ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା : ଭାଇରାଲ୍ ଭିଡିଓକୁ ନେଇ ତନାଘନା କରୁଛି କ୍ରାଇମବ୍ରାଞ୍ଚ, ଡିଜିପିଙ୍କୁ ଭେଟିବେ ୫ ପୋଲିସ କର୍ମଚାରୀଙ୍କ ପରିବାର

ଭୁବନେଶ୍ଵର, ୨୧/୦୯ : ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣା। କ୍ରାଇମବ୍ରାଞ୍ଚ ସ୍କାନରରେ ଶନିବାର ରାତିର ଭିଡିଓ। ଭାଇରାଲ୍ ଭିଡିଓକୁ ନେଇ ତନାଘନା କରୁଛି କ୍ରାଇମବ୍ରାଞ୍ଚ। କେଉଁ କାରଣରୁ ଗଣ୍ଡଗୋଳ ହୋଇଥିଲା, କାହିଁକି ରାସ୍ତା ମଝିରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ ଗଣ୍ଡଗୋଳ କରିଥିଲେ ଯୁବକ। କାହାର ଭୁଲ ପାଇଁ ପାଟିତୁଣ୍ଡ, ଧସ୍ତାଧସ୍ତି ହୋଇଥିଲା। ଘଟଣାର ସୂତ୍ରପାତ କ’ଣ ଥିଲା। ଜବତ ଭିଡିଓକୁ ନେଇ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ। ସେହିପରି ଆଉ ଏକ ଅଡିଓ କଲ୍ ଜବତ ହୋଇଛି। ଯେଉଁଥିରେ ଆକ୍ରମଣ ବିଷୟରେ ଦୁଇ ଜଣ ଯୁବକ କଥାବର୍ତ୍ତା ହେଉଛନ୍ତି। ସେପଟେ ନିଲମ୍ବିତ ହୋଇଥିବା ୫ ପୋଲିସ କର୍ମଚାରୀଙ୍କ ପରିବାର ଡଜିପିଙ୍କୁ ଭେଟିବେ। ଏଥିସହିତ ଏକ୍ସ ପୋଲିସ ଆସୋସିଏସନ ମଧ୍ୟ ପୋଲିସ ଡିଜିଙ୍କୁ ଭେଟିବେ। ପୋଲିସ ପ୍ରତି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଡିଜିଙ୍କ ସହ ଆଲୋଚନା କରିବେ।

ଶନିବାର ରାତିରେ ଆର୍ମି ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣା ଏବେ ସାରା ରାଜ୍ୟ ଏବଂ ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଥାନାରେ ଜଣେ ମହିଳାଙ୍କୁ ଅକଥନୀୟ ନିର୍ଯାତନା ଅଭିଯୋଗକୁ ନେଇ ରାଜନୀତି ଜୋର ଧରିଛି। କ୍ରାଇମବ୍ରାଞ୍ଚ ଏବେ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ସସପେଣ୍ଡ୍ ହୋଇଛନ୍ତି ୫ ପୋଲିସ କର୍ମୀ। ଘଟଣାକୁ ନେଇ ରାଜନୈତିକ ଆକ୍ଷେପ ପ୍ରତି ଆକ୍ଷେପ ଜୋର ଧରିଛି। ଏସବୁ ଭିତରେ ଚନ୍ଦ୍ରଶେଖରପୁରର ସ୍ଥିତ ସେହି ରେଷ୍ଟୁରାଣ୍ଟର କିଛି ସିସିଟିଭି ଫୁଟେଜ୍, ବିଲ, ପେମେଣ୍ଟ ରସିଦ ଆମର ହସ୍ତଗତ ହୋଇଛି। ଯାହାକି ଥାନାକୁ ମେଜର ଏବଂ ତାଙ୍କ ବାନ୍ଧବୀ ଆସିବା ପୂର୍ବର। ଏହା ରେଷ୍ଟୁରାଣ୍ଟରେ କ୍ୟାପ୍ଟେନ୍ ତାଙ୍କ ବାନ୍ଧବୀ ଓ ଅନ୍ୟ କିଛି ବନ୍ଧୁ ତଥା ବାନ୍ଧବୀ ମଉଜ କରୁଥିବାର ଦୃଶ୍ୟ ବଖାଣୁଛି। ରେଷ୍ଟୁରାଣ୍ଟରେ ସେମାନେ ଡାଇନିଂ ଟେବୁଲରେ ବସି କିଛି ପାନୀୟ ନେଉଥିବା, ଏବଂ ବେଳେବେଳେ ନାଚୁଥିବାର ଭିଜୁଆଲ ରହିଛି। ଏପରିକି ରେଷ୍ଟୁରାଣ୍ଟରେ ବିଲ୍ ମଧ୍ୟ ଅଛି। ସେଥିରେ ସେମାନେ ଆଲକୋହଲ ନେଇଥିବାର ଜଣାପଡ଼ୁଛି। ଏଥିସହ ମେଜରଙ୍କ କ୍ରେଡିଟ କାର୍ଡରୁ ପେମେଣ୍ଟ ରିସିପ୍ଟ ମଧ୍ୟ ରହିଛି। ସେଥିରେ ମେଜରଙ୍କ ନାମ ରହିଛି। ସମୟ ରାତି ୧.୩୪ ମିନିଟ ୧୦ ସେକେଣ୍ଡ ଉଲ୍ଲେଖ ଅଛି। ଯଦିଓ ରେଷ୍ଟୁରାଣ୍ଟରେ ଯାହାକିଛି ଖାଇବା ପିଇବା କିମ୍ବା ସେବନ କରିବା, ମଉଜ କରିବା, ପଇସା ଖର୍ଚ୍ଚ କରିବ ସେମାନଙ୍କ ବ୍ୟକ୍ତିଗତ ବ୍ୟାପାର, କିନ୍ତୁ ସେହି ଘଟଣା ସହ ପରବର୍ତ୍ତୀ ପ୍ରତିକ୍ରିୟା, ଓ ଘଟଣାର କିଛି ପ୍ରଭାବ ତଥା ସମ୍ପର୍କ ଅଛି କି? ଯଦି କିଛି ଅନିୟନ୍ତ୍ରିତ ପ୍ରଭାବ ଥାଏ ତେବେ ତାହା ଭିନ୍ନ ହୋଇପାରେ।    

ରେଷ୍ଟୁରାଣ୍ଟରୁ ଫେରିବା ବେଳେ ମେଜର ଏବଂ ତାଙ୍କ ବାନ୍ଧବୀ ଥାନାକୁ ଆସିଥିବା ବୁଝାପଡ଼ୁଛି। କାରଣ ପୂର୍ବରୁ ସେମାନେ ଥାନାକୁ ଆସିବାର ସମୟ ଉଲ୍ଲେଖ କରିଛନ୍ତି। ଥାନାରେ ସମ୍ପୃକ୍ତ ମହିଳା ଉଚ୍ଚସ୍ୱରରେ ପାଟି କରୁଥିବା, ଫଟୋ ଉଠାଉଥିବା ଲୋକଙ୍କୁ କିଛି କହୁଥିବା, କବାଟ ବାଡ଼ଉଥିବା ଓ ମହିଳା ପୁଲିସଙ୍କ ସହ ଯୁକ୍ତି କରୁଥିବାର ଭିଜୁଆଲ ରହିଛି। ସେ ମୋବାଇଲରେ କିଛି ଫଟୋ ଉଠାଉଥିବା ରେକର୍ଡ କରୁଥିବା ବଡ଼ ପାଟିରେ ଚିତ୍କାର କରୁଥିବାର ମଧ୍ୟ ଭିଜୁଆଲରେ ଦେଖାଯାଇଛି। ସେହି ସବୁ ଭିଜୁଆଲରୁ ମହିଳାଙ୍କ ଆଚରଣ ଅସ୍ୱାଭାବିକ ମନେ ହେଉଛି। କିନ୍ତୁ କିଛି ଆକ୍ରମଣ କିମ୍ବା ମାଡ଼ପିଟର ଭିଜୁଆଲ ଆମର ହସ୍ତଗତ ହୋଇନାହିଁ।  ସେ ନେଇ ମଧ୍ୟ ଆମେ ସ୍ପଷ୍ଟ ନୋହୁଁ।

ଏହିସବୁ ଦୃଶ୍ୟରୁ ସେହି ରାତିରେ ତା ପରେ କ’ଣ ଘଟିଛି, କାହିଁକି ଓ କିପରି ଘଟିଛି ତାହା ଅନୁମାନ କରିବା କଷ୍ଟକର। ଏହା ଏଥିପାଇଁ ଯେ, ପରବର୍ତ୍ତି ସମୟର ଅଭିଯୋଗ ଏବଂ, ସମ୍ପୃକ୍ତ ମହିଳାଙ୍କ ଅଭିଯୋଗ ସବୁକୁ ନେଇ ତର୍ଜମା କରିବା କଠିନ। ତେବେ କ୍ରାଇମବ୍ରାଞ୍ଚ ତଦନ୍ତରୁ ଘଟଣା ଉପରୁ ପରଦା ଉଠିବ ଓ ସବୁକିଛି ସତ୍ୟାସତ୍ୟ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି। କିନ୍ତୁ ଏହିସବୁ ଭିଜୁଆଲ ଯେ ଘଟଣାକୁ ଆହୁରି ଗୋଳମାଳିଆ କରିଦେଉଛି, ତାହାକୁ ଅସ୍ୱୀକାର କରିହେବନି।


 



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.