ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଭିଏସ୍‌ଏସ ନଗରରେ ଢୋଲ ତୋରଣରେ ଶୋଭା ପାଇବେ ମା’, ଅଷ୍ଟମୀରେ ଖେଚୁଡ଼ି ଏବଂ ଡାଲମା, ଦଶମୀରେ ଦହିପଖାଳ ଓ ଶାଗ ଭଜା

ଚନ୍ଦ୍ରଶେଖରପୁର,୨୩/୦୯: ଆଉ ମାତ୍ର ଦିନ କେଇଟା  ପରେ ଧରାପୃଷ୍ଠକୁ ଆସିବେ ମା ଦୁର୍ଗା । ପୂଜାକୁ ନେଇ ଚଳଚଞ୍ଚଳ ହେଲାଣି ରାଜଧାନୀ । ଭିଏସ୍‌ଏସ ନଗର ସାର୍ବଜନୀନ ଦୁର୍ଗାପୂଜା ସମିତି ପକ୍ଷରୁ ମଧ୍ୟ ପ୍ରସ୍ତୁତି  ଆରମ୍ଭ ହୋଇଗଲାଣି । ଚଳିତ ବର୍ଷ ଏଠାରେ ଢୋଲ ଶୈଳୀ ତୋରଣ ଭିତରେ ଶୋଭା ପାଇବେ ଜଗତଜନନୀ  ମା ଦୁର୍ଗା । ଏହାର ଉଚ୍ଚତା ୫୦ ଫୁଟ୍‌ ଓ ଦୈର୍ଘ ୫୦  ଫୁଟ ରହିବ । ଯାହା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ।  ପଶ୍ଚିମବଙ୍ଗର ଦକ୍ଷ କାରିଗର ଏହାକୁ ନିର୍ମାଣ କରିବେ ।  

ଦୁର୍ଗାପୂଜା ସମିତି ୪୬ ବର୍ଷରେ ପର୍ଦାପଣ କରିଛି ।  ୪୫ ବର୍ଷ ପୂର୍ବେ ହାଉସିଂବୋର୍ଡର ହାତ ଗଣତି କିଛି  ଘରର ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିଲା ଦୁର୍ଗାପୂଜା ।  ଏବେ କିନ୍ତୁ କେବଳ ଭିଏସ୍‌ଏସ୍‌ ନଗର ନୁହେଁ ଆଖପାଖ  ଅଞ୍ଚଳର ଲୋକେ ସହଯୋଗ କରୁଛନ୍ତି । ଚଳିତ ବର୍ଷ ୧୫  ଲକ୍ଷ ଟଙ୍କା ବଜେଟ୍‌ ରଖାଯାଇଛି । ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର  ଉଚ୍ଚତା ୧୮ ଫୁଟ । ଯେଉଁଥିରେ ବାରଙ୍ଗ ଫୁଲପୋଖରୀର  ଜରି ମେଢ଼ ଲାଗିବ । ମା'ଙ୍କ ସହିତ ପାଶ୍ୱର୍ ଦେବଦେବୀଙ୍କ  ଆଭୂଷଣ ଭାବେ ରୁପା ମୁକୁଟ ଶୋଭା ପାଇବ । ପଶ୍ଚିମବଙ୍ଗର  କାରିଗର ମୂର୍ତ୍ତି ଗଢ଼ୁଛନ୍ତି । ସବୁଠୁ ବଡ଼ କଥା ହେଉଛି  ଯେ ମା’ଙ୍କ ମୁଖମଣ୍ଡଳ ଗଙ୍ଗା ମାଟିରେ ତିଆରି କରାଯିବ ।   

ଏହି ଦୁର୍ଗାପୂଜାର ପରମ୍ପରା ହେଉଛି ଅଷ୍ଟମୀରେ  ଖେଚୁଡ଼ି- ଡାଲମା ଭୋଗ ଓ ଦଶମୀରେ ଦହିପଖାଳ-ଶାଗ  ଭଜା ଭୋଗ । ମା’ଙ୍କ ପାଖରେ ଭୋଗ ଲାଗିବା ପରେ ଭକ୍ତଙ୍କୁ  ବଣ୍ଟନ କରାଯାଇଥାଏ । ଆଉ ଏକ ବିଶିଷ୍ଟ ପରମ୍ପରା ହେଉଛି  କଲୋନୀର ସବୁ ଘରେ ଭୋଗ ବଣ୍ଟନ କରାଯାଏ । ଚଳିତବର୍ଷ  ନବମୀରେ ଭଜନ ସମାରୋହ ଆୟୋଜନ ପାଇଁ ଲକ୍ଷ୍ୟ  ରଖାଯାଇଛି । ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଏବଂ  ତାଙ୍କ ସାଥୀ ମାନେ ସଙ୍ଗୀତ ପରିବେଷଣ କରିବେ  । ସେହିପରି  ମଣ୍ଡପ ସହ ୧ କିମି ଯାଏଁ ରାସ୍ତାରେ ରଙ୍ଗିନ ଆଲୋକମାଳା  ଲାଗିବ । ଭସାଣି ଦିନ ଭିଏସ୍‌ଏସ୍‌ ନଗରରୁ ସହିଦନଗର, ରୂପାଲି ଛକ ଦେଇ ରାଜମହଲ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା  ହେବ । ପାରମ୍ପରିକ ବାଦ୍ୟରେ ମା ଭସାଣି ଯାତ୍ରାରେ ଯିବେ । ଏହା ପରେ କୁଆଖାଇ ନଦୀରେ ମା’ଙ୍କୁ ମେଲାଣି ଦିଆଯିବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.