ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଇଶାନ୍‌ ଖଟ୍ଟରଙ୍କ ଫିଲ୍ମରେ ଜାହ୍ନବୀ, କ୍ଷୁଦ୍ର ଭୂମିକାରେ ଆସିବେ ନଜର

ମୁମ୍ବାଇ ୨୨୩/୦୯: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କର ତେଲଗୁ ଡେବ୍ୟୁ ‘ଦେବରା ପାର୍ଟ-୧’ ଲାଗି ସଜବାଜ ହେଉଛନ୍ତି । ଫିଲ୍ମଟି ଆସନ୍ତା ୨୭ ତାରିଖରେ ରିଲିଜ୍‌ ହେବ । ସେଥିରେ ତାଙ୍କ ସହିତ ଜୁନିଅର ଏନ୍‌ଟିଆର୍‌, ସୈଫ୍‌ ଅଲ୍ଲୀ ଖାନ୍‌ ଓ ପ୍ରକାଶ ରାଜ ପ୍ରମୁଖ ନଜର ଆସିବେ । ‘ଦେବରା ପାର୍ଟ-୧’ ବ୍ୟତୀତ ଜାହ୍ନବୀ ଇଶାନ୍‌ ଖଟ୍ଟରଙ୍କ ଆଗାମୀ ଫିଲ୍ମରେ ଏକ କ୍ଷୁଦ୍ର ଭୂମିକାରେ ନଜର ଆସିବେ ବୋଲି ଖବର ସାମ୍ନାକୁ ଆସିଛି । ସେହି ଫିଲ୍ମକୁ ନୀରଜ ଘେୱାନ୍‌ ନିର୍ଦ୍ଦେଶନା ଦେବେ । 

ରିପୋର୍ଟ ଅନୁସାରେ, ଜାହ୍ନବୀ ଏହି ଭୂମିକା ଲାଗି ସେତେ ଉତ୍ସାହିତ ନଥିଲେ । ତେବେ ପ୍ରଯୋଜନ କରନ୍‌ ଜୋହର ଓ ନୀରଜ ଘେୱାନ୍‌ ତାଙ୍କୁ ଅଫର୍‌ ଦେବା ପରେ ଉଭୟଙ୍କ ପ୍ରତି ଥିବା ସମ୍ମାନ ବଶତଃ ସେ ଅଫର୍‌କୁ ଗ୍ରହଣ କରିଛନ୍ତି । ଜାହ୍ନବୀ ତାଙ୍କର ବ୍ୟସ୍ତବହୁଳ ସିଡ୍ୟୁଲ ମଧ୍ୟରୁ ୧୦ ଦିନ ବାହାର କରି ସେଥିଲାଗି ସୁଟିଂ କରିବେ ବୋଲି ଜଣାପଡି଼ଛି । ଫିଲ୍ମଟି ଆସନ୍ତାବର୍ଷ ଶେଷ ଆଡ଼କୁ ମୁକ୍ତିଲାଭ କରିପାରେ । ଇଶାନ୍‌ଙ୍କ ବ୍ୟତୀତ ସେଥିରେ ଆଉ ଜଣେ ଅଭିନେତାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ । ସେଥିଲାଗି ଜଣେ ନବାଗତଙ୍କ ସହିତ ଆଲୋଚନା ଚାଲିଛି । ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ ଜାହ୍ନବୀଙ୍କୁ ଆଗକୁ ‘ସନି ସଂସ୍କାରୀ କୀ ତୁଲସୀ କୁମାରୀ’ରେ ମଧ୍ୟ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହିତ ଅଭିନେତା ବରୁଣ ଧୱନ ନଜର ଆସିବେ । ଶଶାଙ୍କ ଖୈତାନ୍‌ ଫିଲ୍ମର ନିର୍ଦ୍ଦେଶନାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.