ପ୍ରମୂଖ ଖବର
  • ମାଲକାନଗିରି : ଆତ୍ମସମର୍ପଣ କଲେ ୩ ହାର୍ଡକୋର ମାଓବାଦୀଙ୍କ ୮ ନକ୍ସଲ, ତନ୍ମଧ୍ୟରୁ ଜଣେ ମହିଳା
  • ||
  • କଣ୍ଟାବାଞ୍ଜି : ଘରୋଇ ସ୍କୁଲର ମହିଳା ଆକାଉଣ୍ଟାଣ୍ଟଙ୍କୁ ହତ୍ୟା! ତଦନ୍ତ କରୁଛି ପୋଲିସ
  • ||
  • ସମ୍ୱଲପୁର : ମଶାଣି ନିକଟରୁ ଅଜଣା ଗଳିତ ମୃତଦେହ ଉଦ୍ଧାର, ହତ୍ଯା ସନ୍ଦେହ
  • ||
  • ନୂଆପଡ଼ା : ଜମିବାଡ଼ିକୁ ନେଇ ଗଣ୍ଡଗୋଳ, ୩ ଗୁରୁତର
  • ||
  • ଭରତପୁର ଥାନାରେ ଲାଗିବ ୨୫ ସିସିଟିଭି, ଆରମ୍ଭ ହେଲା ପ୍ରକ୍ରିୟା
  • ||
  • ଭୁବନେଶ୍ୱର : ବନ୍ଦ ଡାକରା ପ୍ରତ୍ୟାହାର କଲା ବିଜେଡି, ହେବନି ଆନ୍ଦୋଳନ
  • ||
  • ବଲାଙ୍ଗୀର : ବଲାଙ୍ଗୀରରେ କମୁନି ଦାଦନ ଦୁଃଖ; ଚାଲାଣ ବେଳେ ୧୨ ଶ୍ରମିକ ଉଦ୍ଧାର, ୨ ଦଲାଲ ଗିରଫ
  • ||
  • ଚୌଦ୍ୱାର : ବିରୂପା ବ୍ୟାରେଜ ନିକଟରେ ନଦୀକୁ ଡେଇଁ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରି : ଡଙ୍ଗା ଚଳାଇ ଚିତ୍ରକୋଣ୍ଡା ଗାଁକୁ ଗଲେ ବିଧାୟକ, ଲୋକଙ୍କ ଦୁଃଖ ପଚାରି ବୁଝିଲେ
  • ||
  • ଭରତପୁର ଥାନାରେ ହଙ୍ଗାମା ଘଟଣା: କିଏ ସତ କହୁଛି ? ମିଛଧରା ପରୀକ୍ଷାକୁ ଭରସା କରିଛି କ୍ରାଇମ୍‌ବ୍ରାଞ୍ଚ
  • ||
  • ଚାନ୍ଦବାଲି : ଅଙ୍ଗନବାଡ଼ି କେନ୍ଦ୍ରରେ ୧୫ ଦିନ ହେଲା ଝୁଲୁଛି ତାଲା, ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ
  • ||
  • ରାଉରକେଲାରେ ଲଜ୍ଜ୍ୟା: ନାବାଳିକାଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ, ମୋବାଇଲ ଟ୍ରାକିଂରୁ ଧରାପଡ଼ିଲେ ୩ ଅଭିଯୁକ୍ତ
  • ||
  • ନବରଙ୍ଗପୁର : ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣା : ୬ ଘଣ୍ଟା ବନ୍ଦ ଡାକରା ଦେଲା ଜୟ ତେନ୍ତୁଳୀଖୁଣ୍ଟି ସାମାଜିକ ସଂଘଠନ, ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବି
  • ||
  • ଆଜି ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ସର୍ବାଧିକ ୧୦୦୦ଟି ଅଭିଯୋଗର ଶୁଣାଣି ହେବ
  • ||
  • ୨୪ ଘଣ୍ଟାରେ ସୃଷ୍ଟି ହୋଇପାରେ ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୧୨ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଭରତପୁର ଥାନା ଘଟଣା: ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ୬୦ ଦିନରେ ତଦନ୍ତ ରିପୋର୍ଟ ଦେବାକୁ ଅନୁରୋଧ

ଭୁବନେଶ୍ୱର,୨୩/୦୯: ଭରତପୁର ଥାନା ମାମଲାର ବିଚାର  ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରବିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ  ମନ୍ତ୍ରିସ୍ତରୀୟ କମିଟି ବୈଠକ ପରେ ଏହି  ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ଜଷ୍ଟିସ୍‌ ଚିତ୍ତରଂଜନ ଦାଶ ଏହି ତଦନ୍ତ ଦାୟିତ୍ୱ  ନେବେ । ୬୦ ଦିନ ମଧ୍ୟରେ ରିପୋର୍ଟ  ପ୍ରଦାନ କରିବା ପାଇଁ କମିଶନଙ୍କୁ  ଅନୁରୋଧ କରାଯାଇଛି । ଏଥି ସହ  କ୍ରାଇମବ୍ରାଞ୍ଚ ତଦନ୍ତର ମନିଟରିଂ କରିବେ  ହାଇକୋର୍ଟର ଜଣେ ବିଚାରପତି । ଏଥି  ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି ।

ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ  ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ  ପ୍ରଭାତୀ ପରିଡା, ରାଜସ୍ୱ ମନ୍ତ୍ରୀ ସୁରେଶ  ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ  ହରିଚନ୍ଦନ ଯୋଗ ଦେଇଥିଲେ । ଏଥି  ସହ ଆଡଭୋକେଟ୍‌ ଜେନେରାଲ  ପୀତାମ୍ବର ଆଚାର୍ଯ୍ୟ, ମୁଖ୍ୟ ଶାସନ  ସଚିବ ମନୋଜ ଆହୁଜା, ମୁଖ୍ୟମନ୍ତ୍ରୀଙ୍କ  ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ  ଧଳ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ  ସଚିବ ସତ୍ୟବ୍ରତ ସାହୁ, ପୁଲିସ ଡିଜି  ୱାଇ. ବି. ଖୁରାନିଆ ଉପସ୍ଥିତ ଥିଲେ । 

ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ  ରାଜ୍ୟ ଅତିଥି ଭବନରେ ନିର୍ଯ୍ୟାତନାର  ଶିକାର ହୋଇଥିବା ସେନା ଅଧିକାରୀ  ଓ ମହିଳା ବନ୍ଧୁଙ୍କ ସହ ଉପରୋକ୍ତ ୪  ଜଣ ମନ୍ତ୍ରୀ ଆଲୋଚନା କରିଥିଲେ ।  ମହିଳାଙ୍କ ବାପା ଓ ବରିଷ୍ଠ ସେବା  ନିବୃତ୍ତ ସେନା ଅଧିକାରୀମାନେ ଉପସ୍ଥିତ  ଥିଲେ । ବୈଠକରେ ଘଟଣାର ସମସ୍ତ  ଦିଗ ଉପରେ ଆଲୋଚନା ହୋଇଥିଲା ।  ଏହି ଘଟଣାରେ ସମ୍ପୃକ୍ତ ସବୁ ପୁଲିସ୍‌  ଅଧିକାରୀଙ୍କ ବିରୋଧରେ କଠୋର  କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀମାନେ  ପ୍ରତିଶ୍ରୁତି ଦେଇଥିଲେ । 

ସୂଚନାଯୋଗ୍ୟ ଭୁବନେଶ୍ୱରର  ଭରତପୁର ଥାନାରେ ସେନାଧିକାରୀ ଓ  ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଅଭିଯୋଗ  ଓ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ  ଦାବି କରି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ନିକଟକୁ ଲେଖାଯାଇଥିବା ଏକ ଚିଠି ଆଧାରରେ ଉଚ୍ଚ  ନ୍ୟାୟାଳୟ ନିଜ ଆଡ଼ୁ ଏକ ଜନସ୍ୱାର୍ଥ ସମ୍ବଳିତ ମାମଲା ରୁଜୁ କରିଛନ୍ତି । ଏହି  ମାମଲା ଶୁଣାଣି ସୋମବାର ହେବ ବୋଲି ଧାର୍ଯ୍ୟ ହୋଇଛି ।  ସେନାବାହିନୀ ମଧ୍ୟଭାରତ ଏରିଆ ମୁଖ୍ୟାଳୟର ଲେଫ୍ଟନାଣ୍ଟ ଜେନେରାଲ  ପିଏସ୍‌ ଶେଖାୱତ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ  ସିଂହଙ୍କ ନିକଟକୁ ଚିଠିଟି ଲେଖିଥିଲେ । 

ସେଥିରେ ସେ ଲେଖିଛନ୍ତି, ଗତ  ୧୫ ତାରିଖ ରାତିରେ ଭରତପୁର ଥାନାକୁ ସେନାଧିକାରୀ ଓ ତାଙ୍କ ବାନ୍ଧବୀ  (ସେନାର ଜନୈକ ବ୍ରିଗେଡିୟରଙ୍କ ଝିଅ) କିଛି ଅସାମାଜିକଙ୍କ ବିରୋଧରେ  ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ତାଙ୍କ ଅଭିଯୋଗ ରଖାଯାଇନଥିଲା ।  ବରଂ ନିର୍ଯାତନା ଓ ଅସଦାଚରଣ କରାଯାଇଥିଲା । ସେନାକୁ କୌଣସି ସୂଚନା  ନ ଦେଇ ସେନାଧିକାରୀଙ୍କୁ ୧୪ ଘଣ୍ଟା ହାଜତରେ ରଖାଯାଇଥିଲା । ସେନାର  ହସ୍ତକ୍ଷେପ ପରେ ସେ ହାଜତରୁ ମୁକୁଳିଥିଲେ । ପୁଲିସର ଏଭଳି କାମ  ସେନାର ମର୍ଯ୍ୟାଦା ଉପରେ ଅଞ୍ଚଳ ଆଣିଛି । ମହିଳାଙ୍କୁ ବିନା ଦୋଷରେ  ଜେଲ ପଠାଯାଇଥିଲା । ପୁଲିସ ନିର୍ଯାତନାରେ ସେ ଆହତ ହୋଇଥିଲେ ମଧ୍ୟ  ଏବଂ ଜେଲ୍‌ ଡାକ୍ତର ଚିକିତ୍ସା ପାଇଁ ପରାମର୍ଶ ଦେବା ସତ୍ତେ୍ୱ ଝାରପଡ଼ା ଜେଲ୍‌  କର୍ତ୍ତୃପକ୍ଷ ଚିକିତ୍ସା ସୁବିଧା ନ ଦେଇ ଅମାନବିକତା ଦେଖାଇଛନ୍ତି । ହାଇକୋର୍ଟଙ୍କ  ହସ୍ତକ୍ଷେପ ପରେ ମହିଳାଙ୍କୁ ଜାମିନ ମିଳିଥିଲା । 

ଘଟଣାର ନିରପେକ୍ଷ ତଦନ୍ତ,  ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ  ଆଧାରରେ ସବୁ ଥାନାରେ ସିସିଟିଭି ବାଧ୍ୟତାମୂଳକ କରିବା, ଚିକିତ୍ସା ସୁବିଧା  ଦେଇ ନଥିବା ଜେଲ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠିରେ  ଅନୁରୋଧ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.