ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଜାତିସଂଘରେ ଭାରତର ୟୁଥ୍‌ ଚାମ୍ପିଅନ୍‌ ସଞ୍ଜନା, ଯୁବପିଢ଼ିଙ୍କୁ ନେଇ ନ୍ୟୁୟର୍କରେ ଦେଲେ ବାର୍ତ୍ତା

ମୁମ୍ବାଇ ୨୨/୦୯: ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ଇଣ୍ଡିଆ ୟୁଥ୍‌ ଚାମ୍ପିଅନ୍‌ ରୂପେ ନିଯୁକ୍ତ ହୋଇଛନ୍ତି ଅଭିନେତ୍ରୀ ସଞ୍ଜନା ସାଂଘୀ । ନିଜର ଦାୟିତ୍ୱକୁ ସେ ପୂର୍ଣ୍ଣ ଆନ୍ତରିକତାର ସହ ନିର୍ବାହ କରିଛନ୍ତି । ଗତ ଶନିବାର ନ୍ୟୁୟର୍କରେ ଫ୍ୟୁଚର ଆକ୍ସନ୍‌ ଡେଜ୍‌ର ଜାତିସଂଘ ସମ୍ମିଳନୀରେ ସେ ଯୋଗ ଦେଇଥିଲେ । ସମ୍ମିଳନୀର ପ୍ରଥମ ଦିନର ଥିମ୍‌ ଥିଲା ‘ଭବିଷ୍ୟତ ପାଇଁ ଯୁବ ନେତୃତ୍ୱ: ସମସ୍ତଙ୍କ ପାଇଁ ଉତ୍ତମ ପୃଥିବୀର ପ୍ରତିଶ୍ରୁତିରେ ଆମେ ବିଶ୍ୱାସ କରୁ ।’

ଏ ଅବସରରେ ସଞ୍ଜନା ମଞ୍ଚରେ ଯୁବପିଢ଼ି ସମାଜରେ ପରିବର୍ତ୍ତନ ଆଣିବାର ଶକ୍ତି ହେବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ‘ଆମେ କେବଳ ପରିବର୍ତ୍ତନର ଟେବଲରେ ଏକ ସ୍ଥାନ ମାଗୁଛୁ । ନିଯୁକ୍ତିର ବାସ୍ତବ ସୁଯୋଗ ମାଗୁଛୁ, ତାହା ଘରୋଇ ହେଉ ବା ସରକାରରେ, ଜାତିସଂଘରେ ହେଉ ବା ଏକାଡେମୀରେ । ଆମେ କେବଳ ଚାହୁଁଛୁ, ଆମ ସ୍ୱରକୁ ଣୁଣାଯାଉ । କାରଣ ଆମେ ଓ ଆମ ସ୍ୱର ଗୁରୁତ୍ୱପୂର୍ଣ୍ଣ । ଆମେ ପୃଥିବୀରେ ଯାହା ଦେଖିବାକୁ ଇଚ୍ଛା କରୁଛୁ, ସେହି ପରିବର୍ତ୍ତନର ସୁଯୋଗ ଆମକୁ ମିଳୁ, ଆମେ କେବଳ ତାହା ମାଗୁଛୁ ।’ 

ଗତ ମେ’ ମାସରେ ସଞ୍ଜନା ନ୍ୟୁୟର୍କ ସ୍ଥିତ ଜାତିସଂଘ ସାଧାରଣ ସଭା ଗସ୍ତ କରିଥିଲେ । ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ ଶେୟାର କରି ସେ ଲେଖିଛନ୍ତି, ଜାତିସଂଘ ସାଧାରଣ ସଭାରେ ଠିଆ ହେବା ବାସ୍ତବରେ ଇତିହାସ ରଚିବା ଭଳି ଅନୁଭବ । ଜାତିସଂଘ ବିକାଶ କାର୍ଯ୍ୟକ୍ରମରେ ଭାରତର ଜଣେ ୟୁଥ୍‌ ଚାମ୍ପିଅନ୍‌ ଭାବେ ସୁନ୍ଦର ଆସନ୍ତାକାଲି ନିମନ୍ତେ ମିଳିତ କାର୍ଯ୍ୟାନୁଷ୍ଠାନର ମ୍ୟାଜିକ୍‌ର ଅନୁଭବ ପାଇବାର ସୁଯୋଗ କୃତଜ୍ଞତା ଓ ଶିକ୍ଷଣର ମୁହୂର୍ତ୍ତ ।’ ୨୦୧୧ ମସିହାରେ ଫିଲ୍ମ ‘ରକ୍‌ଷ୍ଟାର’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ ସଞ୍ଜନା । ଏହା ପରେ ‘ହିନ୍ଦୀ ମିଡିୟମ୍‌’, ‘ଫୁକ୍‌ରେ ରିଟର୍ନସ୍‌’, ‘ଧକ୍‌ ଧକ୍‌’ ଓ ‘ଦିଲ୍‌ ବେଚାରା’ ଭଳି ଫିଲରେ ସେ ନଜର ଆସିଲେ । ସାଜିଦ ଅଲିଙ୍କ ‘ୱ ଭି ଦିନ୍‌ ଥେ’ରେ ଶେଷ ଥର ସେ ପରଦାରେ ନଜର ଆସିଥିଲେ ।

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.