ନୂଆପଡ଼ା,୨୩/୦୯: ଜମିବାଡ଼ିକୁ ନେଇ ଭାଇ ଭାଇ ଭିତରେ ହେଲା ଗଣ୍ଡଗୋଳ । ଏଥିରେ ଲକ୍ଷ୍ମଣ ରାଉତ ଏବଂ ତାଙ୍କ ଦୁଇ ପୁଅ ଚୁବନ ଓ ଡମୁ ଗୁରୁତର ଆହତ ହୋଇଛନ୍ତି । ନୂଆପଡ଼ା ଜିଲ୍ଲା କୋମନା ଥାନା ଢ଼ୋର୍ଲାମୁଣ୍ଡା ଗ୍ରାମରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ସୋମବାର ସକାଳୁ ବାଟଚଲା ରାସ୍ତାକୁ ନେଇ ବଡ଼ ଭାଇ ରବି ରାଉତ ଏବଂ ସାନ ଭାଇ ଲକ୍ଷ୍ମଣ ରାଉତଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାରି ଭିତରେ ରବିଙ୍କର ଦୁଇ ପୁଅ ଲକ୍ଷ୍ମଣଙ୍କ ଦୁଇ ପୁଅଙ୍କୁ ଆକ୍ରମଣ କରିଥିଲେ । ଫଳରେ ଗୁରୁତର ହୋଇପଡ଼ିଥିଲେ ସାନ ଭାଇ ଲକ୍ଷ୍ମଣଙ୍କ ଦୁଇ ପୁଅ । ଏହା ଦେଖି ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ । ଖବର ପାଇ ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚିଥିଲା । ସେଠାରେ ପହଞ୍ଚି ଦୁଇ ଗୁରୁତର ଭାଇଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲା । ପରେ ଏନେଇ କୋମନା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଲକ୍ଷ୍ମଣ ରାଉତ ।