ପ୍ରମୂଖ ଖବର
  • ପୁରୀ : ଅର୍ବାନ ହାଟର ବିକାଶ ମେଳା ଚଳଚଞ୍ଚଳ, ମେଳାରେ ଲାଗିଛି ବିଭିନ୍ନ ବିଭାଗର ୭୦ ଟି ଷ୍ଟଲ
  • ||
  • ଲଗାଣ ବର୍ଷାରେ ବେହାଲ ଯାଜପୁର ସହର; ଅଫିସ ପରିସରରେ ଜମିରହିଚି ପାଣି, ଭାଙ୍ଗିଲା ଦୋକାନ
  • ||
  • ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାରିପଦାସ୍ଥ ଛଉ ପଡ଼ିଆରେ ଉଦ୍‌ଘାଟନ କରିବେ ବିକାଶ ମେଳ
  • ||
  • ଚଣ୍ଡିଖୋଲ : ଖୁଦୁରୁକୁଣୀ ମୂର୍ତ୍ତି ବିସର୍ଜନ ସମୟରେ ଅଘଟଣ, ପୋଖରୀରେ ବୁଡ଼ି ଛାତ୍ରଙ୍କ ମୃତ୍ୟୁ
  • ||
  • ଆନନ୍ଦପୁର : ପାରିବାରିକ କଳହର କରୁଣ ପରିଣତି, ବିଷ ପିଇ ଜୀବନ ହାରିଲେ ଦମ୍ପତି
  • ||
  • ବୌଦ୍ଧରେ ସ୍କ୍ରବ୍ ଟାଇଫସରେ ଆକ୍ରାନ୍ତ ପ୍ରଥମ ରୋଗୀ ଚିହ୍ନଟ, ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଲେ ଯୁବକ
  • ||
  • ତିନି ଦିନିଆ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନ, ଚାଏ ପେ ଚର୍ଚ୍ଚାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
  • ||
  • କୋରାପୁଟ : ଅଟୋରେ ଗଞ୍ଜେଇ ଚାଲାଣ ବେଳେ ଚଢାଉ; ୨୫ କିଲୋ ଗଞ୍ଜେଇ ଜବତ, ୨ ମହିଳା ଗିରଫ
  • ||
  • ସମ୍ବଲପୁର: ମେଜିକ୍ ନମ୍ବର ଛୁଇଁଲା ହୀରାକୁଦ ଜଳସ୍ତର, ସକାଳ ୯ଟା ସୁଦ୍ଧା ୬୩୦ ଫୁଟ୍ ଜଳସ୍ତର
  • ||
  • କଟକ : ରାତ୍ରିକାଳୀନ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ଗ୍ରସ୍ତ; ୧୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ, ଡ୍ରାଇଭର ଗୁରୁତର
  • ||
  • ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା: ଆଜି ରାଜଭବନ ଆଗରେ ଧାରଣା ଦେବେ ବିଜୁ ମହିଳା ଜନତ ଦଳ
  • ||
  • ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଖୋଜିବ ଏଏସ୍‌ଆଇ ଟିମ୍, ରାଡାର୍‌ ପେନିଟ୍ରେଟିଂ ସିଷ୍ଟମ୍‌ ସର୍ଭେ ହେବ
  • ||
  • ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ: ୨୩ରେ ଲଘୁଚାପ,୨୪ରେ ପ୍ରବଳ ବର୍ଷା ସମ୍ଭାବନା
  • ||

ହାତୀ ଶାବକ ‘ଅଭି’କୁ ହରପିସ୍‌, ଚିନ୍ତାରେ ନନ୍ଦନକାନନ କର୍ତ୍ତୃପକ୍ଷ

ବାରଙ୍ଗ,୨୧/୦୯: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଚିକତ୍ସାଳୟ ନିକଟ ହାତୀ ଶାଳରେ ରହୁଥିବା ୧୭ ମାସର ହାତୀ ଶାବକ ‘ଅଭି’ ଅସୁସ୍ଥ ହୋଇପଡ଼ିଛି । ଦେହର ତାପମାତ୍ରା ବଢ଼ିବା ସହିତ ଥୋଡ଼ପାହୁଲରୁ ଲାଳ ଗଡ଼ୁଛି । ତେଣୁ ତାକୁ ହରପିସ୍‌ ଭୂତାଣୁ ସଂକ୍ରମଣ ହୋଇଥିବା ଅନୁମାନ କରି ପରୀକ୍ଷା କରାଯିବା ପରେ ହରପିସ୍‌ରେ ଆକ୍ରାନ୍ତ ଥିବା ଜଣାପଡିଛି । ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଯାଇଛନ୍ତି । ଶାବକଟି ଠିକ ଭାବରେ ଖାଦ୍ୟ  ଗ୍ରହଣ କରୁନାହିଁ ।

ନନ୍ଦନକାନନ ପ୍ରାଣୀ ଚିକିତ୍ସକ ଏବଂ ଓୟୁଏଟିର ପ୍ରଫେସରଙ୍କ ତତ୍ତ୍ୱାବଧାନରେ ‘ଅଭି’ର ଚିକିତ୍ସା ଜାରୀ ରହିଛି । ଶାବକଟି ଉପରେ ୨୪ ଘଣ୍ଟା ନଜର ରଖିବା ପାଇଁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । କିଛି ଦିନ ପୂର୍ବରୁ ‘ଅଭି’ ଖାଦ୍ୟ ଖାଇବା କମାଇ ଦେଇଥିଲା । ପ୍ରାଣୀ ଚିକିତ୍ସକ ତାର ସ୍ୱାସ୍ଥ୍ୟ ପରିକ୍ଷା କରି  ଔଷଧ ଦେଉଥିଲେ । ସ୍ୱାସ୍ଥ୍ୟରେ ପରିବର୍ତ୍ତନ ନହେବାରୁ ଆଜି ତାର ହରପିସ୍‌  ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ ଆସିଥିଲା । ପ୍ରାଣୀ ଉଦ୍ୟାନର ଛୋଟ  ହାତୀ ଲାଳନପାଳନ ଶାଳାରେ ଅଭି ସହ ‘ଲିସା’ ଓ ‘ଆଶା’ ରହୁଥିଲେ ।  ଅଗଷ୍ଟରେ ଉଭୟ ହରପିସ୍‌ରେ ସଂକ୍ରମିତ ହୋଇଥିଲେ । କିନ୍ତୁ ସେମାନେ  ସୁସ୍ଥ ହୋଇଗଲେ । ବର୍ତ୍ତମାନ ଅଭିକୁ ହରପିସ୍‌ ହେବା ଚିନ୍ତାର କରଣ ସାଜିଛି ।   

୨୫ ଜୁନ ୨୦୨୩ ରେ ୨ ମାସର ହୋଇଥିବା ବେଳେ କେନ୍ଦୁଝର ଘଟଗାଁରୁ  ହାତୀ ଛୁଆ ‘ଅଭି’ ଊଦ୍ଧାର ହେଇ ପ୍ରାଣୀ ଉଦ୍ୟାନକୁ ଆସିଥିଲା। ହାତୀ ପଲ  ଗାଁ ଅଭିମୁଖେ ଆସିଥିବା ବେଳେ ସକାଳେ ଜଙ୍ଗଲକୁ ଫେରିବା ବେଳେ ହାତୀ  ଛୁଆଟି ଏକ ଗାତରେ ପଡ଼ିଯାଇଥିଲା। ଗ୍ରାମବାସୀ ତାକୁ ଉଦ୍ଧାର କରିଥିଲେ ।  ମଣିଷ ସଂସ୍ପର୍ଶରେ ଆସିବାରୁ ତା ମା’ ଗ୍ରହଣ ନକରିବାରୁ ତାକୁ ବନବିଭାଗ  ଉଦ୍ଧାର କରି ନନ୍ଦନକାନନ ପଠାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.