ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ଚୋରି ପୂର୍ବରୁ ପେଟ ପୂଜା: ଫ୍ରିଜ୍‌ ଖୋଲି ଖାଇଲେ, ଘରେ କଳାକନା ବୁଲାଇଲେ ଲୁଟେରା

ଧର୍ମଶାଳା,୨୧/୦୯: ଘରର ଝରକା ଭାଙ୍ଗି ଭିତରେ ପଶିଲେ । ଭୋକ ଯୋଗୁ ରୋଷେଇ ଘରେ ପଶି ଫ୍ରିଜ୍‌ ଖୋଲି ଯାହା ମିଳିଲା ଖାଇଲେ। ତା’ପରେ  ଘର ଭିତରେ ଥିବା ଆଲମିରା ଭାଙ୍ଗି ସୁନାଗହଣା, ମୋବାଇଲ୍‌ ଓ ବାସନକୁସନ  ସହ ଅନ୍ୟାନ୍ୟ ଆସବାବପତ୍ର ନେଇ ପଳାଇଲେ। ଚୋର ପଶିଥିବା ଜାଣି ଘରେ  ଥିବା ଜଣେ ମହିଳା ଓ ତାଙ୍କ ଝିଅ ଘରର ଅନ୍ୟ ଏକ ଦ୍ୱାର ଦେଇ ଘରୁ ବାହାରକୁ ପଳାଇଥିଲେ। ପାଖରେ ମୋବାଇଲ୍‌ ନଥିବାରୁ କାହାରିକୁ ଡାକି ପାରିନଥିଲେ ।  ଚୋର ଯିବା ପରେ ମହିଳାଜଣଙ୍କ ଘରକୁ ଫେରି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ପହଞ୍ଚି ତଦନ୍ତ କରି ଫେରିଛି । ଚୋର ପ୍ରଥମେ କଲୋନୀର  ଅନ୍ୟ ଜଣକ ଘରେ ପଶି ଚୋରି କରିବାକୁ ଉଦ୍ୟମ କରି ବିଫଳ ହୋଇଥିବା  ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଧର୍ମଶାଳା ଥାନା ଜାରକା ଶାନ୍ତିବଜାର  ଅଞ୍ଚଳରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।  

ଶାନ୍ତିବଜାର ନିକଟରେ ଅବସରପ୍ରାପ୍ତ ବିଦ୍ୟୁତ୍‌ ଯନ୍ତ୍ରୀ ସ୍ୱର୍ଗତ ଇଂ ଅକ୍ଷୟ  କୁମାର ଦାସଙ୍କ ଘର । ଘରେ ସ୍ୱର୍ଗତ ଦାସଙ୍କ ପତ୍ନୀ ମଞ୍ଜୁପ୍ରଭା ଦାସ ଓ ଏକମାତ୍ର  ଝିଅ ରୁହନ୍ତି । ଗୁରୁବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଝରକା ଭାଙ୍ଗି ଘର  ଭିତରେ ପଶିଥିଲେ । ଏହା ଜାଣିପାରି ମଞ୍ଜୁପ୍ରଭା ଓ ତାଙ୍କ ଝିଅ ଭୟଭୀତ ହୋଇ  ଅନ୍ୟ ଦ୍ୱାର ଦେଇ ବାହାରକୁ ପଳାଇଥିଲେ । ଏହାର ସୁଯୋଗ ନେଇ ଦୁର୍ବୃତ୍ତ  ପ୍ରଥମେ ରୋଷେଇ ଘର ଫ୍ରିଜ୍‌ ଖୋଲି ମିଠା, ଫଳ ଖାଇଥିଲେ । ଖାଇବା ପରେ  ଷ୍ଟିଲ ଆଲମିରା ଖୋଲି ସୁନାଗହଣା, ଟଙ୍କା ଓ ମୋବାଇଲ୍‌ ସହ ବାସନକୁସନ ଓ  ଅନ୍ୟାନ୍ୟ ମୂଲ୍ୟବାନ ଆସବାବପତ୍ର ନେଇ ପଳାଇଥିଲେ । ଦୁର୍ବୃତ୍ତମାନେ ନଗଦ  ୫୦ହଜାର ଟଙ୍କା ଓ ୫୦ଗ୍ରାମ୍‌ରୁ ଅଧିକ ସୁନାଗହଣା ନେଇଯାଇଥିବା ଅଭିଯୋଗ  ହୋଇଛି । ଖବରପାଇ ଧର୍ମଶାଳା ଥାନାଧିକାରୀ ତପନ କୁମାର ନାୟକ ସକାଳେ  ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଥିଲେ । ଅପରାହ୍ଣରେ ସାଇଣ୍ଟିଫିକ୍‌ ଟିମ୍‌  ପହଞ୍ଚି ତଦନ୍ତ କରି ଫେରିଥିଲା । ଦୁର୍ବୃତ୍ତ ସ୍ୱର୍ଗତ ଦାସଙ୍କ ଘରୁ ଚୋରି ପୂର୍ବରୁ  ଅନ୍ୟ ଦୁଇଜଣଙ୍କ ଘରୁ ଚୋରି ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡ଼ିଛି ।  ଏ ନେଇ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.