ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

୮୨୧ ଏକର ଜମିରେ ନିର୍ମାଣ ହେବ ହାଇଟେକ୍‌ ସିଟି, ନୂଆ ସହର ଭିତରେ ହଜିଯିବ ୩ ରାଜସ୍ୱ ଗ୍ରାମ

ଭୁବନେଶ୍ୱର, ୨୩।୯: ଭୁବନେଶ୍ୱରକୁ ଲାଗି ଆଉ ଏକ ନୂଆ ସହର ନିର୍ମାଣ ହେବ । ଉପକଣ୍ଠକୁ ଲାଗି ଗଢ଼ି ଉଠିବ ନ୍ୟୁ ସିଟି ବା ହାଇଟେକ୍‌ ସିଟି । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଏନେଇ ନକ୍ସା ଅଙ୍କା ଯାଇଛି । ଖାଲି ସେତିକି ନୁହେଁ, ଏହି ନୂଆ ସହରର ପାଚେରି କାମ ମଧ୍ୟ ଆରମ୍ଭ ହୋଇଯାଇଛି । ଉପକଣ୍ଠକୁ ଲାଗି ୩ ରାଜସ୍ୱ ଗ୍ରାମକୁ ଏହି ନ୍ୟୁ ସିଟିକୁ ଗିଳି ଦେବ । ଏନେଇ ମଳିପଡା, ଦାସପୁର ଓ ଗୋଠପାଟଣାରେ ପ୍ରାୟ ୮୨୧.୯୬୧ ଏକର ଜମି ଚିହ୍ନଟ କରାଯାଇଛି । ଏହି ଜମିରୁ ମଳିପଡ଼ାରେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା (ଓଏସ୍‌ଏଚ୍‌ବି) ୨୮.୫୦୦ ଏକର ଜାଗା ରହିଛି । ସେହିପରି ଗୋଠପାଟଣାରେ ୧୯୪ ଏକର ଜଙ୍ଗଲ ଜମି, ଇଡ୍‌କୋର ୭୯ ଏକର, ସାଧାରଣ ପ୍ରଶାସନର ୭୯ ଏକର ଏବଂ ଘରୋଇ ଜମି ୧୯ ଏକର ରହିଛି । ସେହିପରି ଦାସପୁରରେ ମୋଟ ୨୧୫ ଏକର ଜମି ରହିଛି । ସେଥିମଧ୍ୟରେ ୧୦୩.୧୦୫ଏକର ଗୋଚର ଜମି, ୨୯.୫୧୦ ଜଙ୍ଗଲ ଜମି ଏବଂ ୫ ଏକର ଘରୋଇ ଜମି ରହିଛି । ଏହି ନୂଆ ସହରରେ ପ୍ରାୟ ୨୦ ହଜାର ଘର ନିର୍ମାଣ ହେବ । ପ୍ରାୟ ୧.୫ ଲକ୍ଷରୁ ଅଧିକ ଲୋକେ ଏହି ନୂଆ ସହରରେ ବାସ କରିବାକୁ ଯୋଜନା ହୋଇଛି । 

ବିଡିଏ ପକ୍ଷରୁ ୪୦ ପ୍ରତିଶତ ସବୁଜ ବଳୟ ପାଇଁ ଖୋଲା ରହିବ । ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ହସ୍ପିଟାଲ, ସଫ୍ଟୱେର ପାର୍କ ନିର୍ମାଣ କରିବାକୁ ଯୋଜନା କରାଯାଇଛି । ଫଳରେ ନିଯୁକ୍ତି ବଢ଼ିବ । ଖୁବ୍‌ଶୀଘ୍ର ଏନେଇ ଜମି ଅଧିଗ୍ରହଣ କରାଯିବ । ତା ପୂର୍ବରୁ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ମୋଟ୍‌ ୭.୫ କିମି ପାଚେରୀ ନିର୍ମାଣ ହେବ । ସେଥିମଧ୍ୟରୁ ପ୍ରାୟ ୧.୬ କିମି ପାଚେରୀ ନିର୍ମାଣ କାର୍ଯ୍ୟ କରିଛି ବିଡିଏ । ନ୍ୟୁ ସିଟି ପାଇଁ ଚିହ୍ନଟ ହୋଇଥିବା ଜମିରେ ପ୍ରାୟ ୩୦ଟି ଇନ୍ଦିରା ଆବାସ ଘର ରହିଛି । ଏହିସବୁ ହିତାଧିକାରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବାକୁ ଯୋଜନା ହୋଇଛି । ହେଲେ ଏହା ଭିତରେ ଥିବା ପ୍ରାୟ ୪୦ ଡୁପ୍ଲେକ୍ସକୁ ସ୍ଥାନାନ୍ତରଣ କରାଯିବନି । ଘରୋଇ ଜମି ଅଧିଗ୍ରହଣ କରାଯିବ । ଗାଁ ଲୋକଙ୍କୁ ଅନ୍ୟତ୍ର ଜାଗା ଦେବାକୁ ଯୋଜନା କରାଯାଉଥିବା ନେଇ ବିଶ୍ୱସ୍ତସୂତ୍ରରୁ ଜଣାପଡ଼ିଛି । 

ସେହିପରି ଇଡ୍‌କୋ, ସାଧାରଣ ପ୍ରଶାସନ, ଓଏସ୍‌ଏଚ୍‌ପିରୁ ମଧ୍ୟ ଜାଗା କିଣା ହେବାକୁ ଯୋଜନା ରହିଛି । ସହର ନକ୍କା ପ୍ରସ୍ତୁତ କରାଯାଉଛି । ଏଥିରେ ବଡ ବଡ ବିଲ୍ଡିଂ ନିର୍ମାଣ କରିବାକୁ ଯୋଜନା ହୋଇଛି । ମାର୍କେଟ କମ୍ପେ୍ଲକ୍ସ, ଖେଳ ପଡିଆ, ସ୍କୁଲ, କଲ୍ୟାଣ ମଣ୍ଡପ ରହିବ । ଏହାର ଡିଜାଇନ୍‌ ଖୁବ୍‌ଶୀଘ୍ର ପ୍ରସ୍ତୁତ କରିବାକୁ ବିଡିଏ ଯୋଜନା କରୁଛି । ଏହି ସହର ଭୁବନେଶ୍ୱର ସହିତ ଯୋଡ଼ିହେବ । ଚନ୍ଦକା ସଂରକ୍ଷିତ ଜଙ୍ଗଲ ଭିତରୁ ଜାଗା ନେବାକୁ ନେଇ କେଁ ପଶିଛି । ଜଙ୍ଗଲ ଜମିକୁ ନେଇ ନୂଆ ସହର ନିର୍ମାଣକୁ ବିରୋଧ କରିବାକୁ ପରିବେଶପ୍ରେମୀ ସଜବାଜ ହେଲେଣି । ପ୍ରାକୃତିକ ସବୁଜିମାକୁ ମାରି ସହର ନିର୍ମାଣ ନ କରିବାକୁ ପରାମର୍ଶ ଦେଇଛନ୍ତି । ବିଡିଏ ଉପାଧ୍ୟକ୍ଷ ଏନ୍‌.ଥିରୁମାଲା ନାୟକ କହିଛନ୍ତି ଯେ ବର୍ତ୍ତମାନ ଏହି ନୂଆ ସହର ପାଇଁ ଜମି ଅଧିଗ୍ରହଣ ଆରମ୍ଭ ହେବ । ଆମେ କେବଳ ପାଚେରି ବୁଲାଇଛୁ । ଏହାର ବିସ୍ତୃତ ଯୋଜନା ପାଇଁ ଆହୁରି ସମୟ ଲାଗିବ ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.