ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ମଙ୍ଗଳବାରଠୁ ମା’ ଗଡ଼ଚଣ୍ଡୀଙ୍କ ଷୋଡ଼ଶ ଦିନାତ୍ମକ ପୂଜା; ଏଥର ଲାଗି ହେବ ସୁନା ହାର, ଖଡ୍‌ଗ

କଟକ, ୨୩/୦୯: ଶାରଦୀୟ ଦୁର୍ଗାପୂଜା ଅବସରରେ ଅସନ୍ତା ୨୪  ତାରିଖଠାରୁ ବାରବାଟୀ ଦୁର୍ଗ ପରିସରରେ  ମା’ଗଡ଼ଚଣ୍ଡୀଙ୍କ ଷୋଡ଼ଶ ଦିନାତ୍ମକ  ଷୋଡ଼ଶ ଉପଚାର ପୂଜା ଓ ବେଶ  କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଚଳିତ  ବର୍ଷ ମା’ଙ୍କ ବେଶ କାର୍ଯ୍ୟକ୍ରମରେ ସୁନାର  ହାର ଓ ଖଡ୍‌ଗ ଲାଗି ହେବ । ପୂର୍ବରୁ  ମା’ଙ୍କର ବିଭିନ୍ନ ସୁନା ଅଳଙ୍କାର ଲାଗି  ହୋଇଥିବା ବେଳେ ବାକିଥିବା ସୁନା ହାର  ଓ ଖଡ୍‌ଗ ଏଥର ଲାଗି ହେବା ପାଇଁ ନିର୍ମାଣ  ହୋଇଛି । ସୁନା ହାର ପାଇଁ ୯ ଲକ୍ଷ ଟଙ୍କା  ଖର୍ଚ୍ଚ ହୋଇଥିବା ବେଳେ ଖଡ୍‌ଗ ପାଇଁ  ସଢ଼େ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା  ମା’ ଗଡ଼ଚଣ୍ଡୀ ମନ୍ଦିର ଟ୍ରଷ୍ଟ ବୋର୍ଡର  ସଂପାଦକ ନିର୍ମଳ ବଳ ସୂଚନା ଦେଇଛନ୍ତି । 

ଆସନ୍ତା ୨୪ରୁ ପୂଜା ଆରମ୍ଭ ହୋଇ  ଅକ୍ଟୋବର ୧୧ରେ ସମାପନ ହେବ ।  ପ୍ରଥମ ଦିନ ମା’ ଗଡ଼ଚଣ୍ଡୀଙ୍କ ନିଜ ବେଶ  ଅନୁଷ୍ଠିତ ହେଉଥିବା ବେଳେ ପରବର୍ତ୍ତୀ  ଦିନଗୁଡିକରେ ଗଜଲକ୍ଷ୍ମୀ ବେଶ, ସୁନା  ବେଶ, ସରସ୍ୱତୀ ବେଶ, କାଳୀ ବେଶ,  ଭୁବନେଶ୍ୱରୀ ବେଶ, କମଳା ବେଶ,  ହରଚଣ୍ଡୀ ବେଶ, ଅନ୍ନପୂର୍ଣ୍ଣା ବେଶ,  ରାଜରାଜେଶ୍ୱରୀ ବେଶ, ବଗଳା ବେଶ,  ତାରା ବେଶ, ବନଦୁର୍ଗା ବେଶ, ନାରାୟଣୀ  ବେଶ, ଗାୟତ୍ରୀ ବେଶ, ମହାସରସ୍ୱତୀ  ବେଶ, ମହାଲକ୍ଷ୍ମୀ ବେଶ, ମହାକାଳୀ  ବେଶ, ମହିଷାମର୍ଦ୍ଦିନୀ ବେଶ ଅନୁଷ୍ଠିତ  ହେବ । 

ସେହିପରି ଅକ୍ଟୋବର ୩  ତାରିଖଠାରୁ ନବରାତ୍ର ପୂଜା ଆରମ୍ଭ  ହେବ । ଅକ୍ଟୋବର ୧୦ ତାରିଖ ସନ୍ଧ୍ୟାରେ  ଦୀପଦାନ ଅନୁଷ୍ଠିତ ହେବାକୁ ଥିବା  ବେଳେ ୧୧ତାରଖ ପୂର୍ବାହ୍ନରେ ସନ୍ଧି  ପୂଜା ଓ ରାତ୍ର ୧୧ଟାରେ ଯଜ୍ଞର ପୂର୍ଣ୍ଣାହୁତି  ହେବ । ୧୩ ତାରିଖ ମଧ୍ୟାହ୍ନରେ ପ୍ରସାଦ  ସେବନ ଅନୁଷ୍ଠିତ ହେବ । ମା’ଗଡ଼ଚଣ୍ଡୀ  ମନ୍ଦିର ପୂଜକ ଚନ୍ଦ୍ରଶେଖର ରଥ ପୂଜା  କାର୍ଯ୍ୟ ସଂପାଦନ କରିବେ । ଟ୍ରଷ୍ଟ ବୋର୍ଡ  ସଦସ୍ୟ ଦିଲ୍ଲୀପ କୁମାର ବେହେରାଙ୍କ  ସମେତ କାର୍ଯ୍ୟକର୍ତ୍ତା ପୂଜା କାର୍ଯ୍ୟ  ପରିଚାଳନାରେ ସହଯୋଗ କରିବେ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.