ପ୍ରମୂଖ ଖବର
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଏ ବୁଢା ଏବେ ଅଟକିବ ନାହିଁ, ୮୪ ହେଉ କିମ୍ବା ୯୦ ବର୍ଷ ; ବର୍ଷିଲେ ଶରଦ ପାଓ୍ବାର

ନୂଆଦିଲ୍ଲୀ, ୧୫/୧୦ : ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖ ଆଜି ଘୋଷଣା କରାଯିବ । ଏହା ମଧ୍ୟରେ ଏନସିପି – ଏସପି ନେତା ଶରଦ ପାଓ୍ବାର ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି କି କିଛି ଯୁବକ ହାତରେ ବୋର୍ଡ ନେଇ ଛିଡ଼ା ହୋଇଥିଲେ । ସେଥିରେ ମୋ ଫଟୋ ଥିଲା। ଯେଉଁଥିରେ ଲେଖାଥିଲା କି ୮୪ ବର୍ଷ ପୁରୁଣା । ଆପଣ ଚିନ୍ତା କରନ୍ତୁ ନାହିଁ । ଆମକୁ ବହୁ ଦୂର ପର୍ଯ୍ୟନ୍ତ ଯିବା ଆବଶ୍ୟକ । ଏହି ବୁଢା ଲୋକ ଅଟକିବ ନାହିଁ । ୮୪ବର୍ଷର ହୁଏ କିମ୍ବା ୯୦ବର୍ଷର । ଏହି ବୁଢା ବ୍ୟକ୍ତି ସେତବେଳ ପର୍ଯ୍ୟନ୍ତ ଅଟକିବ ନାହିଁ ଯେତେଦିନ ପର୍ଯ୍ୟନ୍ତ ମହାରାଷ୍ଟ୍ରକୁ ଠିକ୍ ରାସ୍ତାରେ ନେଇ ଯିବି ନାହିଁ ।

ପ୍ରକାଶ ଯେ, ଶରଦ ପାଓ୍ବାର ନିର୍ବାଚନ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ସମ୍ବୋଦ୍ଧିତ କରୁଥିଲେ । ଏହି ସମୟରେ ସେ ମଞ୍ଚରେ ସମ୍ବୋଧିତ କରି ଏକ ବାକ୍ୟରେ କହିଥିଲେ କି କିଛି ଯୁବକ ହାତରେ ବୋର୍ଡ ଧରି ଛିଡ଼ା ହୋଇଥିଲେ । ଯୁବକଙ୍କ ଇଶାରା ଏହା ଥିଲା କି ଏବେ ଶରଦ ପାଓ୍ବାର ବୁଢା ହୋଇ ସାରିଛନ୍ତି ଏବଂ ତାଙ୍କୁ ରାଜନୀତି ଛାଡ଼ିବାକୁ ପଡ଼ିବ । ଏହାକୁ ନେଇ ଶରଦ ପାଓ୍ବରାଙ୍କ ଏହି ବୟାନ ଆସିଛି । 

ନିର୍ବାଚନ ଆୟୋଗ ମଙ୍ଗଳବାର ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ କାର୍ଯ୍ୟକ୍ରମର ଘୋଷଣା କରିବେ। ନିର୍ବାଚନ ଆୟୋଗ ସିଡ୍ୟୁଲର ଘୋଷଣା କରିବା ଲାଗି ଅପରାହ୍ନ ୩ଟା ୩୦ମିନିଟରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ୨୬ନଭେମ୍ବରରେ ସମାପ୍ତ ହେବ । ଯାହାକି ଝାଡ଼ଖଣ୍ଡର କାର୍ଯ୍ୟକାଳ ଆଗାମୀ ବର୍ଷ ୫ଜାନୁଆରୀରେ ଶେଷ ହେବାକୁ ଯାଉଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.