ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଅସଜଡ଼ା ବିରୋଧୀଙ୍କ ଘର: ବିନା ସେନାରେ କେମିତି ଲଢ଼ିବେ ବିଜେଡି, କଂଗ୍ରେସ

ଭୁବନେଶ୍ୱର,୨୩/୦୯: ପ୍ରସଙ୍ଗ ମାଳମାଳ ।  କିନ୍ତୁ, ତଗଡ଼ା ସ୍ୱର ଉଠାଇ ପାରୁନି ବିରୋଧୀ ଦଳ ।  ଭୁବନେଶ୍ୱରରେ କାଁ ଭାଁ ବିକ୍ଷୋଭ, ଧାରଣା ଆଉ ଟିଭି  ଆଗରେ ବୟାନବାଜିରେ ଅଟକିଯାଇଛନ୍ତି ବିରୋଧୀ ।  ମୂଳ କଥା ହେଲା, ଏଯାଏଁ ଅସଜଡ଼ା ଘର ସଜାଡ଼ି  ପାରିନାହିଁ ବିରୋଧୀ ଦଳ । 

ନିର୍ବାଚନ ଫଳକୁ ସାଢ଼େ ୩ ମାସ ହୋଇଗଲା ।  ବିଜେପି ସରକାର ଶହେ ଦିନ ପୂରଣ କରିବା ସହ  ସଫଳତାର ଲମ୍ବା ତାଲିକା ଗଣାଇଲାଣି। ଏପଟେ  ରାଜ୍ୟ ବିଜେପି ତା’ର ସଭ୍ୟ ସଂଗ୍ରହ ଅଭିଯାନ  ଜୋରଦାର କଲାଣି । ମାତ୍ର ପରାଜୟ ଭଉଁରୀରୁ  ଆଗକୁ ବଢ଼ିପାରୁନାହାନ୍ତି ବିରୋଧୀ ଦଳ । ଉଭୟ  ଦଳର ନେତା, କର୍ମୀ ଅପେକ୍ଷା କରିଛନ୍ତି କେବେ  ସରିବ ଘର ସଜଡ଼ା । 

ବିଜେଡିକୁ ପୁଣି ଥରେ ଛିଡ଼ା କରିବାକୁ  ଦଳର ମୁଖିଆ ନବୀନ ପଟ୍ଟନାୟକ ପ୍ରୟାସ ଆରମ୍ଭ  କରିଛନ୍ତି । ବୈଠକ କରୁଛନ୍ତି, ଭାଷଣ ଦେଉଛନ୍ତି, ବୟାନବାଜି ବି ରଖୁଛନ୍ତି । ହେଲେ ଏଯାଏଁ ଦଳ ନୂଆ  କମିଟି ଗଢ଼ିପାରିନି । ଦଳ ନା ରାସ୍ତାକୁ ଓହ୍ଲାଇପାରିଛି  ନା ରାଜ୍ୟ କିମ୍ବା ଜିଲ୍ଲାସ୍ତରରେ କିଛି ସାଂଗଠନିକ  କାର୍ଯ୍ୟକ୍ରମ ହାତକୁ ନେଇପାରୁଛି ।  

କଂଗ୍ରେସ ସ୍ଥିତି ଆହୁରି ଚିନ୍ତାଜନକ । କଂଗ୍ରେସ  ରାଜ୍ୟରୁ ଜିଲ୍ଲା ଯାଏଁ ମୁଖିଆ ହୀନ ହୋଇପଡ଼ିଛି ।  ପିସିସି ସଭାପତି ଚୟନ ସରୁନି । ନା ରାଜ୍ୟସ୍ତରୀୟ  କମିଟି ଅଛି ନା ଜିଲ୍ଲାସ୍ତରୀୟ । ଛାମୁଆ ସଂଗଠନ  ବି ନାହିଁ ।  

ଗତ ଜୁଲାଇ ୮ରୁ ନବୀନ ବିଜେଡିର  ରାଜ୍ୟସ୍ତରୀୟ କମିଟି ଭାଙ୍ଗି ଦେଇଛନ୍ତି ।  ଏହାପରଠାରୁ ବିଜେଡିର ପରିଚାଳନା ଭାର  ୧୫ଜଣିଆ ସମନ୍ୱୟ କମିଟି ହାତରେ ଦିଆଯାଇଛି ।  ଏହି କମିଟି ହିଁ ସବୁ କିଛି କାର୍ଯ୍ୟକ୍ରମର ତଦାରଖ  କରୁଛି । ମାତ୍ର ଏହା ସେତେ ପ୍ରଭାବୀ ହୋଇପାରୁନି ।  ଦଳ ଭିତରେ ଏବେ ଗୋଟିଏ ଚିନ୍ତା-ବିଜେଡିର  ଟିକିନିଖି କଥାକୁ କିଏ ବୁଝିବ? ସାଂଗଠନିକ  ସମ୍ପାଦକ ପଦବି ରହିବ କି ନାହିଁ? କାହା ହାତରେ  ସଂଗଠନ ଭାର ଦେବେ ନବୀନ? ପୂର୍ବ ପ୍ରଭାବଶାଳୀ  ଗୋଷ୍ଠୀର ଦବ୍‌ଦବା ରହିବ ନା କାଟ୍‌ ଖାଇବ?  ବିଜେଡିର ଭବିଷ୍ୟତ ଯୋଜନା ଓ ରୂପରେଖ  କେମିତି ରହିବ? ଏମିତି ଅନେକ ପ୍ରଶ୍ନ ଓ ଦ୍ୱନ୍ଦ୍ୱ  ବିଜେଡି ନେତା ଓ କର୍ମୀଙ୍କ ମନରେ । 

ଏଭଳି  ସ୍ଥିତି ତୃଣମୂଳରେ ଦଳର ସଂଗଠନକୁ ଦୁର୍ବଳ  କରୁଛି । ଟିକଟ ବଣ୍ଟନକୁ ନେଇ ଦଳ ଭିତରେ  ଥିବା ବିବାଦରୁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ଦେଖା  ଦେଇଥିବା ଫାଟ ମେଲି ଚାଲିଛି । ଭୁବନେଶ୍ୱର  ମଧ୍ୟ ଓ ଏକାମ୍ର ନିର୍ବାଚନମଣ୍ଡଳୀରେ ବିଜେଡିରେ  ସୃଷ୍ଟି ହୋଇଥିବା ଫାଟ ଆଉ ଯୋଡ଼ି ହେଲା ଭଳି  ସ୍ଥିତିରେ ନାହିଁ । ଛାମୁଆ ସଂଗଠନ ରାଜ୍ୟସ୍ତରୀୟ  ସମ୍ମିଳନୀ କରି ପୁଣି ଥରେ ସକ୍ରିୟ ହେବାକୁ ଅଣ୍ଟା  ଭିଡ଼ିଛନ୍ତି । ଭୁବନେଶ୍ୱରରେ କାଁ ଭାଁ କାର୍ଯ୍ୟକ୍ରମକୁ  ଛାଡ଼ିଦେଲେ, ଦଳର ଆଉ କିଛି କାର୍ଯ୍ୟକଳାପ  ଆଖିକୁ ଦେଖାଯାଉନି । ସମସ୍ତେ ଯେମିତି ଅପେକ୍ଷା  କରି ରହିଛନ୍ତି, କେବେ ନୂଆ ଟିମ୍‌ ଗଢ଼ିବେ ନବୀନ ।  ନବୀନ କାହାକୁ ଭରସିବେ, ତାହା ଉପରେ ପୂରା  ଦଳର ନଜର । 

ଗତ ଜୁଲାଇ ୨୧ରୁ ଓଡ଼ିଶାରେ କଂଗ୍ରେସ  ତା’ର ସବୁ କମିଟି ଭାଙ୍ଗି ଦେଇଛି । ଏବେ ଦଳରେ  ପିସିସି ସଭାପତି ପାଇଁ ଦୌଡ଼ ଚାଲିଛି । ଦେଶରେ  କଂଗ୍ରେସର ଉତ୍‌ଥାନ ଦେଖି ଅନେକ ନେତାଙ୍କ  ମନରେ ପିସିସି ସଭାପତି ଲଡ଼ୁ ପାଇଁ ଆଶା ବଢ଼ିଛି ।  କିଛି ବରିଷ୍ଠ ଏବେ ବି ବାଟ ଛାଡ଼ିବାକୁ ନାରାଜ ।  ନିଜେ କିମ୍ବା ନିଜ ଗୋଷ୍ଠୀର କାହାକୁ ପିସିସି ସଭାପତି  କରିବାକୁ ବରିଷ୍ଠ ନେତାଏ ଏକାଠି ହୋଇଛନ୍ତି ।  ପିସିସି ସଭାପତି ଦୌଡ଼ରେ ମହମ୍ମଦ ମୋକିମ,  ଶ୍ରୀକାନ୍ତ ଜେନା, ଭକ୍ତଚରଣ ଦାସଙ୍କ ନାମକୁ ନେଇ  ସର୍ବାଧିକ ଚର୍ଚ୍ଚା ଚାଲିଛି । ସାଂସଦ ସପ୍ତଗିରି ଉଲାକାଙ୍କୁ  ଝାଡ଼ଖଣ୍ଡର ସହପ୍ରଭାରୀ ଦାୟିତ୍ୱ ମିଳିଥିବାବେଳେ  ସେ ଦୌଡ଼ରେ ନଥିବା କୁହାଯାଉଛି । ମାତ୍ର ଦିଲ୍ଲୀରେ  ତାଙ୍କ ଦବ୍‌ଦବା ସବୁଠାରୁ ବେଶି । 

ଏଭଳି ସ୍ଥିତିରେ  ସପ୍ତିଗିରିଙ୍କ ସମର୍ଥନ ଯାହାକୁ ରହିବ, ତାଙ୍କ  ସମ୍ଭାବନା ଅଧିକ ବୋଲି କୁହାଯାଉଛି । ବିଧାୟକ  ଦଳ ନେତା ଚୟନରେ ସପ୍ତଗିରି ନିଜ ଦବ୍‌ଦବା  ଜାହିର କରିଥିଲେ । କଂଗ୍ରେସର ରାଜ୍ୟ, ଜିଲ୍ଲା  ଓ ଛାମୁଆ ସଂଗଠନ ନଥିବାବେଳେ ୧୪ଜଣିଆ  ଷ୍ଟିୟରିଂ କମିଟି ହାତରେ ପୂରା ଦଳର ସଂଗଠନ  ଭାର ଦେଇଛି ଏଆଇସିସି । ବଡ଼ ସମାବେଶ କିମ୍ବା  ବିକ୍ଷୋଭ ହେଲେ ମୋକିମଙ୍କ କାନ୍ଧରେ ଦଳ ଭାର  ଦେଉଛି । ହେଲେ ଭୁବନେଶ୍ୱର ବାହାରେ ଦଳ  ସେଭଳି କିଛି ବଡ଼ କାର୍ଯ୍ୟକ୍ରମ ଏଯାଏଁ ହାତକୁ  ନେଇପାରିନି । ଅନେକ ନିର୍ବାଚନମଣ୍ଡଳୀ ଯେମିତି  ନେତା ଶୂନ୍ୟ ଅବସ୍ଥାରେ ରହିଛି । ସମସ୍ତେ ଅପେକ୍ଷା  କରି ରହିଛନ୍ତି, କିଏ ଧରିବ ମଙ୍ଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.