ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ବିଲ୍‌ଡିଂ ଅଛି, ପାଣି ନାହିଁ କି ବିଜୁଳି ନାହିଁ; ଖାଲି ପଡ଼ିଛି ୨୨୨ ଛାତ୍ରୀନିବାସ, ଶହେରୁ ଅଧିକ ଛାତ୍ରୀନିବାସରେ ରହୁନାହାନ୍ତି ଛାତ୍ରୀ

ଭୁବନେଶ୍ୱର, ୨୩।୯(ଶୁଭ୍ରଜିତ ବଳିଆରସିଂହ): ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ମାଲୁଦରେ ରହିଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ । ବ୍ଲକ୍‌ ଅଧୀନରେ ଥିବା ୨୧ଟି ପଞ୍ଚାୟତରୁ ଛାତ୍ରଛାତ୍ରୀ ପଢ଼ିବାକୁ ଆସୁଛନ୍ତି । କାହା ଘର ୧୦ କିଲୋମିଟର ଦୂର ତ ଆଉ କାହାର ୩୦ କିଲୋମିଟର ଦୂର । ଛାତ୍ରୀମାନେ ରହିବା ପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରେ ନିର୍ମାଣ ହୋଇଛି ନୂତନ ଛାତ୍ରୀନିବାସ । କିନ୍ତୁ ଏଠାରେ ଜଣେ ବି ଛାତ୍ରୀ ରହୁନାହାନ୍ତି । ସେହିପରି ଭୁବନେଶ୍ୱରରୁ ଅଳ୍ପ ଦୂରରେ ଜଟଣୀ ବ୍ଲକ ଷଣ୍ଢପୁରରେ ଥିବା ଆଦର୍ଶ ବିଦ୍ୟାଳୟରେ ଛାତ୍ରୀନିବାସ ନୂତନ ବିଲଡିଂ ନିର୍ମାଣ ସରିଛି । କିନ୍ତୁ ଏହା କାର୍ଯ୍ୟକ୍ଷମ ହୋଇପାରୁନି । ସାକ୍ଷୀଗୋପାଳ ବ୍ଲକ୍‌ ପଟ୍ଟନାୟିକିଆ ଛକ ପାଖେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସମାନ ଅବସ୍ଥା । ହଷ୍ଟେଲ ନ ଥିବାରୁ ୧୦/୧୫ କିଲୋମିଟର ଦୂରରୁ ପ୍ରତିଦିନ ଛାତ୍ରଛାତ୍ରୀ ଆସି ପାଠ ପଢ଼ୁଛନ୍ତି । ହଷ୍ଟେଲ ନଥିବାରୁ ଅଭିଭାବକମାନେ ମିଶି ଘରୋଇ ବସ୍‌, ଟ୍ୟାକ୍ସି କରି ପିଲାଙ୍କୁ ପଠାଉଛନ୍ତି । ଏପରିକି ସ୍କୁଲ ପାଖରେ ଖୋଲିଥିବା ଘରୋଇ ହଷ୍ଟେଲରେ ରହୁଛନ୍ତି । ସରକାର ସିନା ମାଗଣାରେ ପାଠ ପଢ଼ାଉଛନ୍ତି । ହେଲେ ପ୍ରତିଦିନ ଘରରୁ ସ୍କୁଲ ଯିବା ଆସିବା ଖର୍ଚ୍ଚ ମୁଣ୍ଡ ବିନ୍ଧା କରୁଛି । 

ରାଜ୍ୟରେ ୩୧୪ ବ୍ଲକ୍‌ରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ୨୨୨ଟି ଛାତ୍ରୀନିବାସ ନିର୍ମାଣ କାର୍ଯ୍ୟ ସରିଛି । ହେଲେ ଏଥିରୁ ଶହେରୁ ଅଧିକ ଛାତ୍ରୀନିବାସ ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁନି । କାରଣ ହେଲା କେଉଁଠି ବିଜୁଳି ସଂଯୋଗ ଯାଇନି ତ ଆଉ କେଉଁଠି ପିଇବା ପାଣି ବ୍ୟବସ୍ଥା ନାହିଁ । ହଷ୍ଟେଲ ଚାଲିବା ପାଇଁ ଆବଶ୍ୟକ ଆସବାବପତ୍ର ଯୋଗାଇ ଦିଆଯାଇନି । କର୍ମଚାରୀ ମଧ୍ୟ ନିଯୁକ୍ତି କରାଯାଉନି । ତେଣୁ ଚକାଚକ୍‌ ବିଲଡିଂ ତିଆରି ହୋଇଥିଲେ ମଧ୍ୟ ସେଥିରେ ଭୂତ ରହୁଛନ୍ତି । ଏ ନେଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ନିର୍ମାଣ ସରିଥିବା ଛାତ୍ରୀନିବାସ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଯାଇଛି । ହଷ୍ଟେଲରେ ଯେଉଁ ଛାତ୍ରୀମାନେ ରହିବେ ସେମାନେ ଜଣ ପିଛା ମାସିକ ଦୁଇ ହଜାର ଟଙ୍କା ଦେବେ ବୋଲି ସରକାର କହୁଛନ୍ତି । ମାତ୍ର ଆଗରୁ କାର୍ଯ୍ୟକ୍ଷମ ଛାତ୍ରୀନିବାସଗୁଡିକରେ ଛାତ୍ରୀମାନେ ଏହି ଟଙ୍କା ଦେଉନାହାନ୍ତି । ସେଗୁଡ଼ିକୁ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ସହ ସଂଯୁକ୍ତ କରାଯାଇଛି । ତେଣୁ ଅଧା ସ୍କୁଲ ଝିଅ ମାଗଣା ହଷ୍ଟେଲରେ ରହିବେ ଓ ଆଉ ଅଧା କିପରି ଟଙ୍କା ଦେବେ ତାହା ସମସ୍ୟା ହୋଇଛି । ଏ ନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି । 

୨୦୧୬ ମସିହାରେ ରାଜ୍ୟର ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟରେ ଏକ ଉଚ୍ଚମାନର ଇଂରାଜୀ ମାଧ୍ୟମ ସ୍କୁଲ୍‌ ‘ଓଡ଼ିଶା ଆଦର୍ଶ ବିଦ୍ୟାଳୟ’ କରିବାକୁ ଘୋଷଣା କରାଯାଇଥିଲା । ଅର୍ଥାତ୍‌ ୨୦୧୬-୧୭ ଶିକ୍ଷା ବର୍ଷରେ ୧୦୦ଟି ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ କରାଯାଇଥିଲା । ୨୦୧୭-୧୮ ବର୍ଷରେ ୬୦ଟି, ୨୦୧୮-୧୯ରେ ଆଉ ୩୦ଟି ବିଦ୍ୟାଳୟ କାର୍ଯ୍ୟକ୍ଷମ କରାଯାଇଥିଲା । ପର୍ଯ୍ୟାୟକ୍ରମେ ୩୧୪ ବ୍ଲକ୍‌ରେ ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରହିଥିବା ବେଳେ କୋଟିଆରେ ଗୋଟିଏ ଆଦର୍ଶ ବିଦ୍ୟାଳୟ ରହିଛି । ସେହିପରି ୫ଟି ମାଇନିଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ରାଜ୍ୟରେ ମୋଟ୍‌ ୩୨୦ ଆଦର୍ଶ ବିଦ୍ୟାଳୟ ରହିଛି । ସମସ୍ତ ବିଦ୍ୟାଳୟ କେନ୍ଦ୍ରୀୟ ମାଧ୍ୟମିକ ବୋର୍ଡ ପରିଷଦ ଅନୁବନ୍ଧିତ ହୋଇଛି । ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାର ବ୍ୟବସ୍ଥା ରହିଛି । ପ୍ରତି କ୍ଲାସ୍‌ରେ ୮୦ ଜଣ ପିଲା ପଢ଼ିବା କ୍ଷମତା ରହିଛି । ପ୍ରତି ବ୍ଲକ୍‌ରେ ଗୋଟିଏ ଲେଖାଏଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସହ ଉଭୟ ଛାତ୍ରାବାସ ଓ ଛାତ୍ରୀନିବାସ ନିର୍ମାଣ ଏଠାରେ ରହିବା କଥା । ୩୧୪ଟି ଆଦର୍ଶ ବିଦ୍ୟାଳୟ ମଧ୍ୟରୁ ୨୯୭ଟିର ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ଏପର୍ଯ୍ୟନ୍ତ ଆହୁରି ୧୭ଟି ସ୍କୁଲର ନିର୍ମାଣ କାର୍ଯ୍ୟ ଶେଷ ହୋଇନି । ଏପର୍ଯ୍ୟନ୍ତ ମାତ୍ର ସବୁ ସ୍କୁଲରେ ହଷ୍ଟେଲ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇନି । ୩୧୪ ବ୍ଲକ୍‌ରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରୁ ୨୨୨ଟି ଛାତ୍ରୀନିବାସ ନିର୍ମାଣ କାର୍ଯ୍ୟ ସରିଛି । ୮୨ଟିରେ ଛାତ୍ରୀନିବାସ ନିର୍ମାଣ ହୋଇନି । ଯେତିକି ତିଆରି ହୋଇଛି, ସବୁଥିରେ ଛାତ୍ରୀ ରହୁନାହାନ୍ତି । ସେହିପରି ମାତ୍ର ୩୨ଟି ସ୍କୁଲରେ ପୁଅ ପିଲାଙ୍କ ପାଇଁ ଛାତ୍ରାବାସ ନିର୍ମାଣ ହୋଇଛି । ୨୮୨ଟି ବାଳକ ହଷ୍ଟେଲ୍‌ ଏ ପର୍ଯ୍ୟନ୍ତ ନିର୍ମାଣ ହୋଇନି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.