ପ୍ରମୂଖ ଖବର
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ନୃଶଂସ ବାପା : ପୁଅକୁ ହତ୍ୟା କଲା, ଝିଅର ତଣ୍ଟି କାଟିଲା

ନୂଆପଡା, ୮। ୧୦ : ପୁଅକୁ ହତ୍ୟା କଲା ବାପା।  ଝିଅର ତଣ୍ଟି କାଟିବା ସମୟରେ ନୃଶଂସ ବାପାକୁ ମାଡି ବସିଲେ ପରିବାର ଓ ସ୍ଥାନୀୟ ଲୋକେ। ଝଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ବୋଡେ଼ନ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରି ଚିକିତ୍ସା କରା ଯାଉଛି। ଘଟଣାଟି ଦେଖିବାକୁ ମିଳିଛି ବୋଡେ଼ନ ଥାନା ବୋଇରଗାଁ ପଞ୍ଚାୟତର କୋଟିଆ ପଡାରେ । କାରଣ ଅସ୍ପଷ୍ଟ ରହିଥିବା ବେଳେ କୌଣସି ଘରୋଇ କଳି ରୁ ଏଭଳି ଘଟିଥିବା ଅନୁମାନ କରା ଯାଉଛି। 

ତେବେ ଘଟଣା ସମୟରେ ମା’ ଘରେ ନଥିବା ବେଳେ ପ୍ରଥମେ ସାନପୁଅ ଚନ୍ଦନ ମାଝୀଙ୍କୁ ହତ୍ୟା କରିଥିଲା ବାପ କିଶୋର ମାଝୀ।। ଯାହାକୁ ବଡଝିଅ କମଳାକାନ୍ତି ପ୍ରତିବାଦ କରିଥିଲା । ଏଥିରେ ବାପା ରାଗିଯାଇ ଝିଅକୁ ଛୁରାମାଡ଼ର ଶିକାର ହୋଇଛି। ବଡ଼ ଝିଅର ତଣ୍ଟି ଏବଂ ହାତରେ ଛୁରୀ ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ବୋଡେ଼ନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି । ଘଟଣା ପରେ ବାପା କିଶୋର ମାଝୀ ଫେରାର ହୋଇ ଯାଇଥିବା ବେଳେ ବୋଡେ଼ନ ପୋଲିସ ଅଭିଯୁକ୍ତ ବାପ କୁ ଖୋଜୁଛି । ଅଭିଯୁକ୍ତ କିଶୋର ମଦ୍ୟପ ଅବସ୍ଥାରେ ରେ ଥିବା ବେଳେ ଏଭଳି କାଣ୍ଡ ଭିଆଇଥିବା ଜଣା ପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.