ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ, କୋଟି କୋଟି ଟଙ୍କାର ବେନାମୀ ସମ୍ପତ୍ତି ଠୁଳ କରିଛନ୍ତି ସରକାରୀ ବାବୁ

ବାଲେଶ୍ୱର, ୨୧/୦୯ : ବାଲେଶ୍ୱର ଜିଲ୍ଲା ଗ୍ରାମ୍ୟ ନିର୍ମାଣ ମଣ୍ଡଳ କାର୍ଯ୍ୟାଳୟର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ୍‌ଭି ହରିହର ରାଓ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଏନ୍‌ଭି ହରିହର ରାଓ କୋଟି କୋଟି ଟଙ୍କାର ବେନାମୀ ସମ୍ପତ୍ତି ଠୁଳ କରିଛନ୍ତି। ଏହି ସରକାରୀ ବାବୁଙ୍କର ବ୍ରହ୍ମପୁରର ଭବାନୀପୁରରେ ୨୧୦୦ ବର୍ଗଫୁଟରେ ୨ ମହଲା କୋଠା, ବ୍ରହ୍ମପୁର କମାପଲ୍ଲୀ ବୈଦ୍ୟନାଥପୁରରେ ସ୍ପେକ୍ଟ୍ରମ ଗ୍ରୀନ୍‌ ଆପାର୍ଟମେଣ୍ଟର ୩ ବିଏଚ୍‌କେ ଫ୍ଲାଟ୍‌, ଭୁବନେଶ୍ୱରର ପାତ୍ରପଡ଼ାରେ ଥିବା ୩ ହଜାର ବର୍ଗଫୁଟରେ ନିର୍ମିତ ଏକ ମହଲା କୋଠା ରହିଛି। 

ଶୁକ୍ରବାର ସକାଳୁ ଭିଜିଲାନ୍ସ ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ୧୧ ଡିଏସ୍‌ପି, ୭ ଇନ୍ସପେକ୍ଟର, ୧୧ ଏଏସ୍‌ଆଇଙ୍କ ନେତୃତ୍ୱରେ ଏନ୍‌ଭି ହରିହର ରାଓଙ୍କ ୧୧ଟି ଠିକଣାରେ ଏକକାଳୀନ ଚଢ଼ାଉ ହୋଇଥିଲା। ଚଢାଉ ବେଳେ ତାଙ୍କ ନାମରେ ବହୁ ବେନାମୀ ସମ୍ପତ୍ତି ଠାବ ହୋଇଥିଲା। ଶ୍ରୀ ରାଓଙ୍କ ଶାଳକଙ୍କ ଘରୁ ନଗଦ ୪୬.୪୫ଲକ୍ଷ ଟଙ୍କା ମିଳିଥିଲା। ଯାହାକି ଏନଭି ରାଓଙ୍କର ବୋଲି ଅନୁମାନ କରାଯାଉଛି। କେବଳ ସେତିକି ନୁହେଁ ସେ ୫ଟି ଦାମୀ ଜମି କିଣିଥିଲେ । ସେଥିରୁ ଭୁବନେଶ୍ୱରରେ ୩ଟି, ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାର ବଡଗୁମୁଳାରେ ଗୋଟିଏ ଲେଖାଏଁ ଜମି ଶ୍ରୀ ରାଓଙ୍କ ନାମରେ ଅଛି।

ଏନ୍‌ଭି ରାଓ ପ୍ରାୟ ୨.୧୦ କୋଟି ଟଙ୍କାର ବ୍ୟାଙ୍କ ଓ ଇନ୍ସୁରାନ୍ସ ଆକାରରେ ଜମା କରିଛନ୍ତି। ମୋଟ ୧. ୧୧ କୋଟି ଟଙ୍କା ସେ ମ୍ୟୁଚୁଆଲ୍‌ ଫଣ୍ଡ ଓ ଷ୍ଟକ ମାକେର୍ଟରେ ନିବେଶ କରିଛନ୍ତି । ଅଧ କେଜି ସୁନା ଓ ୩୦୦ ଗ୍ରାମର ରୁପା ଅଳଙ୍କାର ମଧ୍ୟ ଗଚ୍ଛିତ ରଖିଛନ୍ତି । ତାଙ୍କର ଗୋଟିଏ ଲେଖାଏଁ କାର, ବାଇକ୍‌ ଥିବା  ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ବ୍ରହ୍ମପୁର ଷ୍ଟେଟ ବ୍ୟାଙ୍କ ଶାଖାରେ ଏନ୍‌ଭି ରାଓଙ୍କ ପତ୍ନୀଙ୍କ ନାଁରେ ଥିବା ଲକର ଖୋଲା ହେଲେ ସମ୍ପତ୍ତି ତାଲିକା ବଢ଼ିପାରେ ବୋଲି ଅନୁମାନ କରାଯାଉଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.