ପ୍ରମୂଖ ଖବର
  • ୪୮ ବିଧାନସଭା ଓ ୨ ଲୋକସଭା ଆସନରେ ହେବ ଉପନିର୍ବାଚନ
  • ||
  • ନଭେମ୍ବର ୧୩ ଓ ୨୦ରେ ଝାଡ଼ଖଣ୍ଡ ନିର୍ବାଚନ
  • ||
  • ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ
  • ||
  • ୨୩ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ, ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ
  • ||
  • ଭୁବନେଶ୍ୱର: ପ୍ରେମ ପାଇଁ ଆପାର୍ଟମେଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ପ୍ରେମିକା ନାଁରେ ମାମଲା
  • ||
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହିଟ୍ ଲିଷ୍ଟରେ ମୁନଓ୍ବାର, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ମୁମ୍ବାଇ,୧୫/୧୦: ବିଗ୍ ବସ୍ ୧୭ ୱିନର୍ ମୁନୱାର ଫାରୁକିଙ୍କ ବଢ଼ିଲା ସୁରକ୍ଷା । ମୁମ୍ବାଇ ପୁଲିସ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ମୁନୱାର ଗ୍ୟାଙ୍ଗଷ୍ଟର୍ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହିଟ୍ ଲିଷ୍ଟରେ ଥିବାରୁ ତାଙ୍କୁ ସୁରକ୍ଷା ଦିଆଯାଇଥିବା ସୂଚନା ମିଳିଛି। ତେବେ ପୋଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ,ମୁନୱାରଙ୍କୁ ପୁଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଛି। ତାଙ୍କୁ ହତ୍ୟା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେବେ କେଉଁ ଗ୍ୟାଙ୍ଗ୍ ଏହି ଧମକ ଦେଇଛି, ତାହା ସ୍ପଷ୍ଟ ହୋଇପାରୁ ନାହିଁ। ତଥାପି ଏହା ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି। ଏଥିପାଇଁ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଥିବା ପୁଲିସ କହିଛି।

ସେହିପରି ଅନ୍ୟପଟେ ନିକଟରେ ମଧ୍ୟ ମୁନୱାରଙ୍କୁ ଟାର୍ଗେଟ କରାଯାଇଥିଲା। ସେ ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇଥାନ୍ତେ କିନ୍ତୁ କିଛି ଗ୍ୟାଙ୍ଗଷ୍ଟର୍ ତାଙ୍କୁ ସେଠାରେ ଟାର୍ଗେଟ କରିଥିବା ଦିଲ୍ଲୀ ପୁଲିସ ଜାଣିବାକୁ ପାଇଥିଲେ। ଏହାପରେ ଦିଲ୍ଲୀ ପୋଲିସ ମୁନୱାରଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ ଦେବା ସହ ସେଠାକୁ ଯିବାକୁ ଦେଇନଥିଲା। ଏଥିସହ  ରାତାରାତି କଡ଼ା ସୁରକ୍ଷା ମଧ୍ୟରେ ମୁମ୍ବାଇରେ ପହଞ୍ଚାଇଥିଲା। ଏଥିରେ ଦିଲ୍ଲୀ ପୁଲିସକୁ ମୁମ୍ବାଇ ପୁଲିସ ମଧ୍ୟ ସାହାଯ୍ୟ କରିଥିଲା। ଏବେ ପୁଣି ତାଙ୍କୁ ଟାର୍ଗେଟ କରାଯାଇଥିବା ସନ୍ଦେହ କରିଛି ମୁମ୍ବାଇ ପୁଲିସ। ତେବେ ନିକଟରେ ବାବା ସିଦ୍ଦିକିଙ୍କୁ ସର୍ବସମ୍ମୁଖରେ ହତ୍ୟା କରାଯିବା ପରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ସିଦ୍ଦିକିଙ୍କୁ ହତ୍ୟା ନେଇ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ପୂର୍ବରୁ ଧମକ ଦେଇଥିଲା। ଏହାପରେ ତାଙ୍କୁ ୱାଇ ସୁରକ୍ଷା ଯୋଗାଇ ଦିଆଯାଇଥିଲା। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.