ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

୨୫ରେ ରମାଦେବୀ ବିଶ୍ୱବିଦ୍ୟାଳୟକୁ ଆସୁଛି ନାକ୍‌: ଆହ୍ୱାନ ସାଜିବ କ୍ରୀଡ଼ା ଭିତ୍ତିଭୂମି, କ୍ଲାସରୁମ୍‌ ସମସ୍ୟା

ଭୁବନେଶ୍ୱର,୨୩/୦୯: ଆସନ୍ତା ୨୫ ତାରିଖ (ବୁଧବାର)  ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିବେ  ନ୍ୟାସନାଲ୍‌ ଆସେସ୍‌ମେଣ୍ଟ ଆଣ୍ଡ ଆକ୍ରିଡେସନ୍‌ କାଉନସିଲ୍‌ (ନାକ୍‌)  ଟିମ୍‌ । ୩ ଦିନିଆ ଗସ୍ତରେ ଆସୁଥିବା ଏହି ଟିମ୍‌ ବିଶ୍ୱବିଦ୍ୟାଳୟର  ସମସ୍ତ ଦିଗକୁ ଯାଞ୍ଚ କରିବେ । ଏନେଇ ଜୋରଦାର ପ୍ରସ୍ତୁତ  ହେଉଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ । ରବିବାରରେ  ବି ବିଶ୍ୱବିଦ୍ୟାଳୟକୁ ଆସୁଛନ୍ତି କର୍ମଚାରୀ ଓ ଅଧ୍ୟାପକ । ବିଶ୍ୱବିଦ୍ୟାଳୟକୁ ସଜ୍ଜା ଯାଉଛି । ପରିସରର ସୌନ୍ଦର୍ଯ୍ୟକରଣ  ଚାଲିଛି । ତେବେ ବିଶ୍ୱବିଦ୍ୟାଳୟ ପାଇଁ ଆହ୍ୱାନ ପାଲଟିଛି ଭିତ୍ତିଭୂମି ।  କ୍ରୀଡ଼ା ଭିତ୍ତିଭୂମି, କ୍ଲାସରୁମ୍‌, ଷ୍ଟାଫ୍‌ କ୍ୱାର୍ଟର୍ର ଆଦି ପ୍ରମୁଖ ଆହ୍ୱାନ  ରହିବ । ତେବେ ଏହାକୁ ମୁକାବିଲା କରିବାକୁ କର୍ତ୍ତୃପକ୍ଷ ମଧ୍ୟ  ପ୍ରସ୍ତୁତ ହେଉଛନ୍ତି । 

ପ୍ରଥମ ଦିନରେ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ନାକ  ଟିମ ଆଲୋଚନା କରିବେ । କୁଳପତି ବିଶ୍ୱବିଦ୍ୟାଳୟ ଉପରେ  ଏକ ସ୍ୱତନ୍ତ୍ର ଉପସ୍ଥାପନ କରିବେ । ଏହାପରେ ଇଣ୍ଟରନାଲ୍‌  କ୍ୱାଲିଟି ସେଲ୍‌ (ଆଇକ୍ୟୁସି) ଉପସ୍ଥାପନା କରାଯିବ । ବିଭାଗରେ  ପାଠପଢ଼ା, ଗବେଷଣା ଆକ୍ଟିଭିଟି, କ୍ଲାସରୁମ୍‌ର ଭିତ୍ତିଭୂମି, ଛାତ୍ରୀଙ୍କ  ପ୍ରୋଫାଇଲ୍‌ ଦେଖିବେ । ପରୀକ୍ଷା ପରିଚାଳନା, ଅର୍ଥ କାରବାର,  କାର୍ଯ୍ୟାଳୟ ସଂପର୍କିତ କାର୍ଯ୍ୟ ଆଦି ବିଷୟରେ ଆଲୋଚନା କରିବେ।

ଦ୍ୱିତୀୟ ଦିନରେ ବିଭିନ୍ନ ବିଭାଗ, ହଷ୍ଟେଲ୍‌, ଗବେଷଣାଗାର,  କ୍ୟାଣ୍ଟିନ୍‌, ଗେଷ୍ଟ ହାଉସ୍‌, ପ୍ରେକ୍ଷାଳୟ ଆଦି ପରିଦର୍ଶନ କରିବେ ।  ପିଲାଙ୍କ ସହିତ ଆଲୋଚନା କରିବେ । ଶେଷ ଦିନ ପ୍ରସ୍ଥାନ ବୈଠକ  ହେବ । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ  ଡକ୍ୟୁମେଣ୍ଟ ଆଦି ପ୍ରସ୍ତୁତ କରିବେ । ନାକ୍‌ ପରିଦର୍ଶନ ସମୟରେ  ସଂଧ୍ୟାରେ ଓଡ଼ିଶା ପରମ୍ପରା ଥିମକୁ ନେଇ ବିଭିନ୍ନ ସାଂସ୍କୃତିକ  କାର୍ଯ୍ୟକ୍ରମର ଆୟୋଜନ ହୋଇପାରେ । 

ଉଲ୍ଲେଖଯୋଗ୍ୟ, ରମାଦେବୀ ମହିଳା ମହାବିଦ୍ୟାଳୟ ଥିବା  ସମୟରେ ଶେଷ ଥର ପାଇଁ ୨୦୧୪ ମସିହାରେ ନାକ୍‌ ପରିଦର୍ଶନ  କରିଥିଲା । ଏହି ସମୟରେ କଲେଜକୁ ନାକ୍‌-ଏ ଗ୍ରେଡ୍‌ ମାନ୍ୟତା  ମିଳିଥିଲା । ମାତ୍ର ୨୦୧୫ ମସିହାରେ ବିଶ୍ୱବିଦ୍ୟାଳୟ ମାନ୍ୟତା  ପାଇବା ପରେ ନାକ୍‌ ପରିଦର୍ଶନ ହେଉଛି ପ୍ରଥମ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.