ସିଟ୍‌

ଭୁବନେଶ୍ୱର, ୨୧/୦୯ : ବେତ ତିଆରି ସାମଗ୍ରୀର ବ୍ୟବହାର ତ ସମସ୍ତେ ଜାଣନ୍ତି । ତେବେ ଏଗୁଡିକ ପୂର୍ବରୁ ବହୁଳ ଭାବେ ବ୍ୟବହାର ହେଉଥିବାବେଳେ ଦର ବୃଦ୍ଧି ଯୋଗୁ ପ୍ରାୟ ଲୋକ ଏବେ ବେତ ପରିବର୍ତ୍ତେ ପ୍ଲାଷ୍ଟିକ୍‌ ସାମଗ୍ରୀ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି । କିନ୍ତୁ ଏହି ବେତ ତିଆରି ସାମଗ୍ରୀ ଅସ୍ଥିଶଲ୍ୟ ରୋଗ ପାଇଁ ଲାଭଦାୟକ ହେଉଥିବାରୁ ଏହାକୁ ବ୍ୟବହାର କରିବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି । ତେଣୁ ବେତ ସାମଗ୍ରୀ ପୁଣି ଖୋଜାପଡ଼ିଲାଣି । 

ଏବେ ଅଧିକାଂଶ ଲୋକଙ୍କର ମେରୁଦଣ୍ଡ, କାନ୍ଧ ଓ ଅଣ୍ଟାରେ ଯନ୍ତ୍ରଣା ହେଉଛି । ସେଥିପାଇଁ ଅସ୍ଥିଶଲ୍ୟ ବିଶେଷଜ୍ଞମାନେ କାଠ ଏବଂ ବେତ ଚୌକି ବ୍ୟବହାର କରିବା ପାଇଁ ସେମାନଙ୍କୁ ପରାମର୍ଶ ଦେଉଛନ୍ତି । ତାର କାରଣ ହେଉଛି ଏହି ଚୌକିରେ ବସିବା ଦ୍ୱାରା ଶରୀରର ବସିବା ଭଙ୍ଗି ସ୍ଥିର ରହୁଛି । ଦୀର୍ଘ ସମୟ ଧରି କାର୍‌ ଚଲାଇଲାବେଳେ ଯେଉଁମାନଙ୍କର ମେରୁଦଣ୍ଡରେ ଯନ୍ତ୍ରଣା ହେଉଛି ସେମାନଙ୍କୁ ବେତର ଡ୍ରାଇଭିଂ ବ୍ୟାକ୍‌ସିଟ୍‌ ବ୍ୟବହାର କରିବାକୁ ଡାକ୍ତର କହୁଛନ୍ତି । କାରଣ ଏହାଦ୍ୱାରା ମେରୁଦଣ୍ଡ ସିଧା ରହୁଛି । ତେଣୁ ଏହି ସାମଗ୍ରୀ କିଣିବାକୁ ଦୋକାନରେ ଭିଡ଼ ହେଉଥିବା ଦେଖିବାକୁ ମିଳୁଛି । 

ରାଜଧାନୀ ବଜାରରେ ମିଳୁଥିବା ଏହି ସାମଗ୍ରୀ ତିଆରି ପାଇଁ ବେତ ମୁଖ୍ୟତଃ ଆସାମରୁ ଆସୁଥିବାବେଳେ ଏହାର ମୂଲ୍ୟ ୮ଶହ ଟଙ୍କାରୁ ଆରମ୍ଭ ହେଉଛି । ୟୁନିଟ୍‌-୨ରେ ବେତ ସାମଗ୍ରୀ ବିକ୍ରି କରୁଥିବା ନନ୍ଦଲାଲ ଦାସ କହନ୍ତି, ଯିଏ ବେତ ସାମଗ୍ରୀ ବ୍ୟବହାର କରିଛି ସିଏ ଏହାର ମହତ୍ତ୍ୱ ଜାଣିଛି । ଲୋକେ ଏହାକୁ କିଣିବାକୁ ଏବେ ବହୁ ସଂଖ୍ୟାରେ ଆସୁଛନ୍ତି । ସେହିପରି ରାଜମହଲ ଛକରେ ବେତ ସାମଗ୍ରୀ ବିକୁଥିବା ଜି. ଲକ୍ଷ୍ମୀ କହନ୍ତି, ବେତ ସାମଗ୍ରୀର ମୂଲ୍ୟ ଅଧିକ ରହୁଥିବାରୁ ଅନେକ ଲୋକ କେବଳ ଦାମ ବୁଝି ଫେରିଯାଉଛନ୍ତି । ହେଲେ ଯେତେବେଳେ ଅସ୍ଥିଶଲ୍ୟ ରୋଗ ଦେଖାଯାଉଛି ସେତେବେଳେ ଲୋକେ ବେତ ଚୌକି ତଥା ଡ୍ରାଇଭିଂ ବ୍ୟାକ୍‌ ସିଟ୍‌ ଖୋଜୁଛନ୍ତି । 

କର କ୍ଲିନିକ୍‌ ଆଣ୍ଡ୍‌ ହସ୍ପିଟାଲ୍‌ର ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଅରବିନ୍ଦ ଦାସ କହନ୍ତି, ବେତ କିମ୍ବା କାଠ ଚୌକିରେ ବସିବା ଭଲ । ଏହି ଚୌକିରେ ବସିଲା ବେଳେ ମେରୁଦଣ୍ଡ ସିଧା ରହିବା ଆବଶ୍ୟକ । ପ୍ଲାଷ୍ଟିକ୍‌ ଚୌକି ମୁଖ୍ୟତଃ ବଙ୍କା ରହିଥାଏ । ହେଲେ ବେତ ଚୌକି ଅଧିକ ଶକ୍ତ ହୋଇଥାଏ । ଏଥିରେ ବସିବା ଦ୍ୱାରା ଶରୀରର ବସିବାର ଭଙ୍ଗି ଠିକ୍‌ ରହେ । ଏହାଦ୍ୱାରା ଆମର ମେରୁଦଣ୍ଡରେ ମଧ୍ୟ କୌଣସି କ୍ଷତି ହୋଇନଥାଏ ବୋଲି ଶ୍ରୀ ଦାସ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.