ନୂଆପଡା,୨୧।୭ : ଗାଧୋଇବା ବେଳେ ଉଦନ୍ତୀ ନଦୀରେ ଭାସି ଗଲେ ମହିଳା। ସିନାପାଲି ଅଗ୍ନିଶମ ବିଭାଗ କର୍ମଚାରୀ ନଦୀରୁ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ମହିଳାଙ୍କୁ ସିନାପାଲି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ମହିଳାଙ୍କ ଜଣକ ହେଲେ ସ୍ଥାନୀୟ ଗଡରାମାଳ ଗ୍ରାମର ନମିତା ସାହୁ । ଗାଧୋଇବା ଘାଟରୁ ପାଖାପାଖି ୩ କି.ମି ଦୂରରୁ ଅଗ୍ନିଶମ ବାହିନୀ ମହିଳାଙ୍କୁ ଉଦ୍ଧାର କରିଥିଲେ।
ଓମାରଙ୍କ ଶପଥ ଗ୍ରହଣ ସମାରୋହରେ ଜାତୀୟ ସଂଗୀତକୁ ଅପମାନ...